ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ
ବଲାଙ୍ଗୀର,୩୦ା୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ରାତି ଓ ଦିନରେ ଅନ୍ଧାରରେ ଓ୍ବାର୍ଡ୍ରେ ରହିଥିଲେ। ଶୁକ୍ରବାର ରାତିରେ ବଦ୍ୟୁତ୍ ଶଟ୍ସର୍କିଟ ହୋଇ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହୋଇଥିଲା। ଫଳରେ ବିଜୁଳି ଯୋଗାଣ ଠପ୍ ହୋଇଯାଇଥିଲା। ଏହାପରେ ହସ୍ପିଟାଲରେ ରୋଗୀସେବା ବ୍ୟାହତ ହୋଇଛ। ଶନିବାର ଅପରାହ୍ନ ସୁଦ୍ଧା ବିଜୁଳି ଆସି ନାହିଁ। ସର୍ଜରୀ ଓ୍ବlର୍ଡ, ଡାୟାଲିସିସ୍ ୟୁନିଟ୍, ମେଡିଶିନ […] The post ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ appeared first on Dharitri Odia News.
ବଲାଙ୍ଗୀର,୩୦ା୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ରାତି ଓ ଦିନରେ ଅନ୍ଧାରରେ ଓ୍ବାର୍ଡ୍ରେ ରହିଥିଲେ। ଶୁକ୍ରବାର ରାତିରେ ବଦ୍ୟୁତ୍ ଶଟ୍ସର୍କିଟ ହୋଇ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ହୋଇଥିଲା। ଫଳରେ ବିଜୁଳି ଯୋଗାଣ ଠପ୍ ହୋଇଯାଇଥିଲା। ଏହାପରେ ହସ୍ପିଟାଲରେ ରୋଗୀସେବା ବ୍ୟାହତ ହୋଇଛ।
ଶନିବାର ଅପରାହ୍ନ ସୁଦ୍ଧା ବିଜୁଳି ଆସି ନାହିଁ। ସର୍ଜରୀ ଓ୍ବlର୍ଡ, ଡାୟାଲିସିସ୍ ୟୁନିଟ୍, ମେଡିଶିନ ଓ୍ବାର୍ଡ, ଆଶୁ ଚିକିତ୍ସା ରୋଗୀମାନେ ଅନ୍ଧାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ରୋଗୀ ପଞ୍ଜୀକରଣ କାଉଣ୍ଟରରେ ନାମକରଣ ହୋଇପାରୁ ନ ଥିବାରୁ ଶନିବାର ଦୂରଦୂରାନ୍ତରୁ ଆସିଥିବା ରୋଗୀମାନେ ଦୀର୍ଘ ୫ ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ରୋଗୀମାନେ ଓପିଡିରେ ଡାକ୍ତର ଦେଖାଇ ପାରୁନାହାନ୍ତି। ବିଜୁଳି ନ ଥିବାରୁ ରଞ୍ଜନରଶ୍ମୀ, ଅଲଟ୍ରାସାଉଣ୍ଡ ମଧ୍ୟ କାମ କରୁନାହିଁ। ଡାୟାଲିସିସ୍ ୟୁନିଟ୍ରେ ବିଜୁଳି ନ ଥିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
The post ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ appeared first on Dharitri Odia News.