RI ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ସରକାରଙ୍କୁ କଟାକ୍ଷ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ବିବାଦ ତେଜୁଛି। କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ... The post RI ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ସରକାରଙ୍କୁ କଟାକ୍ଷ କଲେ ସାଂସଦ ମାନସ ମଙ୍ଗରାଜ appeared first on .

RI ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ସରକାରଙ୍କୁ କଟାକ୍ଷ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ବିବାଦ ତେଜୁଛି। କାଠଯୋଡ଼ି ନଦୀରେ ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଦେଲେ ପରୀକ୍ଷାର୍ଥୀ। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ଯସଭା ସାଂସଦ ମାନସ ମଙ୍ଗରାଜ। ସୋସିଆଲ ମିଡିଆ ଏକ୍ସରେ ମାନସ ମଙ୍ଗରାଜ କହିଛନ୍ତି, ଏହା କ’ଣ ବିଜେପି ସରକାରର ସ୍ବଚ୍ଛତା, ଦାୟିତ୍ବବୋଧତା ଓ ଉତ୍ତରଦାୟିତ୍ବ ? ରାଜ୍ଯରେ ଆରଆଇ ଓ ଅମିନ ପରୀକ୍ଷାରେ ବ୍ଯାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । କେଉଁଠି ହୋଟେଲରେ ପରୀକ୍ଷା ହୋଇଛି ତ ଆଉ କେଉଁଠି ସାଇବର କାଫେରେ । ସାଇବର କାଫେରେ କମ୍ପ୍ୟୁଟର ହ୍ଯାକ କରାଯାଇ ପରୀକ୍ଷା କରାଯାଇଥିବା ନେଇ ଅଭିଯୋଗ ବି ହୋଇଛି । ଏଣୁ ପୁନଃ ପରୀକ୍ଷା ପାଇଁ ଦାବି କରୁଛନ୍ତି ଆଶାୟୀ ।

ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ଦିନକୁ ଦିନ ବିବାଦ ତେଜୁଥିବାବେଳେ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଆଶାୟୀ । ପରୀକ୍ଷାକୁ ବାତିଲ ସହ ପୁନଃ ପରୀକ୍ଷା ଦାବିରେ କଟକ କାଠଯୋଡ଼ି ନଦୀରେ ଆଡମିଟ କାର୍ଡକୁ ଡଙ୍ଗା କରି ଭସାଇଦେଇଛନ୍ତି । ଯାହାକୁ ନେଇ ସାରା ରାଜ୍ଯରେ ଅସନ୍ତୋଷ ଦେଖାଦେଇଛି ।

 

The post RI ଓ ଅମିନ ପରୀକ୍ଷାରେ ଅନିୟମିତତା ପ୍ରସଙ୍ଗ: ସରକାରଙ୍କୁ କଟାକ୍ଷ କଲେ ସାଂସଦ ମାନସ ମଙ୍ଗରାଜ appeared first on .