JNUରେ ‘କୁଳପତି’ ସ୍ଥାନରେ ଏଣିକି ବ୍ୟବହାର ହେବ ‘କୁଳଗୁରୁ’

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ଏହି ବିଶ୍ୱବିଦ୍ୟାଳୟରେ କୁଳପତି ଶବ୍ଦ ପରିବର୍ତ୍ତେ କୁଳଗୁରୁ ବ୍ୟବହାର କରାଯିବ । ସୂଚନା ଅନୁସାରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତ ନିଜେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ପରିଷଦ ବୈଠକରେ ରଖିଥିଲେ, ଯାହା ଉପରେ ସହମତି ମିଳିଛି ।ଏହି ନିଷ୍ପତ୍ତି ଉପରେ ସୂଚନା ଦେଇ ଜେଏନୟୁ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲପୁଡ଼ି ପଣ୍ଡିତ କହିଛନ୍ତି, 'କୁଳଗୁରୁ ଲିଙ୍ଗ-ନିରପେକ୍ଷ ଅଟେ । ଗୁରୁ ଏକ ଶିକ୍ଷାନୁଷ୍ଠାନ ପ୍ରମୁଖ ପାଇଁ ଉପଯୁକ୍ତ ଶବ୍ଦ ଅଟେ ଓ ଏହା ସବୁ ଭାରତୀୟ ଭାଷାରେ ମଧ୍ୟ ଅଛି । ଅନ୍ୟପଟେ ‘ପତି’ ଶବ୍ଦ ଅନେକ କିଛିକୁ ଦର୍ଶାଉଛି । ଏହି କାରଣରୁ ମୋତେ କୁଳଗୁରୁ ଶବ୍ଦ ଅଧିକ ଉପଯୁକ୍ତ ଲାଗୁଛି ।' #WATCH | Pune, Maharashtra: Jawaharlal Nehru University (JNU) has decided to replace the word 'Kulpati' with 'Kulguru' in a gender-inclusive moveJNU Vice-Chancellor Prof Santishree Dhulipudi Pandit says, "Kulguru is gender neutral. Guru is the correct term for an academic head,… pic.twitter.com/zvJGaAvbZ1— ANI (@ANI) June 3, 2025 ସୂଚନା ଅନୁସାରେ

JNUରେ ‘କୁଳପତି’ ସ୍ଥାନରେ ଏଣିକି ବ୍ୟବହାର ହେବ ‘କୁଳଗୁରୁ’

ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଏବେ ଏହି ବିଶ୍ୱବିଦ୍ୟାଳୟରେ କୁଳପତି ଶବ୍ଦ ପରିବର୍ତ୍ତେ କୁଳଗୁରୁ ବ୍ୟବହାର କରାଯିବ । ସୂଚନା ଅନୁସାରେ ଲିଙ୍ଗଗତ ସମାନତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତ ନିଜେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ ପରିଷଦ ବୈଠକରେ ରଖିଥିଲେ, ଯାହା ଉପରେ ସହମତି ମିଳିଛି ।

ଏହି ନିଷ୍ପତ୍ତି ଉପରେ ସୂଚନା ଦେଇ ଜେଏନୟୁ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୁଲପୁଡ଼ି ପଣ୍ଡିତ କହିଛନ୍ତି, 'କୁଳଗୁରୁ ଲିଙ୍ଗ-ନିରପେକ୍ଷ ଅଟେ । ଗୁରୁ ଏକ ଶିକ୍ଷାନୁଷ୍ଠାନ ପ୍ରମୁଖ ପାଇଁ ଉପଯୁକ୍ତ ଶବ୍ଦ ଅଟେ ଓ ଏହା ସବୁ ଭାରତୀୟ ଭାଷାରେ ମଧ୍ୟ ଅଛି । ଅନ୍ୟପଟେ ‘ପତି’ ଶବ୍ଦ ଅନେକ କିଛିକୁ ଦର୍ଶାଉଛି । ଏହି କାରଣରୁ ମୋତେ କୁଳଗୁରୁ ଶବ୍ଦ ଅଧିକ ଉପଯୁକ୍ତ ଲାଗୁଛି ।' 

 ସୂଚନା ଅନୁସାରେ ଏହି ନିଷ୍ପତ୍ତି ଚଳିତ ବର୍ଷ ଅର୍ଥାତ୍ ୨୦୨୫ରେ ଲାଗୁ ହୋଇପାରେ । ଏହାକୁ ସ୍ନାତକ ସାର୍ଟିଫିକେଟ୍ ଓ ଅନ୍ୟ ଡକ୍ୟୁମେଣ୍ଟରେ ସାମିଲ କରାଯିବ । ଅର୍ଥାତ୍ ଭାଇସ୍ ଚାନ୍ସଲର ଏବେ ଯେଉଁ ସବୁ ଦସ୍ତାବିଜରେ ହସ୍ତାକ୍ଷର କରିବେ, ସେଥିରେ କୁଳପତି ସ୍ଥାନରେ କୁଳଗୁରୁ ଲେଖାଯିବ ।