LOCରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଅଗ୍ନିବୀର ମୃତ, ୨ ଯବାନ ଆହତ

ଭାରତୀୟ ସେନାର ପ୍ୟାଟ୍ରୋଲିଂ ବେଳେ ହୋଇଥିବା ବିସ୍ଫୋରଣରେ ଜଣେ ଅଗ୍ନିବୀର ଦେଶ ପାଇଁ ବଳିଦାନ ଦେଇଛନ୍ତି। ସେହିପରି ଆଉ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

LOCରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ: ଅଗ୍ନିବୀର ମୃତ, ୨ ଯବାନ ଆହତ

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଏଲଓସିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଭାରତୀୟ ସେନାର ପ୍ୟାଟ୍ରୋଲିଂ ବେଳେ ହୋଇଥିବା ବିସ୍ଫୋରଣରେ ଜଣେ ଅଗ୍ନିବୀର ଦେଶ ପାଇଁ ବଳିଦାନ ଦେଇଛନ୍ତି। ସେହିପରି ଆଉ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ସେନା ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୨୫ରେ କ୍ରିଷ୍ଣା ଘାଟିର ସାଧାରଣ ଅଞ୍ଚଳରେ ପ୍ୟାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଗୋଟିଏ ମାଇନ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଅଗ୍ନିବୀର ପ୍ରାଣ ହରାଇଛନ୍ତି ଓ ଆଉ ଦୁଇ ଜଣ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୁଇ ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜେସିଓ। ତାଙ୍କୁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

ହ୍ୱାଇଟ ନାଇଟ କ୍ରପ୍ସ ଏକ୍ସରେ କହିଛି ଯେ “ଜିଓସି ହ୍ୱାଇଟ ନାଇଟ କ୍ରପ୍ସ ଓ ସମସ୍ତ ପାହ୍ୟା ପକ୍ଷରୁ ଅଗ୍ନିବୀର ଲଳିତ କୁମାରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ସେ ୭ ଜାଟ ରେଜିମେଣ୍ଟ ପାଇଁ କାମ କରୁଥିଲେ। ସେ କ୍ରିଷ୍ଣା ଘାଟି ବ୍ରିଗେଡର ସାଧାରଣ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ହୋଇଥିବା ମାଇନ ବ୍ଲାଷ୍ଟରେ ସବୁଠାରୁ ବଡ଼ ବଳିଦାନ ଦେଇଛନ୍ତି। ଏହି ଦୁଃଖଦ ସମୟରେ ଆମେ ପରିବାର ଲୋକଙ୍କ ସହ ରହିଛୁ।”