Patnagarh Parcel Bomb Case: ପାର୍ସଲ ବୋମା, ପୁଞ୍ଜିଲାଲ୍...୭ ବର୍ଷ ପରେ ସଜ୍ଜା ଶୁଣାଇଲେ ଅଦାଲତ
୨୩ ଫେବ୍ରୁଆରୀ ୨୦୧୮ । ସାରା ଓଡ଼ିଶାବାସୀଙ୍କୁ ଦୋହଲାଇ ଦେଇଥିଲା ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ । ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମାରାଣୀଙ୍କ ବାହାଘର ଭୋଜିରେ ମିଳିଥିବା ଉପହାର ପାର୍ସଲ ଖୋଲୁଥିବା ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଏ ଲୋମହର୍ଷକ ମାମଲାର ଆଜି ପୁଞ୍ଜିଲାଲକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଏଡିଜେ କୋର୍ଟ ।