OnePlus 12 ଠାରୁ ଶସ୍ତା ହେଲା iPhone 15, Republic Day Sale ରେ ହ୍ରାସ ପାଇଛି ପ୍ରାଇସ୍

iPhone 15 ମୂଲ୍ୟରେ ସବୁଠୁ ବଡ଼ ପ୍ରାଇସ୍ ହ୍ରାସ କରାଯାଇଛି । ୨୦୨୩ ରେ ଲଞ୍ଚ ହୋଇଥିବା ଆପଲର ଏହି ଫ୍ଲାଗସିପ୍ ଫୋନ୍ OnePlus 12 ଠାରୁ କମ୍ ମୂଲ୍ୟରେ ଉପଲବ୍ଧ ରହିଛି । ଏହା ବ୍ୟତୀତ ଫୋନ୍ କିଣିବା ଉପରେ ଅନେକ ବ୍ୟାଙ୍କ ଅଫର ଦିଆଯାଉଛି । ଗତ ବର୍ଷ ଆୟୋଜିତ ଫେଷ୍ଟିଭ୍ ସିଜନରେ ସେଲ୍ ଅପେକ୍ଷା iPhone 15 କୁ ଶସ୍ତାରେ କିଣାଯାଇପାରିବ । iPhone 16 ଲଞ୍ଚ ହେବା ପରେ ଏହାର ମୂଲ୍ୟରେ […] The post OnePlus 12 ଠାରୁ ଶସ୍ତା ହେଲା iPhone 15, Republic Day Sale ରେ ହ୍ରାସ ପାଇଛି ପ୍ରାଇସ୍ appeared first on KNews Odisha.

OnePlus 12 ଠାରୁ ଶସ୍ତା ହେଲା iPhone 15, Republic Day Sale ରେ ହ୍ରାସ ପାଇଛି ପ୍ରାଇସ୍
phone

iPhone 15 ମୂଲ୍ୟରେ ସବୁଠୁ ବଡ଼ ପ୍ରାଇସ୍ ହ୍ରାସ କରାଯାଇଛି । ୨୦୨୩ ରେ ଲଞ୍ଚ ହୋଇଥିବା ଆପଲର ଏହି ଫ୍ଲାଗସିପ୍ ଫୋନ୍ OnePlus 12 ଠାରୁ କମ୍ ମୂଲ୍ୟରେ ଉପଲବ୍ଧ ରହିଛି । ଏହା ବ୍ୟତୀତ ଫୋନ୍ କିଣିବା ଉପରେ ଅନେକ ବ୍ୟାଙ୍କ ଅଫର ଦିଆଯାଉଛି । ଗତ ବର୍ଷ ଆୟୋଜିତ ଫେଷ୍ଟିଭ୍ ସିଜନରେ ସେଲ୍ ଅପେକ୍ଷା iPhone 15 କୁ ଶସ୍ତାରେ କିଣାଯାଇପାରିବ । iPhone 16 ଲଞ୍ଚ ହେବା ପରେ ଏହାର ମୂଲ୍ୟରେ ୧୦,୦୦୦ ଟଙ୍କା ପରମାନେଣ୍ଟ ପ୍ରାଇସ୍ କମ୍ କରାଯାଇଥିଲା । ଏହି ସେଲରେ ଫୋନର ମୂଲ୍ୟ ୧୨,୫୦୦ ଟଙ୍କା ମୂଲ୍ୟର ହ୍ରାସ କରାଯାଇଛି ।

Amazon Republic Day Sale ରେ iPhone 15 କୁ ୫୭,୪୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ଲିଷ୍ଟ କରାଯାଇଛି । ଏହା ବ୍ୟତୀତ ଫୋନକୁ କିଣିବାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଡିସକାଉଣ୍ଟ ମିଳିବ । ଏହା ସହିତ ୧,୦୦୦ ଟଙ୍କାର ଭିନ୍ନ ଡିସକାଉଣ୍ଟ ମିଳିବ । କେବଳ ଏତିକି ନୁହେଁ ଫୋନ୍ କିଣିବାରେ ୟୁଜର୍ସଙ୍କୁ ୧,୨୫୦ ଟଙ୍କାର ଏକ ଡିସକାଉଣ୍ଟ ମିଳିପାରିବ । ଏହିପରି ଭାବେ iPhone 15 କୁ ୫୦,୦୦୦ ଟଙ୍କାରୁ କମରେ ମଧ୍ୟ କିଣିପାରିବେ । ଏହି iPhone ରେ ତିନିଟି ଷ୍ଟୋରେଜ୍ ଭ୍ୟରିଆଣ୍ଟ ରହିଛି । ଯାହା ହେଉଛି- ୧୨୮GB, ୨୫୬GB ଏବଂ ୫୧୨GB ରେ ମିଳିବ ।

ଆମାଜନରେ ଚାଲୁଥିବା ସେଲରେ OnePlus 12 କୁ ୬୨,୪୭୩ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲିଷ୍ଟ କରାଯାଇଛି । ଫୋନ୍ କିଣିବା ଉପରେ ୩,୭୫୦ ଟଙ୍କାର ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ମିଳିବ । ଏହି ପରି ଭାବେ ଏହି ଫୋନ୍ ୫୯,୦୦୦ ଟଙ୍କାରୁ କମ୍ ମୂଲ୍ୟରେ କିଣିପାରିବେ । ତେବେ ଏହାର ମୂଲ୍ୟ iPhone 15 ତୁଳନାରେ ୮,୦୦୦ ଟଙ୍କା ଅଧିକ ରହିଛି । ଆମାଜନ ବ୍ୟତୀତ ଫ୍ଲିପକାର୍ଟରେ iPhone 15 ର ମୂଲ୍ୟ ମଧ୍ୟ କମ୍ କରାଯାଇଛି ।

iPhone 15 ର ଫିଚର୍ସ :

ଆପଲର ଏହି iPhone ରେ ୬.୧ ଇଞ୍ଚର ସୁପର ରେଟିନା XDR ଡିସପ୍ଲେ ଦିଆଯାଇଛି, ଯାହା ଡାଇନାମିକ୍ Island ଫିଚର ସହିତ ଆସିଥାଏ । ଏହି ଆଇଫୋନ୍ A16 Bionic ଚିପସେଟରେ କାମ କରିଥାଏ । ଫୋନରେ ୫୧୨GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ମିଳିଥାଏ ଏବଂ ଏହା 5G ନେଟୱାର୍କ କନ୍ନେକ୍ଟିଭିଟିକୁ ସପୋର୍ଟ କରିଥାଏ । ଏହି ଫୋନର ବ୍ୟାକରେ ଡୁଆଲ କ୍ୟାମେରା ସେଟଅପ୍ ମିଳିଥାଏ । ଏଥିରେ ୪୮MP ର ମେନ୍ କ୍ୟାମେରା ମିଳିଥାଏ, ଯାହା 2x ଟେଲିଫୋଟୋ ଅପ୍ଟିକାଲ୍ କ୍ବାଲିଟିକୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଫୋନର ବ୍ୟାକରେ ୧୨MP ର କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୨MP ର କ୍ୟାମେରା ଦିଆଯାଇଛି ।

The post OnePlus 12 ଠାରୁ ଶସ୍ତା ହେଲା iPhone 15, Republic Day Sale ରେ ହ୍ରାସ ପାଇଛି ପ୍ରାଇସ୍ appeared first on KNews Odisha.