Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ
ମୁମ୍ବାଇ,୧୨।୭: ନିକଟରେ ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା ସାଧାରଣ ଲୋକଙ୍କ ପାକେଟ ଉପରେ ପ୍ରଭାବ ପକାଇଛି। ପ୍ରିପେଡ଼ ଏବଂ ପୋଷ୍ଟପେଡ଼ ଉଭୟ ପ୍ଳାନର ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ୨୮ ଦିନର ଭାଲିଡିଟି ପାଇଁ ଏହି ସବୁ ଶସ୍ତା ପ୍ଲାନ ରହିଛି। ଜିଓ […] The post Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ appeared first on Dharitri Odia News.
ମୁମ୍ବାଇ,୧୨।୭: ନିକଟରେ ଭାରତର ସମସ୍ତ ଟେଲିକମ କମ୍ପାନୀ ସେମାନଙ୍କର ରିଚାର୍ଜ ପ୍ଳାନ୍ ମୂଲ୍ୟ ବଢ଼ାଇଛନ୍ତି। ଚଳିତ ମାସ ଆରମ୍ଭରେ କମ୍ପାନୀ ଗୁଡ଼ିକ ନୂଆ ମୂଲ୍ୟ ଲାଗୁ କରିଛନ୍ତି। ପ୍ରାୟ ଅଢେଇ ବର୍ଷ ପରେ କମ୍ପାନୀଗୁଡ଼ିକ ରିଚାର୍ଜ ମୂଲ୍ୟ ବୃଦ୍ଧି କରିଛନ୍ତି। ଯାହା ସାଧାରଣ ଲୋକଙ୍କ ପାକେଟ ଉପରେ ପ୍ରଭାବ ପକାଇଛି।
ପ୍ରିପେଡ଼ ଏବଂ ପୋଷ୍ଟପେଡ଼ ଉଭୟ ପ୍ଳାନର ମୂଲ୍ୟ ବୃଦ୍ଧି କରାଯାଇଛି। ତେବେ ୨୮ ଦିନର ଭାଲିଡିଟି ପାଇଁ ଏହି ସବୁ ଶସ୍ତା ପ୍ଲାନ ରହିଛି।
ଜିଓ ଉପଭୋକ୍ତାଙ୍କୁ ୨୮ ଦିନ ପାଇଁ ୨୪୯ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ୧ ଜିବି ଡାଟା ସହିତ ଅସୀମିତ କଲ୍, ୧୦୦ ଏସଏମଏସ ଏବଂ ଜିଓ ଆପ୍ ଗୁଡିକର ସବସ୍କ୍ରିପସନ ମିଳିବ। ତେବେ କମ୍ପାନୀର ପୋର୍ଟପୋଲିୟୋରେ ୧୮୯ ଟଙ୍କାର ପ୍ଲାନ ମଧ୍ୟ ରହିଛି, ଯେଉଁଥିରେ ୨୮ ଦିନ ପାଇଁ ଅସୀମିତ କଲ, ୨ଜିବି ଡାଟା ଏବଂ ୩୦୦ ଏସଏମଏସ ମିଳିବ।
ସେହିପରି ଏୟାରଟେଲ ୟୁଜର୍ସ ମାନଙ୍କୁ ୨୮ ଦିନର ସମୟସୀମା ପାଇଁ ୧୯୯ ଟଙ୍କାର ପ୍ଲାନ ଉପଲବ୍ଧ ଅଛି। ଏଥିରେ ୟୁଜର୍ସଙ୍କୁ ୨ ଜିବି ଡାଟା, ଅସୀମିତ କଲ ଏବଂ ୧୦୦ ଏସଏମଏସ ମିଳିବ। ଏୟାରଟେଲର ଏହି ପ୍ଳାନରେ ମୁକ୍ତ କଲର ଟ୍ୟୁନ ୱିଙ୍କ ମ୍ୟୁଜିକ ମଧ୍ୟ ମିଳୁଛି। କମ୍ପାନୀର ଦୈନିକ ୧ଜିବି ପ୍ଲାନ ୨୯୯ ମଧ୍ୟ ରହିଛି, ଯେଉଁଥିରେ ଗ୍ରାହକଙ୍କୁ କଲ ଏବଂ ଏସଏମଏସ ସୁବିଧା ମଧ୍ୟ ମିଳିବ।
ଭିଆଇ ଏହାର ଗ୍ରାହକମାନଙ୍କୁ ୨୮ ଦିନର ପ୍ଲାନ ୧୯୯ ଟଙ୍କାରେ ଦେଉଛି। ଏହି ପ୍ଳାନରେ ୟୁଜର୍ସଙ୍କୁ ଅସୀମିତ କଲ, ୩୦୦ ଏସଏମଏସ ସହିତ ୨ ଜିବି ଡାଟା ମଧ୍ୟ ମିଳିବ। ପୂର୍ବରୁ ଏହି ପ୍ଲାନ ୧୭୯ ଟଙ୍କାର ଆସୁଥିଲା ଏବଂ ଦୈନିକ ୧ ଜିବିର ପ୍ଲାନ ୨୯୯ ଟଙ୍କାର ଆସୁଛି।
The post Jio, Airtel ଏବଂ VI ର ସବୁଠୁ ଶସ୍ତା ପ୍ଳାନ୍; ଯେଉଁଥିରେ ଆକ୍ଟିଭ ରହିବ ସିମ appeared first on Dharitri Odia News.