Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର

ମୁମ୍ବାଇ,୨।୨: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ ପେଟିଏମ୍ ସେୟାର ହ୍ରାସ ପାଇଥିଲା, ଯାହା ବଜାରରେ କାରବାର ଶେଷ ହେବା ପର୍ୟ୍ୟନ୍ତ ଏହି ଅବସ୍ଥାରେ ରହିଥିଲା। ଗୁରୁବାର କମ୍ପାନୀର ଶେୟାର ୨୦% ହ୍ରାସ ପାଇବା ପରେ ଶୁକ୍ରବାର ମଧ୍ୟ କମ୍ପାନୀର […] The post Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର appeared first on Dharitri Odia News.

Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର

ମୁମ୍ବାଇ,୨।୨: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍ ମାର୍କେଟ ଖୋଲିବା ମାତ୍ରେ ପେଟିଏମ୍ ସେୟାର ହ୍ରାସ ପାଇଥିଲା, ଯାହା ବଜାରରେ କାରବାର ଶେଷ ହେବା ପର୍ୟ୍ୟନ୍ତ ଏହି ଅବସ୍ଥାରେ ରହିଥିଲା।

ଗୁରୁବାର କମ୍ପାନୀର ଶେୟାର ୨୦% ହ୍ରାସ ପାଇବା ପରେ ଶୁକ୍ରବାର ମଧ୍ୟ କମ୍ପାନୀର ଶେୟର ଲୋୟର ସର୍କିଟ ଛୁଇଁଛି। ଶେୟାର ବଜାର ଖୋଲିବା ମାତ୍ରେ କମ୍ପାନୀର ଶେୟାର ୨୦% ହ୍ରାସ ପାଇଥିଲା। ଏବେ କମ୍ପାନୀର ଶେୟର ମୂଲ୍ୟ ୧୨୧.୮୦ ଟଙ୍କା କମି ୪୮୭.୨୦ ଟଙ୍କା ହୋଇଯାଇଛି। ଏଥିସହିତ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ହ୍ରାସ ପାଇ ୩୦,୯୪୦ କୋଟି ଟଙ୍କା ହୋଇଯାଇଛି।

ଖବର ଅନୁଯାୟୀ, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ ଆରବିଆଇର କାର୍ୟ୍ୟାନୁଷ୍ଠାନ ପରେ ପ୍ୟାରେଣ୍ଟ୍ କମ୍ପାନୀ ୱାନ୯୭ କମ୍ୟୁନିକେସନ୍ ବର୍ତ୍ତମାନ ଅନ୍ୟ ଉପାୟ ଖୋଜିବାକୁ ଆରମ୍ଭ କରିଛି। ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଆସନ୍ତୁ ଜାଣିବା ଏଥିରେ କେଉଁ ବିକଳ୍ପଗୁଡ଼ିକ ଅନୁସନ୍ଧାନ କରାଯାଉଛି।

 

The post Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର appeared first on Dharitri Odia News.