Tips and Tricks: ନକଲି ପ୍ରତି ସାବଧାନ… ଘରେ ତିଆରି କରନ୍ତୁ ଆଦିବାସୀ ହେୟାର ଅଏଲ୍

ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବଜାର ଉପରେ ନିର୍ଭର ନ କରି ଘରେ ହିଁ ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।

Tips and Tricks: ନକଲି ପ୍ରତି ସାବଧାନ… ଘରେ ତିଆରି କରନ୍ତୁ ଆଦିବାସୀ ହେୟାର ଅଏଲ୍

ଆଜିକାଲି ସୋସିଆଲ ମିଡିଆରେ ଆପଣ ଆଦିବାସୀ ହେୟାର ଅଏଲ୍‌ର ବିଭିନ୍ନ ପ୍ରକାରର ବିଜ୍ଞାପନ ଦେଖୁଥିବେ ନିଶ୍ଚୟ। ଅନେକ ସେଲିବ୍ରେଟ୍ ଏବଂ ଇନ୍‌ଫ୍ଲ୍ୟୁଏନ୍ସର ଏହି ତେଲକୁ ପ୍ରମୋଟ କରୁଛନ୍ତି ଏବଂ ଏହାକୁ ଚୁଟି ଝଡୁଥିଲେ ଏହା ତା’ ପାଇଁ ସଞ୍ଜିବନୀ ବୋଲି କହୁଛନ୍ତି। କିନ୍ତୁ ଏହି ନା’ରେ ନକଲି ତେଲ ମଧ୍ୟ ବଜାରରେ ବିକ୍ରି ହେଉଛି।

ଆଜିକାଲି ଚୁଟିକୁ ମଜବୁତ ଓ କଳା କରିବା ପାଇଁ ବଜାରରେ ଅନେକ ପ୍ରକାରର କେଶ ତେଲ ମିଳୁଥିବା ବେଳେ ଆଦିବାସୀ ହେୟାର୍ ଅଏଲ୍ ଅନେକ ପ୍ରାକୃତିକ ଜଡିବୁଟିରୁ ତିଆରି ହୋଇଥାଏ। ଏହା ଦ୍ୱାରା ଅନେକ ଚୁଟି ସମସ୍ୟା ମଧ୍ୟ ଦୂର ହୁଏ।

କିନ୍ତୁ ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବଜାର ଉପରେ ନିର୍ଭର ନ କରି ଘରେ ହିଁ ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।

ଘରେ ତିଆରି ଆଦିବାସୀ ଚୁଟି ତେଲ କେବଳ ଆପଣଙ୍କ ଚୁଟିକୁ ଝଡିବାରୁ ରକ୍ଷା କରିବ ନାହିଁ ବରଂ ଏହାକୁ ରୂପିରୁ ମଧ୍ୟ ରକ୍ଷା କରିବ ଆଉ ଚୁଟିକୁ ମୋଟା ଆଉ ମଜଭୁତ କରିବ। ଏହା ସହିତ ଆପଣ ଅଯଥା ଟଙ୍କା ଖର୍ଚ୍ଚରୁ ମଧ୍ୟ ବଞ୍ଚିଯିବେ, କାରଣ ଏହାକୁ ତିଆରି କରିବା ପାଇଁ ଯେଉଁସବୁ ଉପାଦାନ ଆବଶ୍ୟକ ହେବ ତାହା ଆପଣ ସୁବିଧାରେ ପାଇଯିବେ।

ଉପାଦାନ କ’ଣ:

  • ନଡିଆ ତେଲ/ସୋରିଷ ତେଲ
  • ମେଥି ମଞ୍ଜି
  • ଭୃଷଙ୍ଗ ପତ୍ର
  • ଅଁଳା
  • ନିମ ପତ୍ର
  • ବ୍ରାହ୍ମୀ
  • ଭିଟାମିନ୍ ଇ କ୍ୟାପସୁଲ୍ (ଅପ୍‌ସନାଲ୍‌)

ତିଆରି କରିବାର ପଦ୍ଧତି:

  • ସର୍ବପ୍ରଥମେ ମେଥି ମଞ୍ଜି, ଭୃଷଙ୍ଗ ପତ୍ର, ଅଁଳା, ନିମ ଏବଂ ବ୍ରାହ୍ମୀକୁ ଧୋଇକି ଶୁଖାନ୍ତୁ
  • ତା’ପରେ ଏହାକୁ ଗ୍ରାଇଣ୍ଡ୍ କରି ପାଉଡର ତିଆରି କରନ୍ତୁ
  • ଏକ ପ୍ୟାନରେ ତେଲ ଗରମ କରନ୍ତୁ
  • ଗରମ ତେଲରେ ହର୍ବାଲ ପାଉଡର ମିଶାଇ ଭଲ ଭାବରେ ଗୋଳାନ୍ତୁ
  • ଯଦି ଆପଣ ଭିଟାମିନ୍ ଇ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଏକ କ୍ୟାପସୁଲ୍ ତେଲ ସହିତ ମିଶାଇ ପାରିବେ
  • ମିଶ୍ରଣକୁ ଥଣ୍ଡା କରନ୍ତୁ ଏବଂ ତା’ପରେ ଏହାକୁ ଏକ କାଚ ବୋତଲରେ ରଖନ୍ତୁ
  • କିପରି କରିବେ ବ୍ୟବହାର:
  • ଏହି ତେଲକୁ ସପ୍ତାହରେ ଦୁଇଥର ମୁଣ୍ଡର ଖପୁରୀରେ ଭଲ ଭାବେ ଲଗାନ୍ତୁ
  • ରାତିସାରା ତେଲ ଲଗାଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ
  • ଆପଣ ଏହି ତେଲକୁ ହାଲୁକା ଭାବରେ ମାଲିସ୍ କରି ମଧ୍ୟ ଲଗାଇ ପାରିବେ

ଉପକାର:

  • ଚୁଟି ଝଡିବାକୁ ରୋକିଥାଏ
  • ଚୁଟିକୁ ଅଧିକ ଶକ୍ତିଶାଳୀ କରିଥାଏ
  • ରୂପି ଦୂର କରେ
  • ଚୁଟିକୁ କୋମଳ ଏବଂ ଚକଚକ୍ କରିଥାଏ
  • ଚୁଟିକୁ ପ୍ରାକୃତିକ ତେଲ ଯୋଗାଏ

ଏହି ଜିନିଷ ପ୍ରତି ଧ୍ୟାନ:

  • ଆପଣ ନିଜ ପସନ୍ଦ ଅନୁଯାୟୀ ଅନ୍ୟ ଜଡିବୁଟି ମଧ୍ୟ ବ୍ୟବହାର କରିପାରିବେ
  • ଏହି ତେଲକୁ ଫ୍ରିଜରେ ରଖିବେ
  • ଚୁଟି ସମସ୍ୟା ଥିଲେ ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିପାରିବେ