୪ ଶିଶୁ ଯୌନ ନିର୍ଯାତନା ମାମଲା: ସମସ୍ତ ଦୋଷୀଙ୍କୁ ମିଳିଲା ଦଣ୍ଡ

ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଘଟିଥିବା ୪ ଶିଶୁ ଯୌନ ନିର୍ଯାତନା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି। ପୋଲିସ ସୂଚନା ମୁତାବକ, ଶିଶୁଙ୍କୁ ଯୌନ ନିର୍ଯାତନା ନେଇ ବଡ଼ଗଡ଼ ଥାନାରେ ୨୦୨୩ ଫେବୃଆରୀ ୧୧ତାରିଖରେ ଏକ ମାମଲା(ନମ୍ବର ୮୧) ରୁଜୁ ହୋଇଥିଲା। ସେହିପରି କବିସୂର୍ଯ୍ୟନଗର ଥାନାରେ ୨୦୨୦ ଡିସେମ୍ବର ୫ତାରିଖରେ ରୁଜୁ ମାମଲା(ନମ୍ବର ୩୩୪)ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦାଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ […] The post ୪ ଶିଶୁ ଯୌନ ନିର୍ଯାତନା ମାମଲା: ସମସ୍ତ ଦୋଷୀଙ୍କୁ ମିଳିଲା ଦଣ୍ଡ appeared first on Dharitri Odia News.

୪ ଶିଶୁ ଯୌନ ନିର୍ଯାତନା ମାମଲା: ସମସ୍ତ ଦୋଷୀଙ୍କୁ ମିଳିଲା ଦଣ୍ଡ

ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଘଟିଥିବା ୪ ଶିଶୁ ଯୌନ ନିର୍ଯାତନା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି।

ପୋଲିସ ସୂଚନା ମୁତାବକ, ଶିଶୁଙ୍କୁ ଯୌନ ନିର୍ଯାତନା ନେଇ ବଡ଼ଗଡ଼ ଥାନାରେ ୨୦୨୩ ଫେବୃଆରୀ ୧୧ତାରିଖରେ ଏକ ମାମଲା(ନମ୍ବର ୮୧) ରୁଜୁ ହୋଇଥିଲା। ସେହିପରି କବିସୂର୍ଯ୍ୟନଗର ଥାନାରେ ୨୦୨୦ ଡିସେମ୍ବର ୫ତାରିଖରେ ରୁଜୁ ମାମଲା(ନମ୍ବର ୩୩୪)ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦାଷୀ ସାବ୍ୟସ୍ତ କରି ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ହିଞ୍ଜିଳି ଥାନାରେ ୨୦୨୧ ଫେବୃଆରୀ ୧୪ରେ ରୁଜୁ ମାମଲା (ନମ୍ବର ୫୮)ରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି।

ଭଞ୍ଜନଗର ଥାନା ଅଞ୍ଚଳରେ ଜୈନକ ୯ବର୍ଷର ଶିଶୁଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ୨୦୨୩ ଅକ୍ଟୋବର ୧୦ରେ ଏକ ମାମଲ(ନମ୍ବର୯୪୨) ରୁଜୁ ହୋଇଥିଲେ। ଘଟଣାରେ ସମ୍ପୃକ୍ତ ୨୬ବର୍ଷର ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଛନ୍ତି। ଏପରୀ କି ୫ ହଜାର ଟଙ୍କା ଜରିମାନା କରାଯାଇଛି। ସମସ୍ତ ୪ଟି ମାମଲାରେ ପୋକସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଥିଲା। ଉକ୍ତ ମାମଲାଗୁଡିକର ତଦନ୍ତକାରୀ ଅଫିସର ତଥା ତତ୍କାଳୀନ ବଡ଼ଗଡ଼ ଥାନାର ଏସ୍‌ଆଇ ସତ୍ୟବ୍ରତ ସାହୁ, କବିସୂର୍ଯ୍ୟନଗର ଥାନା ଇନ୍ସପେକ୍ଟର ପ୍ରଭାତ ସାହୁ, ହିଞ୍ଜିଳି ଥାନାର ଏସ୍‌ଆଇ ଶରତ ଚନ୍ଦ୍ର ରୟ ଏବଂ ଭଞ୍ଜନଗର ଥାନାର ଏସ୍‌ଆଇ କେଶବ ଷଡ଼ଙ୍ଗୀଙ୍କ ସଠିକ ତଦନ୍ତ ଯାଗୁ ଏହି ସଫଳତା ମିଳିଛି ଏବଂ ଏଥିପାଇଁ ଗଞ୍ଜାମ ଏସ୍‌ପି ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରଶଂସା କରିଛନ୍ତି।

The post ୪ ଶିଶୁ ଯୌନ ନିର୍ଯାତନା ମାମଲା: ସମସ୍ତ ଦୋଷୀଙ୍କୁ ମିଳିଲା ଦଣ୍ଡ appeared first on Dharitri Odia News.