IPS ଆଶିଷ ସିଂଙ୍କ ବିରୋଧରେ ବିଜେପି ECIରେ ଫେରାଦ

ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା

IPS ଆଶିଷ ସିଂଙ୍କ ବିରୋଧରେ ବିଜେପି ECIରେ ଫେରାଦ

IPS ଆଶିଷ ସିଂଙ୍କ ବିରୋଧରେ ବିଜେପି ECIରେ ଫେରାଦ। ଆପିଏସ୍ ଆଶିଷ ସିଂ ନିର୍ବାଚନ ବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଛି କେନ୍ଦ୍ର ବିଜେପି। ଏହା ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା।

ଗତ ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା। ପରେ ତାଙ୍କୁ CMOର ଆଇଜି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ବି ଶାସକ ଦଳ ପାଇଁ ସେ କାମ ଓ ନିର୍ବାଚନ ବଳେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଛି। ଯାହାକି ସିରିୟସ ଏକ ପ୍ରଫେସନାଲ ମିସକଣ୍ଡକ୍ଟ ବୋଲି ଦଳ ଇସିଆଇଙ୍କ ନିକଟରେ ଅଭିଯୋଗ କରିଛି ବିଜେପି।