OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗରେ ତେଜୁଛି ଅସନ୍ତୋଷ
RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ।
RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ। ଓ ଟ୍ରିପଲ୍ ଏସସି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବକୁ ଦାୟୀ କରି ଦୁଇ ଦିନ ତଳେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ସଂଗଠନ। ଗତକାଲି ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଏ ନିଆଁ ବ୍ୟାପିବା ସହ ଆଜି ବଲାଙ୍ଗିର ଜିଲ୍ଲାରେ ବି ରାଜରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଚାକିରି ଆଶାୟୀ। ଏପଟେ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଂଗଠନ ଚେତାବନୀ ଦେଇଛି, ସରକାର ତୁରନ୍ତ ସେମାନଙ୍କ ଦାବି ନମାନିଲେ ଆସନ୍ତା ୭ ତାରିଖରେ ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ କରାଯିବ।