JEE Mainରେ ମଦର୍ସ ପବ୍ଲିକ ସ୍କୁଲ ପିଲାଙ୍କ ବାଜିମାତ୍,ଶୁଭେଚ୍ଛା ଜଣାଇବା ସହ ସଫଳତାର ମନ୍ତ୍ର ଦେଲେ ପ୍ରିନ୍ସପାଲ

ଭୁବନେଶ୍ବର ୧୫/୨: ଚଳିତ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା JEE Main ରେଜଲ୍ଟ ପ୍ରକାଶ ପାଇସାରିଛି  । ଯେଉଁଥିରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ବର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ପିଲାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ସ୍କୁଲରେ ସେଲିବ୍ରେସନର ମାହୋଲ । ସଫଳତା ପାଇଁ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରିନ୍ସପାଲ । ପରସ୍ପରକୁ ମିଠା ଖୁଆଇ ମନାଇଛନ୍ତି ଖୁସି । ପିଲାଙ୍କ କୃତ୍ବିତ୍ବରେ ଖୁସି ହୋଇ ପ୍ରିନ୍ସପାଲ କହିଛନ୍ତି ଏହି ସମସ୍ତ ଛାତ୍ର ଏତେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଯେଉଁମାନେ କି ନିୟମିତ ସ୍କୁଲ ଆସୁଥିଲେ, ସମସ୍ତ ପରୀକ୍ଷା ଓ ଆସାଇନମେଣ୍ଟ ନେଇଥିଲେ ଓ କେବେ କ୍ଲାସ ମିସ୍‌ କରିନଥିଲେ । ଏସବୁ ଅଭ୍ୟାସ ହିଁ  ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ସାଇ ସ୍ପନ୍ଦନ ନାୟକ ୯୯.୯୨ ପ୍ରତିଶତ ପାଇଥିବାବେଳେ ସାଇ ଅମୃତ ସାଗର ୯୯.୮୭ ପ୍ରତିଶତ ହାସଲ କରିଛନ୍ତି । ସେହିପରି ଆୟୁଷ୍ମାନ ସାହୁ ୯୯.୮୫ ପ୍ରତିଶତ,ରୁଦ୍ର ପ୍ରସାଦ ପାଟ୍ରାଙ୍କୁ ୯୯.୩୧ ପ୍ରତିଶତ ,ଆଦିତ୍ୟ କୁମାର ସାହୁଙ୍କୁ ୯୯.୧୪ ପ୍ରତିଶତ ଓ ସାଇସ୍ପନ୍ଦନ ନାୟକଙ୍କୁ ଗଣିତ ରେ ୧୦୦ ପ୍ରତିଶତ ପାଇଛନ୍ତି ।   

JEE Mainରେ ମଦର୍ସ ପବ୍ଲିକ ସ୍କୁଲ ପିଲାଙ୍କ ବାଜିମାତ୍,ଶୁଭେଚ୍ଛା ଜଣାଇବା ସହ ସଫଳତାର ମନ୍ତ୍ର ଦେଲେ ପ୍ରିନ୍ସପାଲ

ଭୁବନେଶ୍ବର ୧୫/୨: ଚଳିତ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷା JEE Main ରେଜଲ୍ଟ ପ୍ରକାଶ ପାଇସାରିଛି  । ଯେଉଁଥିରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି ଭୁବନେଶ୍ବର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ପିଲାଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ସ୍କୁଲରେ ସେଲିବ୍ରେସନର ମାହୋଲ । ସଫଳତା ପାଇଁ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରିନ୍ସପାଲ । ପରସ୍ପରକୁ ମିଠା ଖୁଆଇ ମନାଇଛନ୍ତି ଖୁସି । 

ପିଲାଙ୍କ କୃତ୍ବିତ୍ବରେ ଖୁସି ହୋଇ ପ୍ରିନ୍ସପାଲ କହିଛନ୍ତି ଏହି ସମସ୍ତ ଛାତ୍ର ଏତେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଯେଉଁମାନେ କି ନିୟମିତ ସ୍କୁଲ ଆସୁଥିଲେ, ସମସ୍ତ ପରୀକ୍ଷା ଓ ଆସାଇନମେଣ୍ଟ ନେଇଥିଲେ ଓ କେବେ କ୍ଲାସ ମିସ୍‌ କରିନଥିଲେ । ଏସବୁ ଅଭ୍ୟାସ ହିଁ  ସେମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । 

ସାଇ ସ୍ପନ୍ଦନ ନାୟକ ୯୯.୯୨ ପ୍ରତିଶତ ପାଇଥିବାବେଳେ ସାଇ ଅମୃତ ସାଗର ୯୯.୮୭ ପ୍ରତିଶତ ହାସଲ କରିଛନ୍ତି । ସେହିପରି ଆୟୁଷ୍ମାନ ସାହୁ ୯୯.୮୫ ପ୍ରତିଶତ,ରୁଦ୍ର ପ୍ରସାଦ ପାଟ୍ରାଙ୍କୁ ୯୯.୩୧ ପ୍ରତିଶତ ,ଆଦିତ୍ୟ କୁମାର ସାହୁଙ୍କୁ ୯୯.୧୪ ପ୍ରତିଶତ ଓ ସାଇସ୍ପନ୍ଦନ ନାୟକଙ୍କୁ ଗଣିତ ରେ ୧୦୦ ପ୍ରତିଶତ ପାଇଛନ୍ତି ।