LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ…

ନୂଆଦିଲ୍ଲୀ,୧୭।୨: LPG ଗ୍ୟାସ କନେକ୍ସନ କରିଥିବା ସବୁ ଲୋକଙ୍କ ପାଇଁ ଜରୁରୀ ଖବର। ବର୍ତ୍ତମାନ ଆପଣ ଆପଣଙ୍କର ଏଲପିଜି ଗ୍ୟାସ ସବସିଡି ସହଜରେ ଯାଞ୍ଚ କରିପାରିବେ। ଏଥିସହ ଆପଣଙ୍କ ପାଖକୁ ସବସିଡି ଟଙ୍କା ଆସିଛି କି ନାହିଁ ତାହା ବି ଘରେ ବସି ଗୋଟିଏ କ୍ଲିକରେ ଜାଣିପାରିବେ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏହି ସବସିଡି ଦିଆଯାଏ । ଯେତେବେଳେ ଜଣେ ଗ୍ରାହକ ଏଲପିଜି ଗ୍ୟାସ ସିଲିଣ୍ଡର କିଣିବାକୁ ଚାହାଁନ୍ତି, ସେତେବେଳେ ତାଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଉଥିବା […] The post LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ… appeared first on Dharitri Odia News.

LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ…

ନୂଆଦିଲ୍ଲୀ,୧୭।୨: LPG ଗ୍ୟାସ କନେକ୍ସନ କରିଥିବା ସବୁ ଲୋକଙ୍କ ପାଇଁ ଜରୁରୀ ଖବର। ବର୍ତ୍ତମାନ ଆପଣ ଆପଣଙ୍କର ଏଲପିଜି ଗ୍ୟାସ ସବସିଡି ସହଜରେ ଯାଞ୍ଚ କରିପାରିବେ। ଏଥିସହ ଆପଣଙ୍କ ପାଖକୁ ସବସିଡି ଟଙ୍କା ଆସିଛି କି ନାହିଁ ତାହା ବି ଘରେ ବସି ଗୋଟିଏ କ୍ଲିକରେ ଜାଣିପାରିବେ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଏହି ସବସିଡି ଦିଆଯାଏ । ଯେତେବେଳେ ଜଣେ ଗ୍ରାହକ ଏଲପିଜି ଗ୍ୟାସ ସିଲିଣ୍ଡର କିଣିବାକୁ ଚାହାଁନ୍ତି, ସେତେବେଳେ ତାଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଉଥିବା ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ରାଶି ଦେବାକୁ ପଡିବ ଓ ଏହା ପରେ ସବସିଡି ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ । ତେବେ ଏହି ଟଙ୍କା ଖାତାକୁ ଆସିଛି କି ନାହିଁ ଆପଣ ଉଭୟ ଅନଲାଇନ୍‌ ଓ ଅଫଲାଇନରେ ଯାଞ୍ଚ କରିପାରିବେ। ଆସନ୍ତୁ ଜାଣିବା।

LPG subsidy jumps 60% as government maintains prices to help consumers, ET  EnergyWorld

ବର୍ତ୍ତମାନ ଅନେକ ନାଗରିକ ଗ୍ୟାସ ସବସିଡିର ଲାଭ ଉଠାଉଛନ୍ତି। ଯେଉଁ ନାଗରିକମାନେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ପାଇଛନ୍ତି, ସେମାନଙ୍କ ପାଇଁ KYC କରିବା ବାଧ୍ୟତାମୂଳକ। ଯଦି ଆପଣ KYC କରି ନାହାନ୍ତି ତେବେ ଆପଣଙ୍କୁ ସବସିଡି ମିଳିପାରିବ ନାହିଁ। ତେଣୁ ଯାଥାଶୀଘ୍ର KYC ଅପଡେଟ କରନ୍ତୁ।

Has Modi govt stopped LPG subsidy? Here's the truth

ଅନଲାଇନ୍‌ ପଦ୍ଧତି ଅନୁଯାୟୀ, ଆପଣ ନିଜ ମୋବାଇଲରେ ଅଫିସିଆଲ ଓ୍ବେବସାଇଟ୍‌ ଭିଜିଟ୍‌ କରି ଏଲପିଜି ଗ୍ୟାସର ସବସିଡି ଯାଞ୍ଚ କରିପାରିବେ। ଏହା ବ୍ୟତୀତ ଆପଣ ସବସିଡି ପାଇଛନ୍ତି କି ନାହିଁ ତାହା ବି ଦେଖିପାରିବେ। ଯଦି ଅଫଲାଇନରେ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ନିକଟତମ ସାଧାରଣ ସେବା କେନ୍ଦ୍ରକୁ ଯିବାକୁ ପଡିବ। ସେଠାକୁ ଯାଇ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବାକୁ ପଡିବ। ଏଥିରୁ ଆପଣ ସବସିଡି ପାଇଚନ୍ତି କି ନାହିଁ ଜାଣିପାରିବେ।

LPG Gas Subsidy Status How to check online Subsidy Status know step by step  | LPG Subsidy: आपको गैस सिलेंडर पर सब्सिडी मिल रही है या नहीं? इस तरह घर  बैठे करें

ଅନଲାଇନ୍‌ରେ ଗ୍ୟାସ ସବସିଡି ଯାଞ୍ଚ କରିବାକୁ, ଆପଣଙ୍କୁ ପ୍ରଥମେ ଆପଣଙ୍କର ସ୍ମାର୍ଟଫୋନ ମାଧ୍ୟମରେ My LPG ର ଅଫିସିଆଲ ୱେବସାଇଟ ଖୋଲିବାକୁ ପଡିବ । ବର୍ତ୍ତମାନ ଆପଣ ଏଠାରେ ଗ୍ୟାସ କମ୍ପାନୀଗୁଡିକର ନାଁ ସହ ଫୋଟ ଦେଖିବାକୁ ପାଇବେ । ଆପଣ କେଉଁ କମ୍ପାନୀର ଗ୍ୟାସ ବ୍ୟବହାର କରନ୍ତି ତାହା ଉପରେ କ୍ଲିକ କରିବାକୁ ପଡିବ । ଯଦି ଆପଣ ଏହି ୱେବସାଇଟରେ କେବେ ପଞ୍ଜୀକୃତ କରିନାହାନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ଏହି ୱେବସାଇଟରେ ପଞ୍ଜିକରଣ କରିବାକୁ ପଡିବ । ଏହା ପରେ ହିଁ ଆପଣ ସାଇନ ଇନ କରିବାର ବିକଳ୍ପ ପାଇବେ । ବର୍ତ୍ତମାନ ଆପଣଙ୍କୁ ସିଲିଣ୍ଡର ବୁକିଂ ହିଷ୍ଟ୍ରିର ବିକଳ୍ପକୁ ଯିବାକୁ ପଡିବ । ଏପର୍ଯ୍ୟନ୍ତ କେତେଥର ସବସିଡି ପାଇଛନ୍ତି କିମ୍ବା କେତେ ସବସିଡି ପ୍ରଦାନ ହୋଇଛି ତା’ର ପୁରା ଲିଷ୍ଟ ଜାଣିପାରିବେ। ଏହି ଉପାୟରେ ଘରେ ବସି ମାତ୍ର ୨ମିନିଟ୍‌ରେ ସବସିଡି ଯାଞ୍ଚ କରିପାରିବେ ।

The post LPG Gas Subsidy Check: ଘରେ ବସି ଗୋଟିଏ କ୍ଲିକ୍‌ରେ ଜାଣନ୍ତୁ Gas Subsidy ଟଙ୍କା ଆସିଛି କି ନାହିଁ? ଏମିତି କରନ୍ତୁ… appeared first on Dharitri Odia News.