RCB vs KKR IPL 2024: ବ୍ୟାଟିଂ କରିବ ବେଙ୍ଗାଲୁରୁ, ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି
ବେଙ୍ଗାଲୁରୁ : ଆଇପିଏଲ୍ ୧୭ତମ ସଂସ୍କରଣରେ ଦଶମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ଟକ୍କର । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କ୍ୟାପ୍ଟେନ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଘରୋଇ ଟିମ୍ ଆରସିବି ବ୍ୟାଟିଂ ପାଇଁ ପ୍ରଥମେ ମୈଦାନକୁ ଓହ୍ଲାଇବ ।ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ସମ୍ପ୍ରତି ଚମତ୍କାର ପ୍ରଦର୍ଶନ କରୁଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ନାଇଟ୍ ରାଇଡର୍ସର ପଲା ଭାରି ରହିବ । ଗତ ବର୍ଷ ନାଇଟ୍ ରାଇଡର୍ସ ଉଭୟ ମ୍ୟାଚ୍ ଜିତିଥିଲା । ଗତ ୧୬ଟି ସଂସ୍କରଣ ମଧ୍ୟରେ ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ନାଇଟ୍ ରାଇଡର୍ସ ୧୮ଟି ଓ ରୟାଲ୍ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍ ଜିତିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏଥର ରୟାଲ୍ ଚ୍ୟାଲେଞ୍ଜର୍ସ ବେଶ୍ ସନ୍ତୁଳିତ ମନେ ହେଉଛି । ଆରସିବି ଚୂଡାନ୍ତ ଏକାଦଶ: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ , କ୍ୟାମେରନ୍ ଗ୍ରୀନ୍, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଅନୁଜ ରାୱତ, ଦୀନେଶ କାର୍ତ୍ତିକ, ଅଲଜାରି ଜୋସେଫ, ମୟଙ୍କ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲକେକେଆର ଚୂଡାନ୍ତ ଏକାଦଶ: ଫିଲିପ୍ ସଲ୍ଟ, ଭେଙ୍କଟେଶ ଆୟର୍, ଶ୍ରେୟସ୍ ଆୟର, ରମଣଦ
ବେଙ୍ଗାଲୁରୁ : ଆଇପିଏଲ୍ ୧୭ତମ ସଂସ୍କରଣରେ ଦଶମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ଟକ୍କର । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କ୍ୟାପ୍ଟେନ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଘରୋଇ ଟିମ୍ ଆରସିବି ବ୍ୟାଟିଂ ପାଇଁ ପ୍ରଥମେ ମୈଦାନକୁ ଓହ୍ଲାଇବ ।
ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ସମ୍ପ୍ରତି ଚମତ୍କାର ପ୍ରଦର୍ଶନ କରୁଛନ୍ତି । ପୂର୍ବ ରେକର୍ଡକୁ ଗଣନା କଲେ ନାଇଟ୍ ରାଇଡର୍ସର ପଲା ଭାରି ରହିବ । ଗତ ବର୍ଷ ନାଇଟ୍ ରାଇଡର୍ସ ଉଭୟ ମ୍ୟାଚ୍ ଜିତିଥିଲା । ଗତ ୧୬ଟି ସଂସ୍କରଣ ମଧ୍ୟରେ ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ନାଇଟ୍ ରାଇଡର୍ସ ୧୮ଟି ଓ ରୟାଲ୍ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍ ଜିତିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏଥର ରୟାଲ୍ ଚ୍ୟାଲେଞ୍ଜର୍ସ ବେଶ୍ ସନ୍ତୁଳିତ ମନେ ହେଉଛି ।
ଆରସିବି ଚୂଡାନ୍ତ ଏକାଦଶ: ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ , କ୍ୟାମେରନ୍ ଗ୍ରୀନ୍, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଅନୁଜ ରାୱତ, ଦୀନେଶ କାର୍ତ୍ତିକ, ଅଲଜାରି ଜୋସେଫ, ମୟଙ୍କ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲ
କେକେଆର ଚୂଡାନ୍ତ ଏକାଦଶ: ଫିଲିପ୍ ସଲ୍ଟ, ଭେଙ୍କଟେଶ ଆୟର୍, ଶ୍ରେୟସ୍ ଆୟର, ରମଣଦୀପ ସିଂ, ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ସୁନୀଲ ନାରିନ, ମିଚେଲ ଷ୍ଟାର୍କ, ଅନୁକୁଲ ରୟ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ।