Modi Jeddah Visit: ସାଉଦି ଆରବ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର ଏଜେଣ୍ଡା
ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବ ଗସ୍ତରେ ଯାଇଛନ୍ତି। ସେ ଦୁଇ ଦିନ ପାଇଁ Jeddahରେ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ଭେଟିବେ। ଏହି ଦୁଇଜଣଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେମାନଙ୍କ ଆଲୋଚନାର ଏଜେଣ୍ଡା କ’ଣ ହେବ ତାହା କହିଛନ୍ତି। ଭାରତ ଏବଂ ସାଉଦି ଆରବ ମଧ୍ୟ ଅନେକ ଚୁକ୍ତି ସ୍ବାକ୍ଷର କରିପାରନ୍ତି। ପ୍ରଧାନମନ୍ତ୍ରୀ […] The post Modi Jeddah Visit: ସାଉଦି ଆରବ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର ଏଜେଣ୍ଡା appeared first on Dharitri Odia News.
ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଉଦି ଆରବ ଗସ୍ତରେ ଯାଇଛନ୍ତି। ସେ ଦୁଇ ଦିନ ପାଇଁ Jeddahରେ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ଭେଟିବେ। ଏହି ଦୁଇଜଣଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେମାନଙ୍କ ଆଲୋଚନାର ଏଜେଣ୍ଡା କ’ଣ ହେବ ତାହା କହିଛନ୍ତି। ଭାରତ ଏବଂ ସାଉଦି ଆରବ ମଧ୍ୟ ଅନେକ ଚୁକ୍ତି ସ୍ବାକ୍ଷର କରିପାରନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ X ରେ ଲେଖିଛନ୍ତି, ‘ମୁଁ ସାଉଦି ଆରବର ଜେଦ୍ଦାହ ଯାଉଛି। ମୁଁ ଏଠାରେ ଅନେକ ବୈଠକ ଏବଂ କାର୍ଯ୍ୟକ୍ରମରେ ଯୋଗଦେବି। ଭାରତ ସାଉଦି ଆରବ ସହିତ ଆମର ଐତିହାସିକ ସମ୍ପର୍କକୁ ଗୁରୁତ୍ୱ ଦିଏ। ଗତ ଦଶନ୍ଧିରେ ଦ୍ୱିପାକ୍ଷିକ ସମ୍ପର୍କ ଯଥେଷ୍ଟ ଗତି ପାଇଛି। ମୁଁ ରଣନୈତିକ ସହଭାଗୀତା ପରିଷଦର ଦ୍ୱିତୀୟ ବୈଠକରେ ଯୋଗଦେବାକୁ ଅପେକ୍ଷା କରିଛି। ମୁଁ ସେଠାରେ ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବି।’
ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଉଦି ଆରବ ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଭାରତ ଏବଂ ସାଉଦି ଆରବ ମଧ୍ୟରେ ଛଅଟି ଚୁକ୍ତି ସ୍ବାକ୍ଷରିତ ହୋଇପାରେ। ଏଥିରେ ଭାରତୀୟ ହଜ ଯାତ୍ରୀଙ୍କ ପାଇଁ କୋଟା ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।
The post Modi Jeddah Visit: ସାଉଦି ଆରବ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛର ଏଜେଣ୍ଡା appeared first on Dharitri Odia News.