NIA ଏସପି ହେଲେ ସାଗରିକା ନାଥ, କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦିଲ୍ଳୀ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ଅଧିକାରୀ ସାଗରିକା ନାଥ। ତାଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)ର ଏସପି ଭାବେ ନିଯୁକ୍ତ ଦିଆଯାଇଛି। ଏ ନେଇ ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ୨୦୨୫ ଜୁଲାଇ ୩୧ରେ ଚିଠି  ଲେଖାଯାଇଛି। ଉଲ୍ଲେଖନୀୟ ରାଜ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ଏବଂ କଡ଼ାକଡ଼ି ନିୟମ ଲାଗୁ ନେଇ ବେଶ ଚର୍ଚ୍ଚାରେ ଥିଲେ ସାଗରିକା ନାଥ।୩୭ ବର୍ଷୀୟା ସାଗରିକ ନାଥ ହେଉଛନ୍ତି ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା ସାଗରିକାଙ୍କୁ ଏନଆଇଏର ଏସପି ଭାବେ ନିଯୁକ୍ତ ଦିଆଯାଇଛି। ସେ ଏବେ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟରତ।  ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍‌ପି ଭାବେ କାମ କରିଥିଲେ। ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୋଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଭୁବନେଶ୍ଵର କମିସନରେଟ୍‌ ପୋଲିସରେ ଥିବା ବେଳେ ଚାଳକଙ୍କ ପ୍ରତି ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିଲେ ସାଗରିକା। ସୂଚନାଯୋଗ୍ୟ, ସାଗରିକାଙ୍କ ମୂଳ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ। ତାଙ୍କ ବାପା ପ୍ରଦୀପ କୁମାର ନାଥ ନାଲ୍‌କୋରେ ଡିଜିଏମ୍‌ ଥିଲେ। ଦାଦା ସୁଶାନ୍ତ ନାଥ ମଧ୍ୟ ଓଡ଼ିଶା କ୍ୟାଡର୍‌ ଆଇପି

NIA ଏସପି ହେଲେ ସାଗରିକା ନାଥ, କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦିଲ୍ଳୀ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇପିଏସ ଅଧିକାରୀ ସାଗରିକା ନାଥ। ତାଙ୍କୁ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)ର ଏସପି ଭାବେ ନିଯୁକ୍ତ ଦିଆଯାଇଛି। ଏ ନେଇ ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ୨୦୨୫ ଜୁଲାଇ ୩୧ରେ ଚିଠି  ଲେଖାଯାଇଛି। ଉଲ୍ଲେଖନୀୟ ରାଜ୍ୟରେ ଟ୍ରାଫିକ ନିୟମ ପାଳନ ନେଇ ଏବଂ କଡ଼ାକଡ଼ି ନିୟମ ଲାଗୁ ନେଇ ବେଶ ଚର୍ଚ୍ଚାରେ ଥିଲେ ସାଗରିକା ନାଥ।

୩୭ ବର୍ଷୀୟା ସାଗରିକ ନାଥ ହେଉଛନ୍ତି ୨୦୧୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। କେନ୍ଦ୍ରୀୟ ଡେପୁଟେସନରେ ଯାଉଥିବା ସାଗରିକାଙ୍କୁ ଏନଆଇଏର ଏସପି ଭାବେ ନିଯୁକ୍ତ ଦିଆଯାଇଛି। ସେ ଏବେ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟରତ।  ଏହା ପୂର୍ବରୁ ସେ ବାଲେଶ୍ବର ଏବଂ ସୁନ୍ଦରଗଡ଼ରେ ଏସ୍‌ପି ଭାବେ କାମ କରିଥିଲେ। ଓଡ଼ିଆ ଆଇପିଏସ୍ ଅଧିକାରୀ ସାଗରିକା ନାଥ ପୋଲିସ ଚାକିରିରେ ନିଷ୍ଠାପର ସେବା ଓ ସାହସିକତା ପାଇଁ ସାରା ଓଡ଼ିଶାରେ ବେଶ୍‌ ଲୋକପ୍ରିୟ। ଭୁବନେଶ୍ଵର କମିସନରେଟ୍‌ ପୋଲିସରେ ଥିବା ବେଳେ ଚାଳକଙ୍କ ପ୍ରତି ନିଜର ଉତ୍ତମ ବ୍ୟବହାର ଓ ଟ୍ରାଫିକ୍‌ ନିୟକ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିଲେ ସାଗରିକା। 

ସୂଚନାଯୋଗ୍ୟ, ସାଗରିକାଙ୍କ ମୂଳ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ। ତାଙ୍କ ବାପା ପ୍ରଦୀପ କୁମାର ନାଥ ନାଲ୍‌କୋରେ ଡିଜିଏମ୍‌ ଥିଲେ। ଦାଦା ସୁଶାନ୍ତ ନାଥ ମଧ୍ୟ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌। ସେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ରୁ ମାଟ୍ରିକ୍ ପାସ୍ କରିଥିଲେ। ବିଶାଖାପାଟଣାରେ ଯୁକ୍ତଦୁଇ ପଢ଼ିବା ପରେ ଭୁବନେଶ୍ୱରସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ ସାଗରିକା।