Plane Crash: ଉଡ଼ାଣର କିଛି ସମୟ ପରେ କ୍ରାସ୍ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ
ଏକ ଛୋଟ ବିମାନ ଏକ ବିଲ୍ଡିଂରେ ଖସିପଡିଛି। ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ବିମାନଟି ଜଣେ ବ୍ୟବସାୟୀଙ୍କର ବୋଲି ଜଣାପଡିଛି। ବ୍ରାଜିଲର ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଦକ୍ଷିଣ ବ୍ରାଜିଲର ପର୍ଯ୍ୟଟନ ସହର ଗ୍ରାମାଡ଼ୋରେ ଏହି ଦୁର୍ଘଟଣା ଘଟିଛି।