Star Cast Fees: ‘ସିଙ୍ଗମ୍ ଏଗେନ୍’ରେ ଖର୍ଚ୍ଚ ହୋଇଛି ୩୫୦ କୋଟି; କିଏ ନେଲେ ବଡ଼ ଫି, ଅକ୍ଷୟ ନା ଅଜୟ

ଗୋଟିଏ ଫିଲ୍ମ ଅନେକ ତାରକା ଏବଂ ତାହା ପୁଣି ସବୁ ସୁପର୍‌ଷ୍ଟାର୍। ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ବାଧ୍ୟ କରିଛି। ‘ସିଙ୍ଗମ୍ ଏଗେନ୍’ ୩୫୦ କୋଟି ଟଙ୍କାର ବିପୁଳ ବଜେଟରେ ପ୍ରସ୍ତୁତ ହୋଇଛି। ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଏ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା।

Star Cast Fees: ‘ସିଙ୍ଗମ୍ ଏଗେନ୍’ରେ ଖର୍ଚ୍ଚ ହୋଇଛି ୩୫୦ କୋଟି; କିଏ ନେଲେ ବଡ଼ ଫି, ଅକ୍ଷୟ ନା ଅଜୟ

ଦୀପାବଳି ଅବସରରେ ‘ସିଙ୍ଗମ୍ ଏଗେନ୍’ ହଙ୍ଗାମା କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବାପରେ ଏବେ ଚାରିଆଡେ ଉତ୍ସାହ ଆଉ ଚର୍ଚ୍ଚା ଜୋର୍‌ ଧରିଛି। ଅଜୟ ଦେବଗନଙ୍କୁ ପୁଣିଥରେ ସିଙ୍ଘମ ଅବତାରରେ ଦେଖିବା ପାଇଁ ପ୍ରଶଂସକଙ୍କ ଉତ୍ସାହ ଆହୁରି ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ: Viral Video: ଚାପୁଡ଼ାକୁ ମୋର ଭୟ ନାହିଁ, ପ୍ରେମକୁ ମଧ୍ୟ ଭୟ ନାହିଁ, ମୁଁ କେବଳ, ବିଗ୍ ବି’ଙ୍କୁ ଭୟ କରେ: ରେଖା

 
 
 
 
 
 
 
 
 
 
 
 
 
 
 

A post shared by Ajay Devgn (@ajaydevgn)

ଗୋଟିଏ ଫିଲ୍ମ ଅନେକ ତାରକା ଏବଂ ତାହା ପୁଣି ସବୁ ସୁପର୍‌ଷ୍ଟାର୍। ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ବାଧ୍ୟ କରିଛି। ପ୍ରତ୍ୟେକ ଅଭିନେତାଙ୍କ ଝଲକ ଟ୍ରେଲରରେ ଦେଖିବାକୁ ମିଳିଛି। ସମସ୍ତଙ୍କ ସଂଳାପ, ଚେହେରା ଏବଂ ଅଭିନୟକୁ ପ୍ରଶଂସା କରାଯାଉଛି। ଏହି ଆକ୍ସନ୍ ଡ୍ରାମା ୦୧ ନଭେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଅଧିକ ପଢ଼ନ୍ତୁ: ଅଭିଷେକଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଭାଇରାଲ ହେଲା ଐଶ୍ୱର୍ଯ୍ୟାଙ୍କ ଡାଏରୀ !

‘ସିଙ୍ଗମ୍ ଏଗେନ୍’ ୩୫୦ କୋଟି ଟଙ୍କାର ବିପୁଳ ବଜେଟରେ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମରେ ସଲମାନ ଖାନ ମଧ୍ୟ ତାଙ୍କ ଚୁଲ୍‌ବୁଲ୍‌ ପାଣ୍ଡେ ଅବତାରରେ ଏକ ସ୍ୱତନ୍ତ୍ର କେମିଓ କରିଥିବା ଖବର ରହିଛି। ଏହାରି ଭିତରେ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି ଯେ କିଏ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା।

ଅଜୟ ଦେବଗନ୍-ଅକ୍ଷୟ କୁମାର:

 
 
 
 
 
 
 
 
 
 
 
 
 
 
 

A post shared by Ajay Devgn (@ajaydevgn)

ସର୍ବପ୍ରଥମେ, ଆସନ୍ତୁ ଆପଣଙ୍କୁ ଫିଲ୍ମର ମୁଖ୍ୟ ଅଭିନେତା ଅଜୟ ଦେବଗାନଙ୍କ ଫିସ୍ ବିଷୟରେ ଜାଣିବା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅଜୟ ତୃତୀୟ ଥର ପାଇଁ ସିଙ୍ଘମ ହେବାକୁ ପ୍ରାୟ ୩୫ କୋଟି ଟଙ୍କା ନେଇଛନ୍ତି। ସେ ହେଉଛନ୍ତି ଏହି ଫିଲ୍ମର ସବୁଠାରୁ ଦାମୀ ଅଭିନେତା। ଅଜୟ ମଧ୍ୟ ଏହି ଫିଲ୍ମର କୋ-ପ୍ରଡ୍ୟୁସର୍। ସେହିପରି ସ୍ପେଶାଲ୍ କେମିଓ ପାଇଁ ଅକ୍ଷୟ କୁମାର ୨୦କୋଟି ଟଙ୍କା ନେଇଛନ୍ତି। ଅଜୟଙ୍କ ଫିସ୍ ପରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ଫିସ୍।

କରୀନା-ଟାଇଗର୍‌-ଅର୍ଜୁନ କପୁର:

ଏହି ଫିଲ୍ମରେ ସିଙ୍ଘମ୍‌ଙ୍କ ପତ୍ନୀ ଅବନୀ କାମତଙ୍କ ଭୂମିକାରେ କରୀନା କପୁର ନଜର ଆସିବେ। ଏହି ଫିଲ୍ମରେ କରୀନାଙ୍କର ଦମଦାର ସଂଳାପ ରହିଛି। ଆହୁରି ମଧ୍ୟ ପୁରା ଫିଲ୍ମ କରୀନା କପୁରଙ୍କ ଚରିତ୍ର ଉପରେ ମଧ୍ୟ ଠିଆ ହୋଇଛି। ଏଭଳି ପରିସ୍ଥିତିରେ କରୀନା ଏହି ଫିଲ୍ମ କରିବା ପାଇଁ ୧୦ କୋଟି ଟଙ୍କା ନେଇଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Arjun Kapoor (@arjunkapoor)

ବର୍ତ୍ତମାନ ଫିଲ୍ମର ଭିଲେନ୍ ବିଷୟରେ କହିବାକୁ ଗଲେ ଅର୍ଜୁନ କପୁର, ଯିଏ ରାବଣ ପରି ସିଙ୍ଘମ୍‌ଙ୍କ୍ ପତ୍ନୀଙ୍କୁ ଅପହରଣ କରିଛନ୍ତି। ତାଙ୍କର ଦମଦାର ଭୂମିକାରେ ଟ୍ରେଲର୍‌ରେ ଦେଖିବାକୁ ମିଳେ। ସେ ଏହି ଫିଲ୍ମରେ ଅଭିନୟ କରିବା ନେଇ ୬ କୋଟି ଟଙ୍କା ନେଇଛନ୍ତି। ସେହିପରି ଏସିପି ସତ୍ୟ ଭୂମିକାରେ ଟାଇଗର ଶ୍ରଫ୍‌ଙ୍କ ଦମଦାର ଆକ୍ସନ ରହିଛି। ସେ ତାଙ୍କ ଅଭିନୟ ପାଇଁ ୩ କୋଟି ଟଙ୍କାରେ ରାଜି ହୋଇଥିଲେ।

ଦୀପିକା ପାଦୁକୋନ-ରଣବୀର ସିଂହ:

ଏହି ଫିଲ୍ମରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ସମସ୍ତଙ୍କ ଜାଣିବା ପାଇଁ ବେଶି ଆଗ୍ରହ ଯେ ଏହି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଫିସ୍ ନେଇଛନ୍ତି? ତେବେ ରିପୋର୍ଟ ଅନୁଯାୟୀ, ଦୀପିକା ଲେଡି ସିଙ୍ଗମ୍ ଅର୍ଥାତ୍ ଶକ୍ତି ଶେଟ୍ଟୀରେ ଅଭିନୟ ପାଇଁ ୬ କୋଟି ଟଙ୍କା ନେଇଥିବା ବେଳେ ସିମ୍ବା ଅର୍ଥାତ୍ ରଣବୀର ସିଂହ ୧୦ କୋଟି ଟଙ୍କା ନେବା ପରେ ଏହି ଫିଲ୍ମ କରିଛନ୍ତି। ତେବେ ରଣବୀର ସିଂହ ଏହି ଫିଲ୍ମରେ ଦୀପିକାଙ୍କଠାରୁ ଏକ ବଡ଼ ଫିସ୍‌ ନେଇଛନ୍ତି।

ଅଧିକ ପଢ଼ନ୍ତୁ: Viral Video: ସୁଟିଂ ସମୟରେ ଫିଲ୍ମର ହିରୋ ରାତି ଅଧରେ ମୋ ବେଡ୍‌ରୁମ୍‌କୁ ଆସିବାକୁ ଚାହୁଁଥିଲେ: ମଲ୍ଲିକା ଶେରାୱତ୍‌