Reliance AGM 2024: ଦୀପାବଳିରେ ଲଞ୍ଚ୍ ହେବ jio AI Cloud, ୟୁଜର୍ସଙ୍କୁ ମିଳିବ ମାଗଣା ୧୦୦ GB ଷ୍ଟୋରେଜ
ନୂଆଦିଲ୍ଲୀ: ୨୦୧୬ ମସିହାରେ ଜିଓ ଆରମ୍ଭ ପରଠୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆନୁଅଲ୍ ଜେନେରାଲ ମିଟିଂ (ଏଜିଏମ୍)ରେ ପ୍ରତିଥର ଜିଓକୁ ନେଇ କିଛି ନା କିଛି ବଡ଼ ଘୋଷଣା ହେଉଛି । ଗୁରୁବାର ରିଲାଏନ୍ସର ୪୭ତମ ଏଜିଏମରେ ମୁକେଶ ଅମ୍ୱାନୀ ଜିଓର ନୂଆ ଅଫରିଂ ଘୋଷଣା କରିଛନ୍ତି । କମ୍ପାନି ଏବେ ନିଜ କ୍ଲାଉଡ୍ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ମୁକେଶ ଅମ୍ୱାନୀ ଘୋଷଣା କରିଛନ୍ତି ଯେ ଜିଓ ଏଆଇ-କ୍ଲାଉଡ୍ ସର୍ଭିସ୍ ଚଳିତ ବର୍ଷ ଦୀପାବଳିରୁ ଆରମ୍ଭ ହେବ । କମ୍ପାନିର ସର୍ଭିସ୍ ନେଉଥିବା ୟୁଜର୍ସଙ୍କୁ Jio AI-Cloud Welcome offer ଭାବେ ୧୦୦ ଜିବି ମାଗଣା ଡାଟା ଷ୍ଟୋରେଜ ମିଳିବ ।କମ୍ପାନି କହିଛି ଯେ ଜିଓ ୟୁଜର୍ସଙ୍କୁ ଜିଓ ଏଆଇ କ୍ଲାଉଡ୍ ସର୍ଭିସ୍ ଉପଲବ୍ଧ କରାଇବ । ଏଆଇ ଆଧାରରେ ଏହା ଲୋକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଡିଜିଟାଲ କଣ୍ଟେଣ୍ଟ ଷ୍ଟୋର କରିବା ପାଇଁ ସୁବିଧା ଉପଲବ୍ଧ କରାଇବ । ଏହି ସେବା ଚଳିତ ବର୍ଷ ଦୀପାବଳିରୁ ଆରମ୍ଭ ହେବ । ଜିଓର ଅଫରିଂ ବାବଦରେ ଆକାଶ ଅମ୍ୱାନୀ ଜିଓ ଫୋନକଲ୍ରେ ଏଆଇ ଇକ୍ଲୁଜନ୍ ବିଷୟରେ ସୂଚନା ଦେଇଛନ୍ତି । ଜିଓ ୟୁଜର୍ସଙ୍କୁ ଫୋନକଲ୍ ଉପରେ ଶୀଘ୍ର ହିଁ ଏଆଇ ଆଧାରିତ ସେବା ମିଳିବ । ଏହାକୁ କମ୍ପାନି ଜିଓ ଫୋନକଲ୍ ଏଆଇ ନାଁ ଦେଇଛି । ଏହି ସେବାରେ ୟୁଜର୍ସ ନିଜର ପ୍ରତ୍ୟେକ ଫୋନକଲ୍ରେ ଏଆଇ ଟେକ୍ନୋଲଜିର ବ୍ୟବହାର କରିପାରିବେ ।ଜିଓ କ୍ଲାଉଡ୍ରେ ରେକର୍ଡ ହେବାକୁ
ନୂଆଦିଲ୍ଲୀ: ୨୦୧୬ ମସିହାରେ ଜିଓ ଆରମ୍ଭ ପରଠୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆନୁଅଲ୍ ଜେନେରାଲ ମିଟିଂ (ଏଜିଏମ୍)ରେ ପ୍ରତିଥର ଜିଓକୁ ନେଇ କିଛି ନା କିଛି ବଡ଼ ଘୋଷଣା ହେଉଛି । ଗୁରୁବାର ରିଲାଏନ୍ସର ୪୭ତମ ଏଜିଏମରେ ମୁକେଶ ଅମ୍ୱାନୀ ଜିଓର ନୂଆ ଅଫରିଂ ଘୋଷଣା କରିଛନ୍ତି । କମ୍ପାନି ଏବେ ନିଜ କ୍ଲାଉଡ୍ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ମୁକେଶ ଅମ୍ୱାନୀ ଘୋଷଣା କରିଛନ୍ତି ଯେ ଜିଓ ଏଆଇ-କ୍ଲାଉଡ୍ ସର୍ଭିସ୍ ଚଳିତ ବର୍ଷ ଦୀପାବଳିରୁ ଆରମ୍ଭ ହେବ । କମ୍ପାନିର ସର୍ଭିସ୍ ନେଉଥିବା ୟୁଜର୍ସଙ୍କୁ Jio AI-Cloud Welcome offer ଭାବେ ୧୦୦ ଜିବି ମାଗଣା ଡାଟା ଷ୍ଟୋରେଜ ମିଳିବ ।
କମ୍ପାନି କହିଛି ଯେ ଜିଓ ୟୁଜର୍ସଙ୍କୁ ଜିଓ ଏଆଇ କ୍ଲାଉଡ୍ ସର୍ଭିସ୍ ଉପଲବ୍ଧ କରାଇବ । ଏଆଇ ଆଧାରରେ ଏହା ଲୋକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଡିଜିଟାଲ କଣ୍ଟେଣ୍ଟ ଷ୍ଟୋର କରିବା ପାଇଁ ସୁବିଧା ଉପଲବ୍ଧ କରାଇବ । ଏହି ସେବା ଚଳିତ ବର୍ଷ ଦୀପାବଳିରୁ ଆରମ୍ଭ ହେବ । ଜିଓର ଅଫରିଂ ବାବଦରେ ଆକାଶ ଅମ୍ୱାନୀ ଜିଓ ଫୋନକଲ୍ରେ ଏଆଇ ଇକ୍ଲୁଜନ୍ ବିଷୟରେ ସୂଚନା ଦେଇଛନ୍ତି । ଜିଓ ୟୁଜର୍ସଙ୍କୁ ଫୋନକଲ୍ ଉପରେ ଶୀଘ୍ର ହିଁ ଏଆଇ ଆଧାରିତ ସେବା ମିଳିବ । ଏହାକୁ କମ୍ପାନି ଜିଓ ଫୋନକଲ୍ ଏଆଇ ନାଁ ଦେଇଛି । ଏହି ସେବାରେ ୟୁଜର୍ସ ନିଜର ପ୍ରତ୍ୟେକ ଫୋନକଲ୍ରେ ଏଆଇ ଟେକ୍ନୋଲଜିର ବ୍ୟବହାର କରିପାରିବେ ।
ଜିଓ କ୍ଲାଉଡ୍ରେ ରେକର୍ଡ ହେବାକୁ ଥିବା କଲ୍ ଆପେଆପେ ଟେକ୍ସଟରେ ପରିବର୍ତ୍ତନ ହୋଇଯିବ । କେବେଳ ଏତିକି ନୁହେଁ ଆପଣଙ୍କ କଲ୍ କନଭର୍ସେସନକୁ ସମରାଇଜ୍ କରିବ । ଏହା ୟୁଜର୍ସଙ୍କ କଲ୍ ଟେକ୍ସଟକୁ ଅନ୍ୟ ଭାଷାରେ ଅନୁବାଦ କରିବା କାମ ମଧ୍ୟ କରିବ ।
ମୁକେଶ ଅମ୍ୱାନୀ ଏଜିଏମରେ ଏଆଇ ଟେକ୍ନୋଲଜିକୁ ଆଗାମୀ ଦିନରେ ସବୁଠୁ ବଡ଼ ପରିବର୍ତ୍ତନ ଆଣିବାକୁ ଥିବା ଟେକ୍ନୋଲଜି ବୋଲି କହିଛନ୍ତି । ସେ କହିଛନ୍ତି ଯେ ରିଲାଏନ୍ସ ଏଆଇ ଟେକ୍ନୋଲଜିକୁ ସମସ୍ତଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ପ୍ରତିବଦ୍ଧ ଅଛି । ଏଥିପାଇଁ କମ୍ପାନି ସବୁଠୁ ଶସ୍ତା ମୂଲ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛି । ଏଥିପାଇଁ କମ୍ପାନି ନ୍ୟାସନାଲ ଏଆଇ ଇନଫ୍ରାଷ୍ଟ୍ରକ୍ଚର ସ୍ଥାପନ କରିବ । କମ୍ପାନି ଜାମନଗରରେ ଏକ ଗିଗାୱାଟ୍ ଲେବଲର ଏଆଇ-ରେଡି ଡାଟା ସେଣ୍ଟର ମଧ୍ୟ ନିର୍ମାଣ କରାଯାଉଛି, ଯାହା ସମ୍ପୂର୍ଣ୍ଣ ରୂପେ ଗ୍ରୀନ ଏନର୍ଜୀରୁ ପରିଚାଳିତ ହେବ ।