Ration card renewal: ପାଇବେ ମାଗଣା ରାସନ, ତୁରନ୍ତ ଅପଡେଟ୍ କରନ୍ତୁ ରାସନ କାର୍ଡ
ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର। ମିଳିବ ମାଗଣା ରାସନ। ପ୍ରତିମାସରେ ମାଗଣା ଚାଉଳ-ଗହମ ସହ ଅନ୍ୟ ଜିନିଷ ମଧ୍ୟ ମିଳିବ। କିନ୍ତୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ପଡିବ। ଏହାଦ୍ୱାରା ଫ୍ରି’ରେ ରାସନ ପାଇପାରିବେ। ସରକାରୀ ଯୋଜନା ଅଧୀନରେ ମାଗଣା ଏବଂ ସବସିଡିଯୁକ୍ତ ରାସନ ପାଇବା ପାଇଁ ଏକ ରାସନ କାର୍ଡ ରହିବା ଆବଶ୍ୟକ। ଯଦି ଏପରି କରି ନାହାନ୍ତି ତେବେ ତୁରନ୍ତ ରାସନ କାର୍ଡ ଅପଡେଟ କରନ୍ତୁ। ସୂଚନା ଅନୁଯାୟୀ, […] The post Ration card renewal: ପାଇବେ ମାଗଣା ରାସନ, ତୁରନ୍ତ ଅପଡେଟ୍ କରନ୍ତୁ ରାସନ କାର୍ଡ appeared first on Dharitri Odia News.
ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର। ମିଳିବ ମାଗଣା ରାସନ। ପ୍ରତିମାସରେ ମାଗଣା ଚାଉଳ-ଗହମ ସହ ଅନ୍ୟ ଜିନିଷ ମଧ୍ୟ ମିଳିବ। କିନ୍ତୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ପଡିବ। ଏହାଦ୍ୱାରା ଫ୍ରି’ରେ ରାସନ ପାଇପାରିବେ। ସରକାରୀ ଯୋଜନା ଅଧୀନରେ ମାଗଣା ଏବଂ ସବସିଡିଯୁକ୍ତ ରାସନ ପାଇବା ପାଇଁ ଏକ ରାସନ କାର୍ଡ ରହିବା ଆବଶ୍ୟକ। ଯଦି ଏପରି କରି ନାହାନ୍ତି ତେବେ ତୁରନ୍ତ ରାସନ କାର୍ଡ ଅପଡେଟ କରନ୍ତୁ।
ସୂଚନା ଅନୁଯାୟୀ, ୭୭ ଲକ୍ଷ ରାସନ କାର୍ଡ ଅପଡେଟ୍ କରାଯାଉଛି। ତେଣୁ, ରାସନ କାର୍ଡ ଅପଡେଟ୍ ପାଇଁ ରାଜ୍ୟ ଖାଦ୍ୟ ବିଭାଗ ଏକ ନୂଆ ଆପ୍ ଲଞ୍ଚ କରିଛି। ଯାହା ମାଧ୍ୟମରେ ଆବେଦନ କରିପାରିବେ। ଏହି ଆପ୍କୁ ପ୍ଲେ ଷ୍ଟୋରକୁ କିମ୍ବା ଖାଦ୍ୟ ବିଭାଗ ୱେବସାଇଟରୁ ରାସନ କାର୍ଡଧାରୀ ଫୋନରେ ଡାଉନଲୋଡ କରିପାରିବେ। ଯଦି ଆପଣଙ୍କର ଆଣ୍ଡ୍ରଏଡ ସ୍ମାର୍ଟଫୋନ ନାହିଁ କିମ୍ବା ନେଟୱର୍କ କନେକ୍ସନ ନାହିଁ। ଆପଣ ଆପଣଙ୍କର ନିକଟତମ ନ୍ୟାୟ ମୂଲ୍ୟ ଦୋକାନକୁ ଯାଇ ରାସନ କାର୍ଡ ଅପଡେଟ ପାଇଁ ଅନଲାଇନ୍ ଆପ୍ଲାଏ କରିପାରିବେ। ରାସନ କାର୍ଡ ଅପଡେଟ କରିବାର ଶେଷ ତାରିଖ ଫେବୃଆରୀ ୨୫ ଥିବାବେଳେ ଏହାକୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆମ ଆଦମୀ ପାର୍ଟି(ଏଏପି) ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।
The post Ration card renewal: ପାଇବେ ମାଗଣା ରାସନ, ତୁରନ୍ତ ଅପଡେଟ୍ କରନ୍ତୁ ରାସନ କାର୍ଡ appeared first on Dharitri Odia News.