ନିର୍ବାଚନ ଲଢିବେ ସାରଦା ପ୍ରଧାନ, ଏହିଠୁ ଲଢିବେ…
ଭୁବନେଶ୍ୱର,୪।୫: ମାହଙ୍ଗାର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଚଳିତ ନିର୍ବାଚନ ଲଢିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାହାଙ୍ଗା ବିଧାନସଭା ଆସନରୁ ଲଢିବେ ବୋଲି ଏକ ବିଶାଳ ଜନସଭା କରି ଘୋଷଣା କରିଛନ୍ତି। ମାହାଙ୍ଗାରୁ ଭାଜପା ସୁମନ୍ତ କୁମାର ଘଡେଇଙ୍କୁ ବିଧାୟକ ଟିକେଟ ଦେବା ପରେ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାରଦା। ତେବେ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ମାହାଙ୍ଗାର ଜନ ସାଧାରଣଙ୍କ ସମର୍ଥନରେ ମୁଁ ସ୍ବାଧୀନ ଭାବରେ ନିର୍ବାଚନ ଲଢିବି। […] The post ନିର୍ବାଚନ ଲଢିବେ ସାରଦା ପ୍ରଧାନ, ଏହିଠୁ ଲଢିବେ… appeared first on Dharitri Odia News.
ଭୁବନେଶ୍ୱର,୪।୫: ମାହଙ୍ଗାର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ସାରଦା ପ୍ରଧାନ ଚଳିତ ନିର୍ବାଚନ ଲଢିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ମାହାଙ୍ଗା ବିଧାନସଭା ଆସନରୁ ଲଢିବେ ବୋଲି ଏକ ବିଶାଳ ଜନସଭା କରି ଘୋଷଣା କରିଛନ୍ତି।
ମାହାଙ୍ଗାରୁ ଭାଜପା ସୁମନ୍ତ କୁମାର ଘଡେଇଙ୍କୁ ବିଧାୟକ ଟିକେଟ ଦେବା ପରେ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ସାରଦା। ତେବେ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ମାହାଙ୍ଗାର ଜନ ସାଧାରଣଙ୍କ ସମର୍ଥନରେ ମୁଁ ସ୍ବାଧୀନ ଭାବରେ ନିର୍ବାଚନ ଲଢିବି।
କହିରଖୁଛୁ କି, ସାରଦା ୨୦୧୪ରୁ ସ୍ବାଧୀନ ଭାବରେ ମାହାଙ୍ଗାରୁ ଲଢbୁଥିଲେ। ହେଲେ ୨୦୧୯ରେ ସେ ଭାଜପାର ବିଧାୟକ ପ୍ରାର୍ଥୀ ହୋଇଥିଲେ। ୨୦୧୫ ନିର୍ବାଚନରେ ଭାଜପା ମାହାଙ୍ଗାରୁ ଟିକେଟ୍ ନ ଦେବାରୁ ସେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।
The post ନିର୍ବାଚନ ଲଢିବେ ସାରଦା ପ୍ରଧାନ, ଏହିଠୁ ଲଢିବେ… appeared first on Dharitri Odia News.