MS ରୁ MRS ହେଲେ ତାପସୀ ପନ୍ନୁ, ବଏଫ୍ରେଣ୍ଡ ସହ ଲୁଚିଛପି କରିନେଲେ ବିବାହ

ମୁମ୍ୱାଇ ୨୫/୦୩ : ମିସ୍‌ ରୁ ମିସେସ୍ ହେଲେ ଅଭିନେତ୍ରୀ ତାପସୀ ପନ୍ନୁ । ଲୁଚିଛପି ବିବାହ କରିଗଲେ ଏହି ଅଭିନେତ୍ରୀ । ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କର ହେଲେ ନୂଆବୋହୂ । ଫ୍ୟାନ୍ସ କହିଲେ ଓ୍ୱାହ କ୍ୟା ବାତ୍ ହୈ । କହିବାକୁ ଗଲେ ହୋଲିର ଖାସ୍ ମଉକାରେ ବଲିଉଡ ତରଫରୁ ଦର୍ଶକଙ୍କୁ ଖୁସି କରିବା ଭଳି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ ଫ୍ୟାନ୍ସଙ୍କ ଲୋକପ୍ରିୟ ଅଭିନେତ୍ରୀ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍‌ରୁ ମିସେସ୍ ହୋଇଯାଇଛନ୍ତି । ଲୁଚିଛପି ସେ ତାଙ୍କ ତଥାକଥିତ ବୟଫ୍ରେଣ୍ଡ MATHIAS BOE ଙ୍କୁ ବିବାହ କରିଛନ୍ତି । ତାପସୀ ଏବଂ ମୈଥିୟାସ ୨୩ ମାର୍ଚ୍ଚ ଉଦୟପୁରରେ ଲୁଚିଛପି ବିବାହ କରିଛନ୍ତି । ସାତଜନମର ସାଥୀ ହେବାକୁ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ଏହି ନିରାଡମ୍ୱର ବିବାହରେ କେବଳ ସାମିଲ ହୋଇଥିଲେ ପରିବାର ଲୋକଙ୍କ ସହ କିଛି ନିକଟତମ ସଂପର୍କୀୟ ।  ସୂତ୍ରରୁ ଜଣାପଡିଛି, ଏହି ବିବାହ ଉତ୍ସବରେ ଫିଲ୍ମମେକର ଅନୁରାଗ କଶ୍ୟପ ଏବଂ ଫେମସ ପ୍ରଡ୍ୟୁସର କନିକା ଢିଲ୍ଲନ ସାମିଲ ହୋଇଥିଲେ । କନିକା ନିଜ ଇନଷ୍ଟା ଆକାଉଣ୍ଟରେ ତାଙ୍କର ରିସେପସନ୍ ଲୁକ୍ ସେୟାର କରିଥିଲେ । ତେବେ ସ୍ପଷ୍ଟକରିନଥିଲେ ଯେ ଏହା କାହାର ବିବାହ । ଥପ୍ପଡ ଫିଲ୍ମରେ ତାପସୀଙ୍କ କାମ କରିଥିବା ଅଭିନେତା ପାଓ୍ୱଲେ ଗୁଲାଟୀ ବି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ସେ ବି ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି ଫଟୋ । କୁହାଯାଉଛି କି, ତାପସୀ ଏବଂ ତାଙ୍

MS ରୁ MRS ହେଲେ ତାପସୀ ପନ୍ନୁ, ବଏଫ୍ରେଣ୍ଡ ସହ ଲୁଚିଛପି କରିନେଲେ ବିବାହ

ମୁମ୍ୱାଇ ୨୫/୦୩ : ମିସ୍‌ ରୁ ମିସେସ୍ ହେଲେ ଅଭିନେତ୍ରୀ ତାପସୀ ପନ୍ନୁ । ଲୁଚିଛପି ବିବାହ କରିଗଲେ ଏହି ଅଭିନେତ୍ରୀ । ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କର ହେଲେ ନୂଆବୋହୂ । ଫ୍ୟାନ୍ସ କହିଲେ ଓ୍ୱାହ କ୍ୟା ବାତ୍ ହୈ । କହିବାକୁ ଗଲେ ହୋଲିର ଖାସ୍ ମଉକାରେ ବଲିଉଡ ତରଫରୁ ଦର୍ଶକଙ୍କୁ ଖୁସି କରିବା ଭଳି ଖବର ସାମ୍ନାକୁ ଆସିଛି । 


ଆଜ୍ଞା ହଁ ଫ୍ୟାନ୍ସଙ୍କ ଲୋକପ୍ରିୟ ଅଭିନେତ୍ରୀ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍‌ରୁ ମିସେସ୍ ହୋଇଯାଇଛନ୍ତି । ଲୁଚିଛପି ସେ ତାଙ୍କ ତଥାକଥିତ ବୟଫ୍ରେଣ୍ଡ MATHIAS BOE ଙ୍କୁ ବିବାହ କରିଛନ୍ତି । ତାପସୀ ଏବଂ ମୈଥିୟାସ ୨୩ ମାର୍ଚ୍ଚ ଉଦୟପୁରରେ ଲୁଚିଛପି ବିବାହ କରିଛନ୍ତି । ସାତଜନମର ସାଥୀ ହେବାକୁ ଦୁହେଁ ଦୁହିଁଙ୍କ ହାତ ଧରିଛନ୍ତି । ଏହି ନିରାଡମ୍ୱର ବିବାହରେ କେବଳ ସାମିଲ ହୋଇଥିଲେ ପରିବାର ଲୋକଙ୍କ ସହ କିଛି ନିକଟତମ ସଂପର୍କୀୟ ।  


ସୂତ୍ରରୁ ଜଣାପଡିଛି, ଏହି ବିବାହ ଉତ୍ସବରେ ଫିଲ୍ମମେକର ଅନୁରାଗ କଶ୍ୟପ ଏବଂ ଫେମସ ପ୍ରଡ୍ୟୁସର କନିକା ଢିଲ୍ଲନ ସାମିଲ ହୋଇଥିଲେ । କନିକା ନିଜ ଇନଷ୍ଟା ଆକାଉଣ୍ଟରେ ତାଙ୍କର ରିସେପସନ୍ ଲୁକ୍ ସେୟାର କରିଥିଲେ । ତେବେ ସ୍ପଷ୍ଟକରିନଥିଲେ ଯେ ଏହା କାହାର ବିବାହ । ଥପ୍ପଡ ଫିଲ୍ମରେ ତାପସୀଙ୍କ କାମ କରିଥିବା ଅଭିନେତା ପାଓ୍ୱଲେ ଗୁଲାଟୀ ବି ବିବାହ ଉତ୍ସବରେ ସାମିଲ ହୋଇଥିଲେ । 


ସେ ବି ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି ଫଟୋ । କୁହାଯାଉଛି କି, ତାପସୀ ଏବଂ ତାଙ୍କ ବୟଫ୍ରେଣ୍ଡ ମାଥିଆସଙ୍କୁ ବିବାହ କରିଥିବା ଫଟୋକୁ ଫ୍ୟାନ୍ସ ମାନେ ଶୁଭେଚ୍ଛା ବି ଦେଇଛନ୍ତି ।  କହିବାକୁ ଗଲେ ମୈଥିୟାସ ଗତ ୧୦ ବର୍ଷ ହେବ ଦୁହେଁ ଦୁହିଁଙ୍କ ସହ ରିଲେସନଶିପ୍ ରହିଆସୁଛନ୍ତି । ଯଦିଓ ତାପସୀ ନିଜ ରିଲେସନ୍ସକୁ ନେଇ କେବେ ହେଲେ ସୋସିଆଲ ମିଡିଆରେ କିଛି କୁହନ୍ତି ନାହିଁ । ଆଗକୁ ତାପସୀ ଖୁବଶୀଘ୍ର ମୁମ୍ୱାଇରେ ଗ୍ରାଣ୍ଡ ରିସେପସନ୍ ଦେବାର କାର୍ଯ୍ୟକ୍ରମ ରହିଛି । 

You can also read...

ବେବି ପ୍ଲାନ କରୁଛନ୍ତି କି ଦିବ୍ୟାଙ୍କା ତ୍ରିପାଠୀ ? ବିବାହର ୮ ବର୍ଷ ପରେ ପରିବାର ପକାଇଲେ ଚାପ