ଆର୍ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା
ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍ କରିଛି। ଏହାସତ୍ତ୍ୱେ ମ୍ୟାକ୍ସଓ୍ବେଲ ଦଳ ଉପରେ ଖପ୍ପା ହୋଇ ନାହାନ୍ତି। ବରଂ ପ୍ରଶଂସା କରିଛନ୍ତି। ୨୦୨୧ରେ ମାକ୍ସଓ୍ବେଲ ଆର୍ସିବିରେ ସାମିଲ ହୋଇଥିଲେ। ଗତ ୪ ସିଜନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯାହାଦ୍ୱାରା ଦଳ ପ୍ଲେଅଫ୍ରେ […] The post ଆର୍ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା appeared first on Dharitri Odia News.
ନୂଆଦିଲ୍ଲୀ,୭।୧୧: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଙ୍କୁ ଚଳିତ ମାସରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ର ମେଗା ନିଲାମୀ ପୂର୍ବରୁ ରିଲିଜ କରିଦିଆଯାଇଛି। ଆର୍ସିବି କେବଳ ବିରାଟ କୋହଲି, ଯଶ ଦୟାଲ ଏବଂ ରଜତ ପାଟିଦାରଙ୍କୁ ରିଟେନ୍ କରିଛି। ଏହାସତ୍ତ୍ୱେ ମ୍ୟାକ୍ସଓ୍ବେଲ ଦଳ ଉପରେ ଖପ୍ପା ହୋଇ ନାହାନ୍ତି। ବରଂ ପ୍ରଶଂସା କରିଛନ୍ତି।
୨୦୨୧ରେ ମାକ୍ସଓ୍ବେଲ ଆର୍ସିବିରେ ସାମିଲ ହୋଇଥିଲେ। ଗତ ୪ ସିଜନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯାହାଦ୍ୱାରା ଦଳ ପ୍ଲେଅଫ୍ରେ ପହଞ୍ଚିବାରେ ସଫଳ ହୋଇଥିଲା। ହେଲେ ଏବେ ଦଳରୁ ରିଟେନ୍ ନ ହେବାକୁ ନେଇ ମାକ୍ସଓ୍ବେଲ କହିଛନ୍ତି, ମୁଁ ଫ୍ରାଞ୍ଚାଇଜ୍ ଅଧିକାରୀଙ୍କ ସହ ଜୁମ୍ କଲ୍ରେ କଥା ହେବା ବେଳେ ରିଟେନ ନ ହେବା ବିଷୟରେ ଜାଣିବାକୁ ପାଇଥିଲି। ଏହା ବେଶ ସୁନ୍ଦର ଭାବେ କରାଯାଇଥିଲା। ହେଲେ ସେମାନେ ଅଧାଘଣ୍ଟା ଧରି ଖେଳ ବିଷୟରେ କଥା ହୋଇଥିଲେ। ତାଙ୍କ ରଣନୀତି ନେଇ କହିଥିଲେ। ଆଗକୁ କ’ଣ କରିବାକୁ ପଡ଼ିବ ତାହା କହିଥିଲେ। ମୁଁ ତାକୁ ବୁଝିଛି। ତାଙ୍କୁ ମୂଳକୁ ମଜଭୂତ କରିବା ଲାଗି ୩ ଭାରତୀୟଙ୍କ ଆବଶ୍ୟକତା ରହିଛି। ତାଙ୍କର ବିଦେଶୀ ଖେଳାଳି ସ୍ଥାନୀୟ ଖେଳାଳିଙ୍କ ପୂରକ ହେବେ ବୋଲି ଆଶା। ଯଦି ପ୍ରତି ଟିମ୍ ସେଭଳି କରେ ତେବେ ସମ୍ପର୍କ ଆହୁରି ସହଜ ହୋଇଯିବ ବୋଲି ସେ କହିଛନ୍ତି।
The post ଆର୍ସିବିରୁ ରିଲିଜ ହେବା ସତ୍ତ୍ୱେ ଖପ୍ପା ନୁହନ୍ତି ମ୍ୟାକ୍ସଓ୍ବେଲ, କହିଲେ ମନକଥା appeared first on Dharitri Odia News.