Motorola ଲଞ୍ଚ କଲା Moto Air Tag, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ
ଜିଆଣ୍ଟ କମ୍ପାନୀ Motorola ପୁଣିଥରେ ଭାରତୀୟ ବଜାରରେ ଏକ ଧମାକା କରିଛି । କମ୍ପାନୀ ଗତ ଗୋଟିଏ ବର୍ଷ ମଧ୍ୟରେ ଅନେକ ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଲଞ୍ଚ କରିଛି । ବଜେଟ ଏବଂ ମିଡ୍ ରେଞ୍ଜ ସେଗମେଣ୍ଟରେ Motorola ସ୍ମାର୍ଟଫୋନଗୁଡିକ ବହୁତ ମାତ୍ରାରେ ପସନ୍ଦ କରାଯାଉଛି । ନିକଟରେ କମ୍ପାନୀ ଏହାର ପ୍ରଥମ ଲାପଟପ୍ ଲଞ୍ଚ କରିଛି । ଏବେ Motorola ଆଉ ଏକ ଡିଭାଇସ୍ ଆଣିଛି । ତେବେ ଆସନ୍ତୁ ଜାଣିବା ଆଉ ଏକ […] The post Motorola ଲଞ୍ଚ କଲା Moto Air Tag, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.

ଜିଆଣ୍ଟ କମ୍ପାନୀ Motorola ପୁଣିଥରେ ଭାରତୀୟ ବଜାରରେ ଏକ ଧମାକା କରିଛି । କମ୍ପାନୀ ଗତ ଗୋଟିଏ ବର୍ଷ ମଧ୍ୟରେ ଅନେକ ସ୍ମାର୍ଟଫୋନ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଲଞ୍ଚ କରିଛି । ବଜେଟ ଏବଂ ମିଡ୍ ରେଞ୍ଜ ସେଗମେଣ୍ଟରେ Motorola ସ୍ମାର୍ଟଫୋନଗୁଡିକ ବହୁତ ମାତ୍ରାରେ ପସନ୍ଦ କରାଯାଉଛି । ନିକଟରେ କମ୍ପାନୀ ଏହାର ପ୍ରଥମ ଲାପଟପ୍ ଲଞ୍ଚ କରିଛି । ଏବେ Motorola ଆଉ ଏକ ଡିଭାଇସ୍ ଆଣିଛି । ତେବେ ଆସନ୍ତୁ ଜାଣିବା ଆଉ ଏକ ଡିଭାସ୍ କ’ଣ ।
Motorola ଭାରତରେ Moto Air Tag ଲଞ୍ଚ କରିଛି । ଭାରତୀୟ ବଜାରରେ Apple Air Tag ଏବଂ Jio Tag ପୂର୍ବରୁ ଉପଲବ୍ଧ । କିନ୍ତୁ Motorola ର Tag ଏମାନଙ୍କ ସହିତ ସିଧାସଳଖ ଟକ୍କର କରିବାକୁ ଯାଉଛି । ଏଥି ସହ ଜାଣି ରଖନ୍ତୁ ଯେ Moto Air Tag ବହୁତ ହାଲୁକା, ୱାୟାରଲେସ୍ ଏବଂ ପାଣିରୁ ରକ୍ଷା ପାଇବା ପାଇଁ ଏଥିରେ ୱାଟରପ୍ରୁଫର ଫିଚର ଅଛି । ଏହାର ରେଞ୍ଜ ବିଷୟରେ କହିବାକୁ ଗଲେ ଏହା ୧୦୦ ମିଟର ପର୍ଯ୍ୟନ୍ତ ମଧ୍ୟରେ ଜିନିଷଗୁଡିକୁ ସହଜରେ ଚିହ୍ନଟ କରିପାରିବ ।
Moto Air Tag ର ପ୍ରାଇସ୍ :
ଯଦି ଆପଣ ଆପଣଙ୍କର ଜିନିଷ ଯେପରିକି କାର କିମ୍ବା ବାଇକ୍ ଚାବି, ସ୍ମାର୍ଟଫୋନ୍ କିମ୍ବା ଏପରି ଅନ୍ୟ କୌଣସି ଜିନିଷ ଭୁଲିଯାଉଛନ୍ତି, ତେବେ ଆପଣ ଏହି Moto Air Tag କୁ ସେମାନଙ୍କ ସହିତ ଆହ୍ କରିପାରିବେ । ଏହା ପରେ ଆପଣ ଆପଣଙ୍କ ସ୍ମାର୍ଟଫୋନ୍ ସାହାଯ୍ୟରେ ସହଜରେ ଖୋଜିପାରିବେ । ଗୁଗୁଲର Find My Device ନେଟୱାର୍କ ପାଇଁ ସପୋର୍ଟ ସହିତ Motorola ଏହି ଟ୍ୟାଗ୍ ଲଞ୍ଚ କରିଛି । ଏଥି ସହ ଜାଣିରଖନ୍ତୁ ଯେ Moto Air Tag ର ମୂଲ୍ୟ ୨୨୯୯ ଟଙ୍କା ଏବଂ ଏହାର ସେଲ୍ ଆଜି ଅର୍ଥାତ୍ ୨୩ ଏପ୍ରିଲରୁ ଭାରତରେ ଆରମ୍ଭ ହେବ ।
ଯଦି ଆପଣ Moto Air Tag କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କୁ କହି ରଖୁଛୁ ଯେ ଆପଣ ଏହାକୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଫ୍ଲିପକାର୍ଟ ମାଧ୍ୟମରେ କିଣିପାରିବେ । ଏଥିରେ ଆପଣ ଦୁଇଟି କଲର ଅପ୍ସନ ମଧ୍ୟ ପାଇବେ । ଯେଉଁଥିରେ ସେଜ୍ ଗ୍ରୀନ୍ ଏବଂ ଷ୍ଟାରଲାଇଟ୍ ବ୍ଲୁ ସାମିଲ ହେବ । ଆପଣ ଯେକୌଣସି ଡିଭାଇସରେ ଏହାକୁ ଲଗାନ୍ତି ଏହା ବ୍ଲୁଟୁଥ୍ ମାଧ୍ୟମରେ ପାଖାପାଖି ଲୋକେସନ୍ ଆପଣଙ୍କ ସ୍ମାର୍ଟଫୋନରେ ଆସିଯିବ । ଏଥିରେ Bluetooth v5.4 ର ସପୋର୍ଟ ଦିଆଯାଇଛି । Moto Air Tag ସେଦହି ସ୍ମାର୍ଟଫୋନରେ ସପୋର୍ଟ କରିବ ଯାହା Android 9.0 କୁ ସପୋର୍ଟ କରିବ । Motorola Moto Air Tag କୁ End-to-End Encryption ଫିଚର ସହିତ ଉପସ୍ଥାପନ କରିଛି । ଏଥି ସହ ଏଥିରେ IP67 ର ରେଟିଂ ମଧ୍ୟ ଦିଆଯାଇଛି ।
The post Motorola ଲଞ୍ଚ କଲା Moto Air Tag, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ appeared first on KNews Odisha.