ଦଣ୍ଡ ଭୋଗିବେ ଦଙ୍ଗାକାରୀ

ଲଣ୍ଡନ,୬ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବାବେଳେ ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରୁଥିବା ଦଙ୍ଗାକାରୀମାନଙ୍କୁ କଠୋର ଶାସ୍ତି ଭୋଗିବାକୁ ପଡ଼ିବ। ପୋଲିସ ମୁଖ୍ୟ ଓ ଜେଲ୍‌ ମୁଖ୍ୟମାନଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର କହିଛନ୍ତି, ଆନ୍ଦୋଳନ ପଛର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ଏହା ସମ୍ପୂର୍ଣ୍ଣ […] The post ଦଣ୍ଡ ଭୋଗିବେ ଦଙ୍ଗାକାରୀ appeared first on Dharitri Odia News.

ଦଣ୍ଡ ଭୋଗିବେ ଦଙ୍ଗାକାରୀ

ଲଣ୍ଡନ,୬ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବାବେଳେ ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରୁଥିବା ଦଙ୍ଗାକାରୀମାନଙ୍କୁ କଠୋର ଶାସ୍ତି ଭୋଗିବାକୁ ପଡ଼ିବ। ପୋଲିସ ମୁଖ୍ୟ ଓ ଜେଲ୍‌ ମୁଖ୍ୟମାନଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର କହିଛନ୍ତି, ଆନ୍ଦୋଳନ ପଛର ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି ଏହା ସମ୍ପୂର୍ଣ୍ଣ ହିଂସା। ମସ୍‌ଜିଦ ଏବଂ ମୁସଲମାନ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହଁି।
ସାଉଥ୍‌ପୋର୍ଟରେ ହୋଇଥିବା ଆକ୍ରମଣରେ ୩ ଜଣ ସ୍କୁଲ୍‌ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀ ଯୁବକ ଜଣେ କଟ୍ଟରପନ୍ଥୀ ଇସ୍‌ଲାମିଷ୍ଟ ବୋଲି ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଗତ ମଙ୍ଗଳବାର ହିଂସାକାଣ୍ଡ ଆରମ୍ଭ ହୋଇ ଏହା ବିଭିନ୍ନ ସହରକୁ ବ୍ୟାପିଥିଲା। ତେବେ ଉକ୍ତ ୧୭ ବର୍ଷୀୟ ଯୁବକ ଜଣକ ବ୍ରିଟେନ ଜନ୍ମିତ ଏବଂ ସେ ସମ୍ପୃକ୍ତ ଥିବା ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ନିଆଯାଇପାରିବ ନାହିଁ ବୋଲି ପୋଲିସ କହିଥିଲା।
ଶରଣାର୍ଥୀମାନେ ଆଶ୍ରୟ ନେଇଥିବା ଏକ ହୋଟେଲରେ ବିକ୍ଷୋଭକାରୀ ରବିବାର ଭଙ୍ଗାରୁଜା କରିବା ସହ କେତେକ ଦୋକାନରେ ନିଆଁ ଲଗାଇଦେଇଥିଲେ। ଲିଭରପୁଲ୍‌, ହୁଲ୍‌, ବ୍ରିଷ୍ଟଲ, ଲିଡ୍ସ, ବ୍ଲାକପୁଲ୍‌, ଷ୍ଟୋକ୍‌-ଅନ୍‌-ଟ୍ରେଣ୍ଟ, ବେଲ୍‌ପାଷ୍ଟ, ନଟ୍ଟିଙ୍ଗ୍‌ହାମ ଏବଂ ମଞ୍ଚେଷ୍ଟରରେ ଶନିବାର ପୋଲିସ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଭଳି ଆପରାଧିକ ବିଶୃଙ୍ଖଳା ଓ ହିଂସା ପାଇଁ ବିକ୍ଷୋଭକାରୀଙ୍କୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ବ୍ରିଟେନ୍‌ ଗୃହ ସଚିବ ୟବେଟେ କୁପର ଚେତାବନୀ ଦେଇଛନ୍ତି। ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତି ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ।
ରୋଥରହାମ୍‌, ବୋଲଟନ ଓ ଅନ୍ୟ ଭାଗରେ ହିଂସା ଲାଗିରହିଥିବାବେଳେ ବ୍ରିଟେନ ପୋଲିସ ଇତିମଧ୍ୟରେ ଶତାଧିକ ଦଙ୍ଗାକାରୀଙ୍କୁ ଗିରଫ କଲାଣି। ହିଂସାକାଣ୍ଡ ପାଇଁ ପୋଲିସ ଇଂଲିଶ ଡିଫେନ୍ସ ଲିଗ୍‌କୁ ଦାୟୀ କରିଛି। ଏହି ଲିଗ୍‌ ହେଉଛି ଇସ୍‌ଲାମ ବିରୋଧୀ ସଂଗଠନ ଯାହା ୧୫ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିଲା।

The post ଦଣ୍ଡ ଭୋଗିବେ ଦଙ୍ଗାକାରୀ appeared first on Dharitri Odia News.