OPTCL ଗ୍ରୀଡ଼ରେ ଡେଇଁଲା ମାଙ୍କଡ, ହୁତୁ ହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର

ଜଳେଶ୍ବର ୧୧।୩: OPTCL ଗ୍ରୀଡ଼ରେ ମାଙ୍କଡ଼ ଡେଇଁବାରୁ ୧୨.୫ MVA ପାୱାର ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା ଟ୍ରାନ୍ସଫର୍ମର । ଖବର ପାଇ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ କର୍ମଚାରୀ ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆବଜାର ସ୍ଥିତ OPTCL ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ର ୧୩୨/୩୩ କେଭି ଗ୍ରୀଡ଼ ସବ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ଜଣାପଡିଛି । ସୋମବାର ସକାଳ ସମୟରେ ଟ୍ରାନ୍ସଫର୍ମରରେ ଏକ ମାଙ୍କଡ଼ ଡେଇଁବାରୁ ବିଦ୍ୟୁତ ସର୍ଟ ସର୍କିଟ୍ ହୋଇ   ୧୨.୫ MVA ହାଇ-ଭୋଲଟେଜ୍  ଟ୍ରାନ୍ସଫର୍ମରରେ ନିଆଁ ଲାଗି ହୁତୁ ହୁତୁ ହୋଇ ଟ୍ରାନ୍ସଫର୍ମରଟି ଜଳିବାକୁ ଲାଗିଥିଲା । ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକମାନେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା ବେଳେ ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ପୋଡି ଯାଇଛି । ଟ୍ରାନ୍ସଫର୍ମରଟି ପୋଡିଯିବାରୁ ସମଗ୍ର ଜଳେଶ୍ୱର ସହର ବିଦ୍ୟୁତ ସରବରାହ ବନ୍ଦ ରହିଛି ।  

OPTCL ଗ୍ରୀଡ଼ରେ ଡେଇଁଲା ମାଙ୍କଡ, ହୁତୁ ହୁତୁ ହୋଇ ଜଳିଗଲା ଟ୍ରାନ୍ସଫର୍ମର

ଜଳେଶ୍ବର ୩: OPTCL ଗ୍ରୀଡ଼ରେ ମାଙ୍କଡ଼ ଡେଇଁବାରୁ ୧୨.୫ MVA ପାୱାର ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଲା ଟ୍ରାନ୍ସଫର୍ମର । ଖବର ପାଇ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୂଆବଜାର ସ୍ଥିତ OPTCL ଓଡିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ଼ର ୧୩୨/୩୩ କେଭି ଗ୍ରୀଡ଼ ସବ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ଜଣାପଡିଛି । ସୋମବାର ସକାଳ ସମୟରେ ଟ୍ରାନ୍ସଫର୍ମରରେ ଏକ ମାଙ୍କଡ଼ ଡେଇଁବାରୁ ବିଦ୍ୟୁତ ସର୍ଟ ସର୍କିଟ୍ ହୋଇ   ୧୨.୫ MVA ହାଇ-ଭୋଲଟେଜ୍  ଟ୍ରାନ୍ସଫର୍ମରରେ ନିଆଁ ଲାଗି ହୁତୁ ହୁତୁ ହୋଇ ଟ୍ରାନ୍ସଫର୍ମରଟି ଜଳିବାକୁ ଲାଗିଥିଲା । ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକମାନେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା ବେଳେ ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ପୋଡି ଯାଇଛି । ଟ୍ରାନ୍ସଫର୍ମରଟି ପୋଡିଯିବାରୁ ସମଗ୍ର ଜଳେଶ୍ୱର ସହର ବିଦ୍ୟୁତ ସରବରାହ ବନ୍ଦ ରହିଛି ।