ସୁପ୍ରିମୋଙ୍କ ବିରୁଦ୍ଧରେ ବିଷ ଉଦ୍ଗାରିଲେ ପ୍ରଭାତ

ଭୁବନେଶ୍ୱର : ବିଜେଡିରେ ଦିନକୁ ଦିନ ତୀବ୍ର ହେଉଛି ୱାକଫ କନ୍ଦଳ । ୱାକଫ ବିଲ ଭୋଟିଂକୁ ନେଇ ଫାଳ ଫାଳ ହେଲାଣି ଦଳ । ଦିନକୁ ଦିନ ନେତାଙ୍କ ମେଳି ସହିତ ଜାରି ରହିଛି ବୟାନ ବାଜି । ଜୋର ଧରିଛି ପାଣ୍ଡିଆନ ହଟାଓ ନାରା । ତେବେ ଏସବୁ ସତ୍ତ୍ୱେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ପାଣ୍ଡିଆନ୍ ୧୦ ମାସ ହେଲା ଦଳ ଛାଡିସାରିଲେଣି। ସେ […]

ସୁପ୍ରିମୋଙ୍କ ବିରୁଦ୍ଧରେ ବିଷ ଉଦ୍ଗାରିଲେ ପ୍ରଭାତ
ସୁପ୍ରିମୋଙ୍କ ବିରୁଦ୍ଧରେ ବିଷ ଉଦ୍ଗାରିଲେ ପ୍ରଭାତ

ଭୁବନେଶ୍ୱର : ବିଜେଡିରେ ଦିନକୁ ଦିନ ତୀବ୍ର ହେଉଛି ୱାକଫ କନ୍ଦଳ । ୱାକଫ ବିଲ ଭୋଟିଂକୁ ନେଇ ଫାଳ ଫାଳ ହେଲାଣି ଦଳ । ଦିନକୁ ଦିନ ନେତାଙ୍କ ମେଳି ସହିତ ଜାରି ରହିଛି ବୟାନ ବାଜି । ଜୋର ଧରିଛି ପାଣ୍ଡିଆନ ହଟାଓ ନାରା । ତେବେ ଏସବୁ ସତ୍ତ୍ୱେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ପାଣ୍ଡିଆନ୍ ୧୦ ମାସ ହେଲା ଦଳ ଛାଡିସାରିଲେଣି। ସେ ଦଳ ଓ ରାଜ୍ୟ ପାଇଁ ଭଲ କାମ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ ନୁହେଁ । ସେ ଦଳର କୌଣସି କାର୍ଯ୍ୟରେ ସାମିଲ ହେଉନାହାନ୍ତି ବୋଲି କହିଛନ୍ତି ନବୀନ । ଏହାସହ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ରଖି ନବୀନ କହିଛନ୍ତି, ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଛନ୍ତି। ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍ ଯାଇ ଦଳରୁ ବିଦା ହୋଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି କହିଛନ୍ତି ନବୀନ । ସେ ଦଳରୁ ନିଲମ୍ବନ ହେଇସାରିଛନ୍ତି ।

ନବୀନଙ୍କ ବୟାନ କୁ ନେଇ ଗୁରୁବାର ପ୍ରଭାତ ତ୍ରିପାଠୀ କାଉଣ୍ଟର ଜବାବ ରଖିଛନ୍ତି। ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। ସେ କହିଛନ୍ତି, ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରି ନ ଥିଲି। ମୁଁ ଦଳରେ ନାହଁ ବୋଲି କହିବା ମହାମିଥ୍ୟା। ଦଳରେ ମୁଁ ନାହିଁ ବୋଲି ନବୀନଙ୍କୁ ଫିଡ୍ ବ୍ୟାକ ଦିଆଯାଇଛି। କେଶ୍ ବିଚାରାଧୀନ ଥିବାରୁ ମାମଲାର ରାୟ ପ୍ରକାଶ ପାଇନି। ତେଣୁ ବିଜେଡି ସଭାପତି ପ୍ରତ୍ୟାହାର ଉଠାଇଲେ। ନବୀନଙ୍କ ପରି ନେତାଙ୍କ ମୁହଁରେ ଏକଥା ଅଶୋଭନୀୟ। ୧୦ ହଜାର ଲୋକଙ୍କ ଆଗରେ ମୋତେ ପ୍ରଶଂସା କରିଥିଲେ ନବୀନ । ତେଣୁ ମୁଁ ଦଳରେ ନାହିଁ ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ଚିଟଫଣ୍ଡ କେସ ବିଚାରାଧୀନ ଅଛି। ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି। ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି।

ଅନ୍ୟପଟେ ସାମାଜିକ ଗଣମାଧ୍ୟମରେ ପ୍ରଭାତଙ୍କ ଉପରୁ ୨୦୧୭ରେ ବିଜେଡି ପକ୍ଷରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିବା ଏକ ଚିଠି ଘୂରି ବୁଲୁଛି। ୨୦୧୭ ନଭେମ୍ବର ୧୦ରେ ବିଜେଡି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ନାୟକ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ, ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବାଙ୍କୀ ବିଧାୟକ ପ୍ରଭାତ ତ୍ରିିପାଠୀଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ପ୍ରଭାତ ବିଜେଡିରେ ଏବେଯାଏ ଥିଲେ ତେବେ ସେ ଦଳରେ ନ ଥିଲେ ବୋଲି ନବୀନ କିଭଳି ଗଣମାଧ୍ୟମ ଆଗରେ କହିଲେ।