ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ ହୋଇଥିବା ବେଳେ ଗାଁରେ ମତଦାନ କେନ୍ଦ୍ର କରିବାକୁ ଦାବି କରି ଭୋଟ ବର୍ଜନ କରିଛନ୍ତି କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିର୍ଲିଗୁଡା ୧ ନମ୍ବର ୱାର୍ଡ଼ରେ ୩୦୬ ଭୋଟର ଅଛନ୍ତି। ହେଲେ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ଭୋଟ […] The post ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ appeared first on Dharitri Odia News.

ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ

କୋକସରା,୧୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ସୋମବାର ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ପାଇଁ ମତଦାନ ପ୍ରକିୟା ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମତଦାନ ହୋଇଥିବା ବେଳେ ଗାଁରେ ମତଦାନ କେନ୍ଦ୍ର କରିବାକୁ ଦାବି କରି ଭୋଟ ବର୍ଜନ କରିଛନ୍ତି କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମବାସୀ।

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିର୍ଲିଗୁଡା ୧ ନମ୍ବର ୱାର୍ଡ଼ରେ ୩୦୬ ଭୋଟର ଅଛନ୍ତି। ହେଲେ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଥିବା ଅଭିଯୋଗ କରି ଭୋଟ ବଜର୍ର୍ନ କରିଛନ୍ତି ସିର୍ଲିଗୁଡା ଗ୍ରାମବାସୀ।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ସେମାନେ ଗାଁଠାରୁ ୮ କି.ମି ଦୂରରେ ଥିବା ବଙ୍ଗୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଭୋଟ ଦେଉଥିଲେ। ତେବେ ସିର୍ଲିଗୁଡା ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ଗାଁରେ ଏକ ବୁଥ କରିବାକୁ ଗ୍ରାମବାସୀ ଦାବି କରି ଆସୁଥିଲେ। ହେଲେ ପ୍ରଶାସନ ପକ୍ଷରୁ ଚଳିତ ନିର୍ବାଚନରେ ସିର୍ଲିଗୁଡା ରାଜସ୍ବ ଗ୍ରାମ ଅଧୀନରେ ଥିବା ଅଁଳାଗୁଡା ପ୍ରାଥମିକ ବିଦ୍ୟାଳୟରେ ମତଦାନ କେନ୍ଦ୍ର କରିଥିବା ଜାଣିବା ପରେ ଗ୍ରାମବାସୀ ଏହାକୁ ବିରୋଧ କରି ଗାଁରେ ବୁଥ କରିବାକୁ ପୁଣି ଦାବି କରିଥିଲେ।

ଏପରିକି ଗତମାସରେ ଧର୍ମଗଡ଼ ଉପଜିଲାପାଳ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ହେଲେ କୌଣସି ସମାଧାନ ହୋଇ ନ ଥିଲା। ଏଭଳି ସ୍ଥିତିରେ ‘ନୋ ବୁଥ ନୋ ଭୋଟ’ ଦାବିରେ ଗ୍ରାମବାସୀ ସୋମବାର ଭୋଟ ବର୍ଜନ କରିଛନ୍ତି।

ଭୋଟ ବର୍ଜନ ଖବର ପାଇ ଭୋଟରଙ୍କୁ ମତଦାନ କରିବା ପାଇଁ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଗାଁରେ ପହଞ୍ଚି ଆଗାମୀ ସମୟରେ ମତଦାନ କେନ୍ଦ୍ର କରାଯିବା ନେଇ ପ୍ରତିଶ୍ରୁତି ଦେବା ସହ ବସ୍‌ ଯୋଗେ ବୁଥକୁ ଯାଇ ଭୋଟ ଦେବାକୁ ଅନୁରୋଧ କରିଥିଲେ। ତେବେ ଗ୍ରାମବାସୀ ନିଜ ଜିଦରେ ଅଟଳ ରହି ମତଦାନ କରି ନ ଥିଲେ।

The post ବୁଥ ନ ହେବାରୁ ଭୋଟ ଦେଲେନି ଗ୍ରାମବାସୀ appeared first on Dharitri Odia News.