ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲ ପରୀକ୍ଷଣ; ପାରାଡ୍ରପ୍ କଲା ଭାରତୀୟ ସ୍ଥଳ ଓ ବାୟୁସେନା

ନୂଆଦିଲ୍ଲୀ ୧୯/୦୮: ଭାରତୀୟ ସ୍ଥଳସେନା ଓ ବାୟୁସେନା ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲକୁ ସଫଳତା ପୂର୍ବକ ପାରାଡ୍ରପ୍‌ କରିଛି । ପାରାଚ୍ୟୁଟ୍‌ ସହାୟତାରେ ଏହାକୁ  ଓହ୍ଲାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି ଏ ସଂପର୍କରେ ସୂଚନା ଦିଆଯାଇଛି । ସେ ଅନୁସାରେ, ଭାରତରେ ନିର୍ମିତ ଏହି ପୋର୍ଟେବଲ ହସ୍ପିଟାଲକୁ ବାୟୁସେନାର ସି-୧୩୦ଜେ  ହରକ୍ୟୁଲସ୍‌ ବିମାନ ଯୋଗେ ଏୟାରଲିଫ୍ଟ କରାଯିବା ସହିତ ୧୫ ହଜାର ଫୁଟ ଉଚ୍ଚତାରୁ ତଳକୁ ନିକ୍ଷେପ କରାଯାଇଥିଲା । ସ୍ଥଳସେନାର ପାରା ବ୍ରିଗେଡ୍‌ ଆଡ୍‌ଭାନ୍ସଡ ପ୍ରିସିଜନ୍‌ ଡ୍ରପ୍‌ ଇକ୍ୱିପମେଣ୍ଟସ୍‌ର ବ୍ୟବହାର   କରି ଏହାକୁ ତଳକୁ ଆଣିଥିଲା । ତେବେ   ପୋର୍ଟେବଲ ହସ୍ପିଟାଲକୁ କେଉଁଠାରେ ଡ୍ରପ୍‌ କରାଯାଇଛି ସେ ସଂପର୍କରେ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ । ସେହିପରି ଏହି ପରୀକ୍ଷଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ପାରାଡ୍ରପ୍‌ ଲାଗି ସ୍ଥଳସେନା ଓ ବାୟୁସେନାର ଯବାନମାନେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।  ଦୂର ଦୂରାନ୍ତର ଅଞ୍ଚଳରେ ଲୋକମାନଙ୍କୁ ଟ୍ରମା କେୟାରର ସୁବିଧା ପ୍ରଦାନ କରି ସେମାନଙ୍କର ଜୀବନରକ୍ଷା କରିବା ଏହା ପଛର ଉଦ୍ଦେଶ୍ୟ । ଏହି ପୋର୍ଟେବଲ ହସ୍ପିଟାଲର ନାମ ରହିଛି ‘ଆରୋଗ୍ୟ ମୈତ୍ରୀ ହେଲ୍‌ଥ କ୍ୟୁବ୍‌’ । ପ୍ରୋଜେକ୍ଟ ଭୀଷ୍ମ(ଭାରତ ହେଲ୍‌ଥ ଇନିସିଏଟିଭ୍‌ ଫର ସହଯୋଗ ହିତ ଆଣ୍ଡ ମୈତ୍ରୀ) ଅନୁସାରେ ଏହାକୁ ବିକଶିତ   କରାଯାଇଛି ।

ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲ ପରୀକ୍ଷଣ; ପାରାଡ୍ରପ୍ କଲା ଭାରତୀୟ ସ୍ଥଳ ଓ ବାୟୁସେନା

ନୂଆଦିଲ୍ଲୀ ୧୯/୦୮: ଭାରତୀୟ ସ୍ଥଳସେନା ଓ ବାୟୁସେନା ବିଶ୍ୱର ପ୍ରଥମ ପୋର୍ଟେବଲ ହସ୍ପିଟାଲକୁ ସଫଳତା ପୂର୍ବକ ପାରାଡ୍ରପ୍‌ କରିଛି । ପାରାଚ୍ୟୁଟ୍‌ ସହାୟତାରେ ଏହାକୁ  ଓହ୍ଲାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି ଏ ସଂପର୍କରେ ସୂଚନା ଦିଆଯାଇଛି । 

ସେ ଅନୁସାରେ, ଭାରତରେ ନିର୍ମିତ ଏହି ପୋର୍ଟେବଲ ହସ୍ପିଟାଲକୁ ବାୟୁସେନାର ସି-୧୩୦ଜେ  ହରକ୍ୟୁଲସ୍‌ ବିମାନ ଯୋଗେ ଏୟାରଲିଫ୍ଟ କରାଯିବା ସହିତ ୧୫ ହଜାର ଫୁଟ ଉଚ୍ଚତାରୁ ତଳକୁ ନିକ୍ଷେପ କରାଯାଇଥିଲା । ସ୍ଥଳସେନାର ପାରା ବ୍ରିଗେଡ୍‌ ଆଡ୍‌ଭାନ୍ସଡ ପ୍ରିସିଜନ୍‌ ଡ୍ରପ୍‌ ଇକ୍ୱିପମେଣ୍ଟସ୍‌ର ବ୍ୟବହାର   କରି ଏହାକୁ ତଳକୁ ଆଣିଥିଲା । ତେବେ   ପୋର୍ଟେବଲ ହସ୍ପିଟାଲକୁ କେଉଁଠାରେ ଡ୍ରପ୍‌ କରାଯାଇଛି ସେ ସଂପର୍କରେ ମନ୍ତ୍ରଣାଳୟ କୌଣସି ସୂଚନା ଦେଇନାହିଁ । 

ସେହିପରି ଏହି ପରୀକ୍ଷଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସେଥିରେ ପାରାଡ୍ରପ୍‌ ଲାଗି ସ୍ଥଳସେନା ଓ ବାୟୁସେନାର ଯବାନମାନେ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି ।  ଦୂର ଦୂରାନ୍ତର ଅଞ୍ଚଳରେ ଲୋକମାନଙ୍କୁ ଟ୍ରମା କେୟାରର ସୁବିଧା ପ୍ରଦାନ କରି ସେମାନଙ୍କର ଜୀବନରକ୍ଷା କରିବା ଏହା ପଛର ଉଦ୍ଦେଶ୍ୟ । 

ଏହି ପୋର୍ଟେବଲ ହସ୍ପିଟାଲର ନାମ ରହିଛି ‘ଆରୋଗ୍ୟ ମୈତ୍ରୀ ହେଲ୍‌ଥ କ୍ୟୁବ୍‌’ । ପ୍ରୋଜେକ୍ଟ ଭୀଷ୍ମ(ଭାରତ ହେଲ୍‌ଥ ଇନିସିଏଟିଭ୍‌ ଫର ସହଯୋଗ ହିତ ଆଣ୍ଡ ମୈତ୍ରୀ) ଅନୁସାରେ ଏହାକୁ ବିକଶିତ   କରାଯାଇଛି । ଏହାର ଓଜନ ମାତ୍ର ୭୨୦   କିଲୋଗ୍ରାମ । ଏହି କ୍ୟୁବ୍‌ ବିଶ୍ୱର ପ୍ରଥମ   ପୋର୍ଟେବଲ୍‌ ହସ୍ପିଟାଲ ବୋଲି କୁହାଯାଉଛି । ଭୂକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ,  ଜଙ୍ଗଲିଆ କିମ୍ବା ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଜରୁରିକାଳୀନ ମେଡିକାଲ୍‌ ସ୍ଥିତିରେ ଏହାକୁ ବ୍ୟବହାର କରିହେବ । ବଡ଼ ବଡ଼ ମେଳା  ଲାଗୁଥିବା ସ୍ଥାନ, ସମାରୋହସ୍ଥଳରେ ବି ଏହି ପୋର୍ଟେବଲ ହସ୍ପିଟାଲ ଉପଯୋଗୀ   ହୋଇପାରିବ।  

ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ପରେ ଏହା ମାତ୍ର ୧୫ ମିନିଟ୍‌ ମଧ୍ୟରେ ବ୍ୟବହାର ଲାଗି ପ୍ରସ୍ତୁତ ହୋଇଯିବ । ସେହିପରି  ଘଣ୍ଟାଏ ମଧ୍ୟରେ ଏହାକୁ ଗୋଟିଏ ସ୍ଥାନରୁ  ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିହେବ ।  କ୍ୟୁବଟି ଉନ୍ନତ ଚିକିତ୍ସା ସୁବିଧା ବ୍ୟବସ୍ଥା  ଦ୍ୱାରା ସୁସଜ୍ଜିତ । ସେଥିମଧ୍ୟରେ ଗୋଟିଏ  ଅପରେସନ୍‌ ଥିଏଟର, ଗୋଟିଏ ମିନି  ଆଇସିୟୁ, ଏକ୍ସରେ ମେସିନ୍‌, ରକ୍ତ ପରୀକ୍ଷଣ  ଉପକରଣ, ଭେଣ୍ଟିଲେଟର, ଜେନେରେଟର, ଷ୍ଟ୍ରେଚର, ମଡ୍ୟୁଲାର ଚିକିତ୍ସା ଉପକରଣ ସାମିଲ । ତେଣୁ ଗୁଳିମାଡ଼ ଦ୍ୱାରା ଆହତ   ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସାଠାରୁ ଆରମ୍ଭ କରି ଟ୍ରମା କେୟାର ଓ  ଅନ୍ୟ ସ୍ୱାସ୍ଥ୍ୟ ସୁବିଧା ଏଥିରେ  ମିଳିପାରିବ । ସୌର ଶକ୍ତି ଓ ବ୍ୟାଟେରୀ ଦ୍ୱାରା ଏହା  ପରିଚାଳିତ । ଚଳିତବର୍ଷ ଜାନୁଆରୀ ମାସରେ ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ସମୟରେ   ଏହି ହସ୍ପିଟାଲକୁ  ପରୀକ୍ଷାମୂଳକ  ଭାବେ ବ୍ୟବହାର   କରାଯାଇଥିଲା ।