MS Dhoniଙ୍କୁ କେମିତି କଣ୍ଟ୍ରୋଲ କରିବ ମୁମ୍ବାଇ, ଗୋଟିଏ ଦିନ ପୂର୍ବରୁ Suryakumar Yadav କହିଲେ ଏମିତି
ନୂଆଦିଲ୍ଲୀ,୨୨।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେର ଅଧିନାୟକ ରୁତୁରାଜ ଗାୟକୱାଡ ଏବଂ ଏମଆଇର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରହିବେ। ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ନିୟମିତ ଅଧିନାୟକ। ତଥାପି, ଗତ ସିଜନରେ ତାଙ୍କୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା, ତେଣୁ ସେ ରବିବାର ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ଦେଖିବାକୁ ମିଳିବେ […] The post MS Dhoniଙ୍କୁ କେମିତି କଣ୍ଟ୍ରୋଲ କରିବ ମୁମ୍ବାଇ, ଗୋଟିଏ ଦିନ ପୂର୍ବରୁ Suryakumar Yadav କହିଲେ ଏମିତି appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ସିଏସକେର ଅଧିନାୟକ ରୁତୁରାଜ ଗାୟକୱାଡ ଏବଂ ଏମଆଇର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରହିବେ।
ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ନିୟମିତ ଅଧିନାୟକ। ତଥାପି, ଗତ ସିଜନରେ ତାଙ୍କୁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା, ତେଣୁ ସେ ରବିବାର ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ଦେଖିବାକୁ ମିଳିବେ ନାହିଁ। ମ୍ୟାଚ ପୂର୍ବରୁ ଶନିବାର ମୁମ୍ବାଇର ପାର୍ଟ ଟାଇମ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସେ ତାଙ୍କର ଯୋଜନା ପ୍ରକାଶ କରିଛନ୍ତି।
ତାଙ୍କୁ ପଚରାଯାଇଥିଲା ଯେ ସେ କିପରି ଅନକ୍ୟାପ ଖେଳାଳି ଏମଏସ ଧୋନିଙ୍କୁ ନିୟନ୍ତ୍ରଣ କରିବେ। ଏହା ଶୁଣି ସୂର୍ଯ୍ୟକୁମାର ଯାଦବ ହସି ହସି କହିଲେ, ଏତେ ବର୍ଷ ମଧ୍ୟରେ କେହି ତାଙ୍କୁ ନିୟନ୍ତ୍ରଣ କରିପାରିଛନ୍ତି କି? ଆପଣଙ୍କୁ କହି ରଖୁଛୁ ଯେ ନୂତନ ନିୟମ ଅନୁଯାୟୀ, ଧୋନି ଏହି ସିଜିନରେ ଜଣେ ଅନକ୍ୟାପ ଖେଳାଳି ଭାବରେ ଖେଳୁଛନ୍ତି। ଚେନ୍ନାଇ ତାଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଥିଲା।
‘ଯଦି ମୁଁ ଭଲ ଅଭ୍ୟାସ କରୁଛି, ନେଟ୍ସରେ ଭଲ ଭାବରେ ବଲକୁ ମାରିଛି, ତେବେ ଯେତେବେଳେ ମୁଁ ଖେଳ ଆରମ୍ଭ କରେ, ମୋର ମନ ସ୍ପଷ୍ଟ ଥାଏ, ମୁଁ ଜାଣେ ମୋତେ କ’ଣ କରିବାକୁ ପଡିବ। ସେହି ମୁହୂର୍ତ୍ତ, ସେହି ସମୟ ମୋ ପାଇଁ ସର୍ବୋତ୍ତମ। ଯେତେବେଳେ ମୁଁ ଜାଣିବି ଯେ ମୁଁ ଭଲ ସ୍ଥିତିରେ ଅଛି ଏବଂ ମୁଁ ଦଳ ପାଇଁ ରନ ସ୍କୋର କରିବି,’ ସୂର୍ଯ୍ୟକୁମାର କହିଥିଲେ।
The post MS Dhoniଙ୍କୁ କେମିତି କଣ୍ଟ୍ରୋଲ କରିବ ମୁମ୍ବାଇ, ଗୋଟିଏ ଦିନ ପୂର୍ବରୁ Suryakumar Yadav କହିଲେ ଏମିତି appeared first on Dharitri Odia News.