SpaDex ଲଞ୍ଚିଂ ସମୟ ୨ ମିନିଟ୍ ଆଗକୁ ବଢାଇଲେ ISRO
ଶ୍ରୀହରିକୋଟ୍ଟା ୩୦।୧୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସୋମବାର ଏକ ପିଏସଏଲଭି ରକେଟ୍ ଦ୍ୱାରା କରିବାକୁ ଥିବା ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପାଡେକ୍ସ) ମିସନ ସମୟରେ ପରିବର୍ତ୍ତନ କରିଛନ୍ତି ଓ ଏହାକୁ ୨ ମିନିଟ୍ ଆଗକୁ ବଢେଇ ଦେଇଛନ୍ତି। ଇସ୍ରୋ କହିଛନ୍ତି ଯେ ଭାରତର ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ଏହି ମିସନ ମୂଳ ରୂପେ ସୋମବାର ରାତି ୯ଟା ବାଜି ୫୮ ମିନିଟ୍ରେ ଆରମ୍ଭ ହେବାର ଥିଲା। ତେବେ ଇସ୍ରୋ ଏହାକୁ ୨ ମିନିଟ୍ ବଢାଇ ୧୦ଟା କରିଦେଇଛନ୍ତି। ଇସ୍ରୋ ସୋମବାର ଏ ନେଇ ନୂଆ ସୂଚନା ଜାରି କରି କହିଛନ୍ତି ଯେ ପ୍ରକ୍ଷେପଣର ସମୟ ୩୦ ଡିସେମ୍ବର ରାତି ଠିକ୍ ୧୦ଟା ବେଳେ ନିର୍ଦ୍ଧାରିତ ହୋଇଛି। ସ୍ପାଡେକ୍ସ ଓ ନୂଆ ପେଲୋଡ ସହିତ ପିଏସଏଲଭି ସି-୬୦ ଉଡାଣ ନିମନ୍ତେ ଏବେ ପ୍ରସ୍ତୁତ। ମହାକାଶ ଏଜେନ୍ସୀ କହିଛନ୍ତି ଯେ ସ୍ପାଡେକ୍ସ କକ୍ଷିୟ ଡକିଂରେ ଭାରତର କ୍ଷମତା ସ୍ଥାପିତ କରିବାରେ ଏକ ମହତ୍ୱାକାଙକ୍ଷୀ ମିସନ, ଯାହା ଭବିଷ୍ୟତରେ ମାନବଯୁକ୍ତ ମହାକାଶ ମିସନ ଓ ଉପଗ୍ରହ ସେବା ମିସନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଟେକନିକ୍। ତେବେ ଏହି ମିସନ ପାଇଁ ରବିବାର ରାତି ୯ଟାରୁ ଆରମ୍ଭ ହୋଇଥିବା ଅବଗଣନା ଏବେ ଜାରି ରହିଛି ବୋଲି ଇସ୍ରୋର ଜନୈକ ଅଧିକାରୀ କହିଛନ୍ତି। ପିଏସଏଲଭି ସି-୬୦ର ସଫଳ ଲଞ୍ଚିଂ ପରେ ଜାନୁୟାରୀ ୨୦୨୫ ପ୍ରଥମ ସପ୍ତାହରେ ଏହି ଉପଗ୍ରହଙ୍କ ଜରିଆରେ ମହାକାଶରେ ସଂଯୁକ୍ତ କରିବା
ଶ୍ରୀହରିକୋଟ୍ଟା ୩୦।୧୨: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ସୋମବାର ଏକ ପିଏସଏଲଭି ରକେଟ୍ ଦ୍ୱାରା କରିବାକୁ ଥିବା ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (ସ୍ପାଡେକ୍ସ) ମିସନ ସମୟରେ ପରିବର୍ତ୍ତନ କରିଛନ୍ତି ଓ ଏହାକୁ ୨ ମିନିଟ୍ ଆଗକୁ ବଢେଇ ଦେଇଛନ୍ତି। ଇସ୍ରୋ କହିଛନ୍ତି ଯେ ଭାରତର ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ଏହି ମିସନ ମୂଳ ରୂପେ ସୋମବାର ରାତି ୯ଟା ବାଜି ୫୮ ମିନିଟ୍ରେ ଆରମ୍ଭ ହେବାର ଥିଲା। ତେବେ ଇସ୍ରୋ ଏହାକୁ ୨ ମିନିଟ୍ ବଢାଇ ୧୦ଟା କରିଦେଇଛନ୍ତି।
ଇସ୍ରୋ ସୋମବାର ଏ ନେଇ ନୂଆ ସୂଚନା ଜାରି କରି କହିଛନ୍ତି ଯେ ପ୍ରକ୍ଷେପଣର ସମୟ ୩୦ ଡିସେମ୍ବର ରାତି ଠିକ୍ ୧୦ଟା ବେଳେ ନିର୍ଦ୍ଧାରିତ ହୋଇଛି। ସ୍ପାଡେକ୍ସ ଓ ନୂଆ ପେଲୋଡ ସହିତ ପିଏସଏଲଭି ସି-୬୦ ଉଡାଣ ନିମନ୍ତେ ଏବେ ପ୍ରସ୍ତୁତ। ମହାକାଶ ଏଜେନ୍ସୀ କହିଛନ୍ତି ଯେ ସ୍ପାଡେକ୍ସ କକ୍ଷିୟ ଡକିଂରେ ଭାରତର କ୍ଷମତା ସ୍ଥାପିତ କରିବାରେ ଏକ ମହତ୍ୱାକାଙକ୍ଷୀ ମିସନ, ଯାହା ଭବିଷ୍ୟତରେ ମାନବଯୁକ୍ତ ମହାକାଶ ମିସନ ଓ ଉପଗ୍ରହ ସେବା ମିସନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଟେକନିକ୍। ତେବେ ଏହି ମିସନ ପାଇଁ ରବିବାର ରାତି ୯ଟାରୁ ଆରମ୍ଭ ହୋଇଥିବା ଅବଗଣନା ଏବେ ଜାରି ରହିଛି ବୋଲି ଇସ୍ରୋର ଜନୈକ ଅଧିକାରୀ କହିଛନ୍ତି।
ପିଏସଏଲଭି ସି-୬୦ର ସଫଳ ଲଞ୍ଚିଂ ପରେ ଜାନୁୟାରୀ ୨୦୨୫ ପ୍ରଥମ ସପ୍ତାହରେ ଏହି ଉପଗ୍ରହଙ୍କ ଜରିଆରେ ମହାକାଶରେ ସଂଯୁକ୍ତ କରିବା ଓ ପୃଥକ କରିବା ଟେକନିକ୍ ର ପରୀକ୍ଷଣ ଆରମ୍ଭ ହେବ। ମହାକାଶ ଅଭିଯାନରେ ଡକିଂ ଟେକ୍ନୋଲଜିର ଖାସ ଗୁରୁତ୍ୱ ରହିଛି। ଏହି ଟେକ୍ନୋଲଜି ମହାକାଶରେ ଅନ୍ତରୀକ୍ଷ ଯାନକୁ ପରସ୍ପର ସହ ଯୋଡିବାର କ୍ଷମତା ପ୍ରଦାନ କରିଥାଏ। ଏହାର ବ୍ୟବହାର ଦୀର୍ଘ ସମୟ ପର୍ଯ୍ୟନ୍ତ ମହାକାଶରେ ଚାଲିବାକୁ ଥିବା ଅଭିଯାନ, ମାନବଯୁକ୍ତ ମିସନ ଓ ମହାକାଶ ଯାନ ଦ୍ୱାରା ଯୋଗାଣ ଆଦିରେ କରାଯାଇଥାଏ। ଇସ୍ରୋଙ୍କ ସ୍ପେଡେକ୍ସ ମିସନ ଭାରତର ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ପ୍ରାରମ୍ଭ।