Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ

ଇସଲାମବାଦ,୧୨।୪: ଥରିଲା ପାକ୍‌। ଶନିବାର ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ 5.8 ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟରେ ଘରୁ ବାହାରି ବାହାରକୁ ଦୌଡ଼ି ପଳାଇ ଆସିଛନ୍ତି। ଅନେକ ଅଞ୍ଚଳରେ ଲୋକମାନେ ଚିତ୍କାର କରି ଖୋଲା ପଡ଼ିଆ ଆଡ଼କୁ ଦୌଡ଼ି ଯାଉଥିବାର ଦେଖାଯାଇଛି। ବର୍ତ୍ତମାନ, କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ବିଷୟରେ କୌଣସି ସୂଚନା ନାହିଁ। ପାକିସ୍ତାନରେ […] The post Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ appeared first on Dharitri Odia News.

Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ

ଇସଲାମବାଦ,୧୨।୪: ଥରିଲା ପାକ୍‌। ଶନିବାର ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ 5.8 ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟରେ ଘରୁ ବାହାରି ବାହାରକୁ ଦୌଡ଼ି ପଳାଇ ଆସିଛନ୍ତି। ଅନେକ ଅଞ୍ଚଳରେ ଲୋକମାନେ ଚିତ୍କାର କରି ଖୋଲା ପଡ଼ିଆ ଆଡ଼କୁ ଦୌଡ଼ି ଯାଉଥିବାର ଦେଖାଯାଇଛି। ବର୍ତ୍ତମାନ, କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନି ବିଷୟରେ କୌଣସି ସୂଚନା ନାହିଁ। ପାକିସ୍ତାନରେ ହୋଇଥିବା ଭୂମିକମ୍ପର ଝଟକା କଶ୍ମୀର ଉପତ୍ୟକାରେ ମଧ୍ୟ ଅନୁଭୂତ ହୋଇଛି।

ଏହା ପୂର୍ବରୁ, ପାକିସ୍ତାନରେ ଏପ୍ରିଲ ୨ ତାରିଖରେ ଭୋର ୨:୫୮ ରେ ଏକ ଭୂମିକମ୍ପ ହୋଇଥିଲା। ଏହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.3 ଥିଲା। ଭୂମିକମ୍ପ ପରେ ଲୋକମାନେ ବହୁତ ଭୟଭୀତ ହୋଇଯାଇଥିଲେ। ସମ୍ପ୍ରତି ବିଶ୍ୱ ମିଆଁମାର ଏବଂ ବ୍ୟାଙ୍କକରେ ହୋଇଥିବା ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଦେଖିଛି।

The post Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ appeared first on Dharitri Odia News.