T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ, ୫ା୧: ଟି୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ ପହିଲାରୁ ଆରମ୍ଭ ହେବ। ୟୁଏସ୍‌ଏ ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ଏହାର ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟରେ ମୋଟ ୨୦ ଦଳ ଭାଗ ନେଉଥିଲେ ହେଁ କ୍ରିକେଟ ପ୍ରଶଂସକଙ୍କ ନଜର ଭାରତ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଉପରେ ରହିବ। ତେବେ ବିଶ୍ୱକପ୍‌ରେ ନ୍ୟୁୟର୍କ ସହରରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ। ଜୁନ୍‌ ୯ରେ ଏହା ଖେଳାଯିବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି […] The post T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ… appeared first on Dharitri Odia News.

T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ…
ନୂଆଦିଲ୍ଲୀ, ୫ା୧: ଟି୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ ପହିଲାରୁ ଆରମ୍ଭ ହେବ। ୟୁଏସ୍‌ଏ ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ଏହାର ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟରେ ମୋଟ ୨୦ ଦଳ ଭାଗ ନେଉଥିଲେ ହେଁ କ୍ରିକେଟ ପ୍ରଶଂସକଙ୍କ ନଜର ଭାରତ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ଉପରେ ରହିବ। ତେବେ ବିଶ୍ୱକପ୍‌ରେ ନ୍ୟୁୟର୍କ ସହରରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ। ଜୁନ୍‌ ୯ରେ ଏହା ଖେଳାଯିବ।
ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ। ଏହାପରେ ଗ୍ରୁପ୍‌ ‘ଏ’ରେ ଭାରତ ଓ ପାକିସ୍ତାନ ଜୁନ୍‌ ୯ରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ।ପାକିସ୍ତାନ ବିପକ୍ଷ ମ୍ୟାଚ ପରେ ଦଳ ଜୁନ୍‌ ୧୨ରେ ଭାରତ ଟୁର୍ନାମେଣ୍ଟର ସହ ଆୟୋଜକ ୟୁଏସ୍‌ଏକୁ ଭେଟିବ। ପରେ ଜୁନ୍‌ ୧୫ରେ କାନାଡା ବିପକ୍ଷରେ ଗ୍ରୁପ୍‌ର ଶେଷ ମ୍ୟାଚ  ଖେଳିବା ଲାଗି ଦଳ ଫ୍ଲୋରିଡା ଗସ୍ତ କରିବ। ତେବେ ଭାରତ ସମସ୍ତ ଲିଗ୍‌ ମୁକାବିଲା ଆମେରିକାରେ ଖେଳିବ।
ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:
୧-ଜୁନ ୫-ଭାରତ-ଆୟର୍ଲାଣ୍ଡ-ନ୍ୟୁୟର୍କ
୨- ଜୁନ ୯-ଭାରତ-ପାକିସ୍ତାନ-ନ୍ୟୁୟର୍କ
୩-ଜୁନ ୧୨-ଭାରତ-ୟୁଏସ୍‌ଏ-ନ୍ୟୁୟର୍କ
୪-ଜୂନ ୧୫-ଭାରତ-କାନାଡ଼ା-ଫ୍ଲୋରିଡା

The post T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ… appeared first on Dharitri Odia News.