New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ

ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬ ପଏଣ୍ଟ ସହ ଶୀର୍ଷରେ ରହିଛି। ଏହି ମ୍ୟାଚର ଫଳାଫଳ ସହିତ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୪ ତାରିଖରେ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିଭଳି […] The post New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ appeared first on Dharitri Odia News.

New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ

ଦୁବାଇ,୨ା୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ୪୪ ରନ୍‌ରେ ବିଜୟ ହୋଇଛି। ଏଥିସହ ଭାରତ ଚାମ୍ପିୟନ୍ସ ଟ୍ରଫିରେ ହାଟ୍ରିକ ବିଜୟ ହାସଲ କରି ଗ୍ରୁପ-ଏ’ରେ ସର୍ବାଧିକ ୬ ପଏଣ୍ଟ ସହ ଶୀର୍ଷରେ ରହିଛି।

ଏହି ମ୍ୟାଚର ଫଳାଫଳ ସହିତ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆସନ୍ତା ୪ ତାରିଖରେ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ସେହିଭଳି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ୫ ତାରିଖରେ ଖେଳାଯିବ।

ଭାରତ-ନ୍ୟୁଜିଲାଣ୍ଡ ଶେଷ ଲିଗ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୪୯ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ଆଗରେ ୨୫୦ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ଭାରତ। ଜବାବରେ ନ୍ୟୁଜିଲାଣ୍ଡ ଇନିଂସ ଆରମ୍ଭରୁ ଭାରତୀୟ ସ୍ପିନରଙ୍କ ସହ ସଂଘର୍ଷ କରିଥିଲା। କେନ୍‌ ଓ୍ବିଲିୟମସନ ଗୋଟିଏପଟେ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଉଇକେଟ ପତନ ଜାରି ରହିଥିଲା। ଫଳରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓ୍ବିଲିୟମସନ ସର୍ବାଧିକ ୮୧ ଓ ଅଧିନାୟକ ମିଚେଲ ସାଣ୍ଟନର ୨୮ ରନ୍‌ କରିଥିଲେ। ଭାରତ ପାଇଁ ବରୁଣ ଚକ୍ରବର୍ତ୍ତୀ ୫ ଉଇକେଟ ସଫଳତା ହାସଲ କରିଥିଲେ।

The post New Zealand vs India: ଚାମ୍ପିୟନ୍ସ ଟ୍ରଫିରେ ଭାରତର ହାଟ୍ରିକ ବିଜୟ appeared first on Dharitri Odia News.