ବନ୍ୟା ପୀଡିତାଙ୍କ ଭେଟି କାନ୍ଦିଲେ ବିଜେପି ସାଂସଦ କଙ୍ଗନା, ଇନଷ୍ଟାରେ ସେୟାର କଲେ ଫଟୋ

ମୁମ୍ଵାଇ ୦୭।୦୮: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଏନେଇ କଙ୍ଗନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଭାବପ୍ରବଣ ଫଟୋ ସେୟାର କରିଛନ୍ତି । ସେଠାକାର ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି। କଙ୍ଗନା ଏହି ଯାତ୍ରା ସମୟରେ ନିଆଯାଇଥିବା ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।  ଯେଉଁଥିରେ ସେ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣୁଥିବାର ନଜର ଆସିଛନ୍ତି । ସେ ବନ୍ୟା ପ୍ରଭାବିତ ଅଞ୍ଚଳରେ କରାଯାଉଥିବା କାର୍ଯ୍ୟର ଅନୁଧ୍ୟାନ କରୁଥିଲେ। ଏନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ କ୍ଷୟକ୍ଷତିର ଫଟୋ ସହିତ ଲେଖିଛନ୍ତି ଯେ ଆଜି ହିମାଚଳ ପ୍ରଦେଶର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। “ଲୋକମାନେ ସବୁକିଛି ହରାଇଛନ୍ତି। ଏସବୁକୁ ଦେଖି ମୁଁ ବହୁତ ଯନ୍ତ୍ରଣାରେ ହେଉଛି, ଦୁଃଖ ବି ଲାଗୁଛି”। କିଛି ଗ୍ରାମବାସୀ ତାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଛି। କଙ୍ଗନା ଆହୁରି ଲେଖିଛନ୍ତି  ପ୍ରକୃତି ସାମ୍ନାରେ ମଣିଷ ବହୁତ ଦୁର୍ବଳ.. ହେ ଧରତୀ ମାତା ଆମ ଉପରେ ଦୟା। କଙ୍ଗନା ଶୁଖବିନ୍ଦର ସିଂହ ଶୁଖୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ରାଜ୍ୟ ସରକାରଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। ଗତଥର ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ପ୍ରତିଶ

ବନ୍ୟା ପୀଡିତାଙ୍କ ଭେଟି କାନ୍ଦିଲେ ବିଜେପି ସାଂସଦ କଙ୍ଗନା, ଇନଷ୍ଟାରେ ସେୟାର କଲେ ଫଟୋ

ମୁମ୍ଵାଇ ୦୭।୦୮: ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ। ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଏନେଇ କଙ୍ଗନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଭାବପ୍ରବଣ ଫଟୋ ସେୟାର କରିଛନ୍ତି । ସେଠାକାର ଲୋକଙ୍କ ସହ କଥା ହେବା ସହ ସେମାନଙ୍କ ମନୋବଳ ବଢାଇଛନ୍ତି। 

କଙ୍ଗନା ଏହି ଯାତ୍ରା ସମୟରେ ନିଆଯାଇଥିବା ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି।  ଯେଉଁଥିରେ ସେ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣୁଥିବାର ନଜର ଆସିଛନ୍ତି । ସେ ବନ୍ୟା ପ୍ରଭାବିତ ଅଞ୍ଚଳରେ କରାଯାଉଥିବା କାର୍ଯ୍ୟର ଅନୁଧ୍ୟାନ କରୁଥିଲେ। ଏନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ କ୍ଷୟକ୍ଷତିର ଫଟୋ ସହିତ ଲେଖିଛନ୍ତି ଯେ ଆଜି ହିମାଚଳ ପ୍ରଦେଶର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। “ଲୋକମାନେ ସବୁକିଛି ହରାଇଛନ୍ତି। ଏସବୁକୁ ଦେଖି ମୁଁ ବହୁତ ଯନ୍ତ୍ରଣାରେ ହେଉଛି, ଦୁଃଖ ବି ଲାଗୁଛି”। କିଛି ଗ୍ରାମବାସୀ ତାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବା ଦେଖିବାକୁ ମିଳିଛି। 

କଙ୍ଗନା ଆହୁରି ଲେଖିଛନ୍ତି  ପ୍ରକୃତି ସାମ୍ନାରେ ମଣିଷ ବହୁତ ଦୁର୍ବଳ.. ହେ ଧରତୀ ମାତା ଆମ ଉପରେ ଦୟା। କଙ୍ଗନା ଶୁଖବିନ୍ଦର ସିଂହ ଶୁଖୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, “ରାଜ୍ୟ ସରକାରଙ୍କ ଅବସ୍ଥା ସମସ୍ତେ ଜାଣନ୍ତି। ଗତଥର ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ କେନ୍ଦ୍ରରୁ ମିଳିଥିବା ପାଣ୍ଠିରୁ ସମସ୍ତଙ୍କୁ ୭ଲକ୍ଷ ଟଙ୍କା ଦିଆଯିବ। ହେଲେ ସେମାନେ ୭ଲକ୍ଷ ଟଙ୍କା ପାଇଛନ୍ତି କି?” ଏନେଇ ସେ ଏହାକୁ ତଦନ୍ତ କରିବାକୁ ଦାବି କରିଛନ୍ତି।