REC Recruitment 2023: RECରେ ଖାଲି ପଡିଛି ଅନେକ ପଦବୀ; ଦରମା ୨ ଲକ୍ଷ ୬୦ ହଜାର
ରୁରାଲ୍ ଇଲେକ୍ଟ୍ରିଫିକେସନ କର୍ପୋରେସନ୍ ଲିମିଟେଡ୍(REC)ରେ ଅନେକ ପଦବୀ ଖାଲି ପଡିଛି। ଏ ସବୁର ପୂରଣ ପାଇଁ REC ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହା ହେଉଛି କେନ୍ଦ୍ର ସରକାର ଅଧିନରେ ଥିବା ନିୟମିତ ଚାକିରି।
ରୁରାଲ୍ ଇଲେକ୍ଟ୍ରିଫିକେସନ କର୍ପୋରେସନ୍ ଲିମିଟେଡ୍(REC)ରେ ଅନେକ ପଦବୀ ଖାଲି ପଡିଛି। ଏ ସବୁର ପୂରଣ ପାଇଁ REC ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ମ୍ୟାନେଜର, ଆସିଷ୍ଟାଣ୍ଟ ଅଫିସର, ଡେପୁଟି ମ୍ୟାନେଜର, ଜେନେରାଲ ମ୍ୟାନେଜର ଅଫିସର, ଚିଫ୍ ମ୍ୟାନେଜର, ଡେପୁଟି ଜେନେରାଲ ମ୍ୟାନେଜର ଏବଂ ମ୍ୟାନେଜର ପଦ ପୂରଣ ହେବ।
ଏହିସବୁ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାନ୍ରେ ଚାଲିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୨୭ଟି ପଦବୀ ପୂରଣ ହେବ। ଏହା ହେଉଛି କେନ୍ଦ୍ର ସରକାର ଅଧିନରେ ଥିବା ନିୟମିତ ଚାକିରି।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ REC ର ଅଫିସିଆଲ୍ ୱେବ୍ସାଇଟ୍ https://recindia.nic.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ REC Recruitment 2024 Released for 127 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୮ ଜାନୁୟାରୀ ୨୦୨୪
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୯ ଫେବୃଆରୀ ୨୦୨୪
ଶିକ୍ଷାଗତ ଯୋଗ୍ୟତା:
- ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ BE / B.Tech ଡିଗ୍ରୀ
- କିମ୍ବା କମ୍ପ୍ୟୁଟର ସାଇନ୍ସ / ସୂଚନା ପ୍ରଯୁକ୍ତି ବିଦ୍ୟାରେ ପ୍ରଥମ ଶ୍ରେଣୀ
ବୟସ ସୀମା:
- ସର୍ବନିମ୍ନ ବୟସ – ୩୩ ବର୍ଷ
- ସର୍ବାଧିକ ବୟସ – ୫୨ ବର୍ଷ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ ଏବଂ OBC – ୧୦୦୦ ଟଙ୍କା
- SC/ST/ PWBD /ESM – ଦେୟ ମୁକ୍ତ
ମାସିକ ଦରମା:
- ସର୍ବନିମ୍ନ ଦରମା – ୩୦, ୦୦୦ ଟଙ୍କା
- ସର୍ବାଧିକ ଦରମା – ୨,୬୦, ୪୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ସାକ୍ଷାତକାରରେ ପ୍ରଦର୍ଶନ ଆଧାରରେ ପ୍ରାର୍ଥୀ ଚୟନ କରାଯିବ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ