Mood of the Nation 2024: ୟୁପିରେ ପୋଛି ନେବ ବିଜେପି

୮୦ଟି ଆସନରୁ ୭୦ଟି ଆସନରେ ବିଜୟ ପକ୍କା କରିବ ବିଜେପି।

Mood of the Nation 2024: ୟୁପିରେ ପୋଛି ନେବ ବିଜେପି

ପୁଣି ଉତ୍ତର ପ୍ରଦେଶରେ ଫୁଟିବ ପଦ୍ମ। ୮୦ଟି ଆସନରୁ ୭୦ଟି ଆସନରେ ବିଜୟ ପକ୍କା କରିବ ବିଜେପି। ପୂରା ଉତ୍ତର ପ୍ରଦେଶକୁ ଏକପ୍ରକାର କବ୍‌ଜା କରିବା ଗେରୁଆ ଦଳ। ସେହିପରି ୨୦୧୯ରେ କଂଗ୍ରେସର ସ୍ଥିତି ଯାହା ଥିଲା ତାହା ସମାନ ରହିବ। ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ମୁଡ୍‌ ଅଫ୍‌ ନେସନ ସର୍ଭେ ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।

ଭାରତୀୟ ଜନତା ପାର୍ଟି ଏଥର ଲୋକସଭା ନିର୍ବାଚନରେ ୪୦୦ ଆସନ ହାତେଇବା ଲକ୍ଷ୍ୟ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ୍‌ 'ଅବକି ବାର୍‌ ୪୦୦ ପାର୍‌' ନାରା ଦେଇଛନ୍ତି। ଦେଶରେ ଏକା ବିଜେପି ୩୭୦ଟି ଆସନରେ ବିଜୟ ହାସଲ କରିବ ବୋଲି ସେ ଦାବି କରିଛନ୍ତି। ଏହାରି ଭିତରେ ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ଟୁଡେର ମୁଡ୍‌ ଅଫ୍‌ ଦି ନେସନ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି।

ଏହି ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶରେ ବିଜେପି ନିଜ ଲକ୍ଷ୍ୟ ପାଇବାରେ ସଫଳ ହେବ ବୋଲି ଆକଳନ କରାଯାଇଛି। ସର୍ଭେ ମୁତାବକ ବିଜେପିକୁ ଚଳିତ ନର୍ବାଚନରେ ଉତ୍ତରପ୍ରଦେଶରେ ୫୨.୧ ପ୍ରତିଶତ ଭୋଟ୍‌ ମିଳିପାରେ। ୨୦୧୯ରେ ବିଜେପିକୁ ଏଠି ୪୯. ୯୮ ପ୍ରତିଶତ ଭୋଟ୍‌ ମିଳିଥିଲା। ସେହିପରି ସମାଜବାଦୀ ପାର୍ଟିକୁ ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ୩୦.୧% ଭୋଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି। ସେହିପରି ୨୦୧୯ରେ କଂଗ୍ରେସ ସ୍ଥିତି ଯାହା ଥିଲା ତାହା ସମାନ ରହିବ। ତାକୁ ୫.୫ ପ୍ରତିଶତ ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିପାରେ। ଅନ୍ୟପଟେ ବିଏସ୍‌ପି ଖାତାକୁ ୮.୪ ପ୍ରତିଶତ ଭୋଟ୍‌ ଯାଇପାରରେ ବୋଲି ସର୍ଭେରେ କୁହାଯାଇଛି।

Survey Reportପ୍ରକାଶ ପାଇଥିବା ସର୍ଭେ ରିପୋର୍ଟ।

ଉତ୍ତରପ୍ରଦେଶରେ ବିଜେପି ଦଶ ବର୍ଷ ପରେ ୨୦୧୪ର ପ୍ରଦର୍ଶନକୁ ପୁଣି ଥରେ ଦୋହରାଇବାକୁ ଯାଉଥିବା ଦେଖିବାକୁ ମିଳିବ। ରାଜ୍ୟର ମୋଟ ୮୦ ସିଟ୍ ମଧ୍ୟରୁ ୭୦ ସିଟ୍ ଜିତିବ ବୋଲି କୁହାଯାଉଛି। ସର୍ଭେରେ ଜଡିତ ଲୋକଙ୍କ ଭୋଟର ଫଳାଫଳ ଅନୁଯାୟୀ ସମାଜବାଦୀ ପାର୍ଟି (ଏସପି)କୁ ୨୦୧୯ ତୁଳନାରେ ୮ଟି କମ୍‌ ଆସନ ମିଳିବ। ତାକୁ ସାତୋଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିବ। ସେହିପରି କଂଗ୍ରେସକୁ ମଧ୍ୟ କେବଳ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡିପାରେ। ଏଥିସହିତ କେନ୍ଦ୍ର ସରକାରଙ୍କ ସହ ଜଡିତ ଅନୁପ୍ରିଆ ପଟେଲଙ୍କ ଅପନା ଦଳରୁ ଦୁଇଜଣ ପ୍ରାର୍ଥୀ ନିର୍ବାଚନରେ ​​ଜିତିବା ନେଇ ଅନୁମାନ କରାଯାଇଛି।