OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହାତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ୧୦ ନମ୍ବର (କ) ରାଜ୍ୟ ରଜପଥ ମୁଚୁରିନାଳି ଗ୍ରାମ ନିକଟରେ ବସ୍ ଦୁର୍ଘଟଣା।... The post OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହାତ appeared first on .
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ୧୦ ନମ୍ବର (କ) ରାଜ୍ୟ ରଜପଥ ମୁଚୁରିନାଳି ଗ୍ରାମ ନିକଟରେ ବସ୍ ଦୁର୍ଘଟଣା। OSRTC ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହାତ । ଆହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରୁ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା OSRTC ଜଗନ୍ନାଥ ବସ ମଧ୍ୟରାତ୍ରୀରେ ଭାରସାମ୍ୟ ହରାଇ ଏକ 33 KV ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେଇ ଖସିପଡିଥିଲା। ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଗୁରୁତରଙ୍କୁ ରାଉରକେଲାକୁ ପଠାଯାଇଛି। ବିଦ୍ୟୁତ୍ ଖୁଣ୍ଟରେ ବସ ଧକ୍କା ଦେବାରୁ କିଛି ଯାତ୍ରୀଙ୍କୁ ବିଦ୍ୟୁତ୍ ଆଘାତ ହୋଇଥିବା ସୂଚନା ମିଳିଛି। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସରେ ପଠାଇ ତଦନ୍ତ ଚଳାଇଛି ।
The post OSRTC ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ ଯାତ୍ରୀ ଆହାତ appeared first on .