JPC ବୈଠକରେ ଖଡ଼ଗେଙ୍କ ଉପରେ ଲାଗିଲା ୱାକଫ ଜମି ହଡ଼ପର ଅଭିଯୋଗ, ବିରୋଧୀ ସାଂସଦଙ୍କ ୱାକଆଉଟ୍
ନୂଆଦିଲ୍ଲୀ ୧୪।୧୦: ୱାକଅଫ ବିଧେୟକକୁ ନେଇ ଗଠିତ ହୋଇଥିବା ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି (ଜେପିସି) ବୈଠକକୁ ସୋମବାର ବିରୋଧୀ ଦଳ ସାଂସଦମାନେ ବହିଷ୍କାର କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଡୁନ ଖଡଗେଙ୍କ ମାମଲା ଉଠାଯାଇଛି। ସାଂସଦମାନେ କହିଛନ୍ତି ଯେ କମିଟିର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଓ ନିୟମାନୁସାରେ ହେଉ ନାହିଁ। କଂଗ୍ରେସର ଗୌରବ ଗୋଗଇ, ଇମ୍ରାନ ମାସୁଦ, ଡିଏମକେର ଏ.ରାଜା, ଶିବସେନା (ୟୁବିଟି)ର ଅରବିନ୍ଦ ସାୱନ୍ତ, ଏଆଇଏମଆଇଏମର ଅସଦୁଦ୍ଦିନ ଓୱେସୀ, ସପାର ମୋହିବୁଲ୍ଲାହ ଓ ଆପର ସଞ୍ଜୟ ସିଂହ ସେହି ନେତାଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ବୈଠକକୁ ବିରୋଧ କରିଛନ୍ତି।ଅରବିନ୍ଦ ସାୱନ୍ତ ଅଭିଯୋଗ କରିଛନ୍ତି ଯେ କମିଟିରେ ହାଜର ହେଉଥିବା ଲୋକଙ୍କୁ ବ୍ୟକ୍ତିଗତ ଅଭିଯୋଗ କରିବାକୁ ଅନୁମତି ଦିଆଯାଇଛି। ଯେଉଁଥିରେ କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଅଭିଯୋଗ ହୋଇଛି। ସାୱନ୍ତ କହିଛନ୍ତି ଯେ ଏହା କମିଟିର ସିଦ୍ଧାନ୍ତ ଓ ନିୟମ ଅନୁସାରେ ନୁହଁ। ଏଥିରେ କର୍ଣ୍ଣାଟକ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅନୱର ମଣିପେଡି କମିଟି ସମ୍ମୁଖରେ ୧୧ ପୃଷ୍ଠାର ପ୍ରେଜେଣ୍ଟେସନ ଦେଇଥିଲେ। ଏଥିରେ ସେହି ନେତାଙ୍କ ନାମ ଉଲ୍ଲେଖ ଥିଲା ଯେଉଁମାନେ ୱାକଅଫର ସମ୍ପତ୍ତି ଅପହରଣ କରିଛନ୍ତି। ଏହି ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ମଧ୍ୟ ଥିଲା, ଯାହାକୁ ବିପକ୍ଷ ଦ
ନୂଆଦିଲ୍ଲୀ ୧୪।୧୦: ୱାକଅଫ ବିଧେୟକକୁ ନେଇ ଗଠିତ ହୋଇଥିବା ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି (ଜେପିସି) ବୈଠକକୁ ସୋମବାର ବିରୋଧୀ ଦଳ ସାଂସଦମାନେ ବହିଷ୍କାର କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଡୁନ ଖଡଗେଙ୍କ ମାମଲା ଉଠାଯାଇଛି। ସାଂସଦମାନେ କହିଛନ୍ତି ଯେ କମିଟିର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଓ ନିୟମାନୁସାରେ ହେଉ ନାହିଁ। କଂଗ୍ରେସର ଗୌରବ ଗୋଗଇ, ଇମ୍ରାନ ମାସୁଦ, ଡିଏମକେର ଏ.ରାଜା, ଶିବସେନା (ୟୁବିଟି)ର ଅରବିନ୍ଦ ସାୱନ୍ତ, ଏଆଇଏମଆଇଏମର ଅସଦୁଦ୍ଦିନ ଓୱେସୀ, ସପାର ମୋହିବୁଲ୍ଲାହ ଓ ଆପର ସଞ୍ଜୟ ସିଂହ ସେହି ନେତାଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ବୈଠକକୁ ବିରୋଧ କରିଛନ୍ତି।
ଅରବିନ୍ଦ ସାୱନ୍ତ ଅଭିଯୋଗ କରିଛନ୍ତି ଯେ କମିଟିରେ ହାଜର ହେଉଥିବା ଲୋକଙ୍କୁ ବ୍ୟକ୍ତିଗତ ଅଭିଯୋଗ କରିବାକୁ ଅନୁମତି ଦିଆଯାଇଛି। ଯେଉଁଥିରେ କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଅଭିଯୋଗ ହୋଇଛି। ସାୱନ୍ତ କହିଛନ୍ତି ଯେ ଏହା କମିଟିର ସିଦ୍ଧାନ୍ତ ଓ ନିୟମ ଅନୁସାରେ ନୁହଁ। ଏଥିରେ କର୍ଣ୍ଣାଟକ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଅନୱର ମଣିପେଡି କମିଟି ସମ୍ମୁଖରେ ୧୧ ପୃଷ୍ଠାର ପ୍ରେଜେଣ୍ଟେସନ ଦେଇଥିଲେ। ଏଥିରେ ସେହି ନେତାଙ୍କ ନାମ ଉଲ୍ଲେଖ ଥିଲା ଯେଉଁମାନେ ୱାକଅଫର ସମ୍ପତ୍ତି ଅପହରଣ କରିଛନ୍ତି। ଏହି ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ମଧ୍ୟ ଥିଲା, ଯାହାକୁ ବିପକ୍ଷ ଦଳମାନେ ବିରୋଧ କରିଛନ୍ତି।
ୱାକଫର ୨.୩ ଲକ୍ଷ କୋଟି ଅନିୟମିତତାର ଅଭିଯୋଗ କରିଥିବା ମଣିପେଡି କମିଟି ୨୬ ମାର୍ଚ୍ଚ ୨୦୧୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡଙ୍କୁ ଏହି ରିପୋର୍ଟ ପ୍ରଦାନ କରିଥିଲା। ତେବେ ବିରୋଧୀ ଦଳ ନେତାମାନେ ଏହି ମାମଲାରେ ଆଲୋଚନା କରିବା ପାଇଁ ପୃଥକ ବୈଠକ କରିଥିଲେ ଓ ସେମାନେ ପରବର୍ତ୍ତି ପଦକ୍ଷେପ ଉପରେ ବିଚାର କରିବେ ବୋଲି କହିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି।
ବିପକ୍ଷ ସାଂସଦଙ୍କ ବିରୋଧୀ ସତ୍ତ୍ୱେ ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ଚାଲୁଥିବା କମିଟିର କାର୍ଯ୍ୟକ୍ରମ ଜାରି ରହିଥିଲା। ଏହା ଛଡା ବୈଠକ କାଳରେ ବିଜେପି ଓ ବିରୋଧୀ ଦଳ ସାଂସଦଙ୍କ ମଧ୍ୟରେ ତୀବ୍ର କଥାକଟାକଟି ଚାଲିଥିବାର ମଧ୍ୟ ଦେଖାଯାଇଛି।