LPG ସିଲିଣ୍ଡର ଉପରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର, ବର୍ଷେ ଯାଏ ୩୦୦ ଟଙ୍କା ମିଳିବ ରିହାତି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ବଡ଼ ଖୁସି ଖବର ଦେଇପାରନ୍ତି । ସରକାର ଏହି ଯୋଜନା ଅଧିନରେ ମିଳିଥିବା ରୋଷେଇ ଗ୍ୟାସ୍ ସିଲିଣ୍ଡର ଉପରେ ସବସିଡିକୁ ୨୦୨୫ ମାର୍ଚ୍ଚ ୩୧ ଯାଏ ବଢାଇ ପାରନ୍ତି । ସିଏନବିସି-ଟିଭି ୧୮ର ସୂତ୍ର ଅନୁସାରେ ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ୨୦୨୫ ମାର୍ଚ୍ଚ ୩୧ ଯାଏ ସବସିଡି ମିଳିବ । ସବସିଡିକୁ ଗୋଟିଏ ବର୍ଷ ବଢାଇବା ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ବୋଝ ପଡ଼ିବ । ଉଲ୍ଲେଖଯୋଗ୍ୟ ଯେ ସରକାର ଉଜ୍ଜ୍ୱଳ ଯୋଜନାର ଲାଭାର୍ଥୀଙ୍କୁ ୩୦୦ ଟଙ୍କା ସବସିଡି ଦିଅନ୍ତି । ଏହି ସବସିଡି କାରଣରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦୩ ଟଙ୍କା । ଅନ୍ୟପଟେ ଦିଲ୍ଲୀରେ ସାଧାରଣ ଖାଉଟିଙ୍କ ପାଇଁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୦୩ ଟଙ୍କା ରହିଛି । ପଢନ୍ତୁ: ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼, ୨୫ ଟଙ୍କା ବଢିଲା କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ ଗତ ବର୍ଷ ଯାଏ ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ସବସିଡି ମିଳୁଥିଲା । ତେବେ ୨୦୨୩ ଅକ୍ଟୋବରରେ ସବସିଡି ରାଶିକୁ ୧୦୦ ଟଙ୍କା ବଢାଇ ୩୦୦ ଟଙ୍କା କରାଯାଇଥିଲା । ଭାରତ ସରକାର ବର୍ତ୍ତମାନ ସମୟରେ ଲାଭାର୍ଥୀଙ୍କୁ ଗୋଟିଏ ବର୍ଷରେ ୧୨ ସିଲିଣ୍ଡର ରିଫିଲ ଉପରେ ଏହି ସବସିଡି ଦେଉଛନ୍ତି ।
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ବଡ଼ ଖୁସି ଖବର ଦେଇପାରନ୍ତି । ସରକାର ଏହି ଯୋଜନା ଅଧିନରେ ମିଳିଥିବା ରୋଷେଇ ଗ୍ୟାସ୍ ସିଲିଣ୍ଡର ଉପରେ ସବସିଡିକୁ ୨୦୨୫ ମାର୍ଚ୍ଚ ୩୧ ଯାଏ ବଢାଇ ପାରନ୍ତି ।
ସିଏନବିସି-ଟିଭି ୧୮ର ସୂତ୍ର ଅନୁସାରେ ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ୨୦୨୫ ମାର୍ଚ୍ଚ ୩୧ ଯାଏ ସବସିଡି ମିଳିବ । ସବସିଡିକୁ ଗୋଟିଏ ବର୍ଷ ବଢାଇବା ଦ୍ୱାରା ସରକାରଙ୍କ ଉପରେ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ବୋଝ ପଡ଼ିବ । ଉଲ୍ଲେଖଯୋଗ୍ୟ ଯେ ସରକାର ଉଜ୍ଜ୍ୱଳ ଯୋଜନାର ଲାଭାର୍ଥୀଙ୍କୁ ୩୦୦ ଟଙ୍କା ସବସିଡି ଦିଅନ୍ତି । ଏହି ସବସିଡି କାରଣରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦୩ ଟଙ୍କା । ଅନ୍ୟପଟେ ଦିଲ୍ଲୀରେ ସାଧାରଣ ଖାଉଟିଙ୍କ ପାଇଁ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୦୩ ଟଙ୍କା ରହିଛି ।
ପଢନ୍ତୁ: ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼, ୨୫ ଟଙ୍କା ବଢିଲା କମର୍ସିଆଲ LPG ସିଲିଣ୍ଡର ମୂଲ୍ୟ
ଗତ ବର୍ଷ ଯାଏ ଯୋଜନା ଅଧିନରେ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ସବସିଡି ମିଳୁଥିଲା । ତେବେ ୨୦୨୩ ଅକ୍ଟୋବରରେ ସବସିଡି ରାଶିକୁ ୧୦୦ ଟଙ୍କା ବଢାଇ ୩୦୦ ଟଙ୍କା କରାଯାଇଥିଲା । ଭାରତ ସରକାର ବର୍ତ୍ତମାନ ସମୟରେ ଲାଭାର୍ଥୀଙ୍କୁ ଗୋଟିଏ ବର୍ଷରେ ୧୨ ସିଲିଣ୍ଡର ରିଫିଲ ଉପରେ ଏହି ସବସିଡି ଦେଉଛନ୍ତି ।