UNESCO କଳିଙ୍ଗ ପୁରସ୍କାର ବନ୍ଦ ନ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର ୧୨।୮: ୟୁନେସ୍କୋ କଳିଙ୍ଗ ପୁରସ୍କାର ପୁଣି ଚାଲୁ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ନିଷ୍ପତ୍ତି ନେବା ପରେ ଏହାର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପୁରସ୍କାରକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଜ୍ଞାନର ପ୍ରଚାର ପ୍ରସାର ଓ ଏହାକୁ ଲୋକାଭିମୁଖି କରିବାକୁ ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା ଏହି ପୁରସ୍କାର । ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ସଂସ୍ଥା ୟୁନେସ୍କୋ ସହ ସହବନ୍ଧିତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ସ୍ତରରେ ବେଶ୍ ମାନ୍ୟତା ଲାଭ ବି କରିଛି । ୧୯୫୧ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ କଳିଙ୍ଗ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେତେବେଳେ ୟୁନେସ୍କୋକୁ ଏକ ହଜାର ପାଉଣ୍ଡ ପ୍ରଦାନ କରାଯାଇଥିଲା । କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ସଭାପତି ଥିଲେ ବିଜୁ ପଟ୍ଟନାୟକ । କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେ
ଭୁବନେଶ୍ବର ୧୨।୮: ୟୁନେସ୍କୋ କଳିଙ୍ଗ ପୁରସ୍କାର ପୁଣି ଚାଲୁ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ନିଷ୍ପତ୍ତି ନେବା ପରେ ଏହାର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ପୁରସ୍କାରକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ବିଜ୍ଞାନର ପ୍ରଚାର ପ୍ରସାର ଓ ଏହାକୁ ଲୋକାଭିମୁଖି କରିବାକୁ ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା ଏହି ପୁରସ୍କାର । ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ତର୍ଜାତୀୟ ସଂସ୍ଥା ୟୁନେସ୍କୋ ସହ ସହବନ୍ଧିତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ସ୍ତରରେ ବେଶ୍ ମାନ୍ୟତା ଲାଭ ବି କରିଛି । ୧୯୫୧ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ କଳିଙ୍ଗ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେତେବେଳେ ୟୁନେସ୍କୋକୁ ଏକ ହଜାର ପାଉଣ୍ଡ ପ୍ରଦାନ କରାଯାଇଥିଲା । କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା ସଭାପତି ଥିଲେ ବିଜୁ ପଟ୍ଟନାୟକ । କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଏହି ପୁରସ୍କାର ବାବଦକୁ ଅର୍ଥରାଶିର ସିଂହ ଭାଗ କେନ୍ଦ୍ର ସରକାର ବହନ କରିବାକୁ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ପୁରସ୍କାର ରାଶି ବାବଦକୁ କେନ୍ଦ୍ର ସରକାରଙ୍କ ୬ ଭାଗ, କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ବିଭାଗ ୪ ଭାଗ ଏବଂ କଳିଙ୍ଗ ଫାଉଣ୍ଡେସନ ୪ ଭାଗ ଅଂଶ ରହିବ ବୋଲି ନିଷ୍ପତ୍ତି ହୋଇଥିଲା ।
କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ଅନୁରୋଧ କରିଛନ୍ତି ନବୀନ । ନବୀନ ଚିଠିରେ ଲେଖିଛନ୍ତି, ଓଡ଼ିଶାର ଗର୍ବ ଓ ସ୍ୱାଭିମାନ ହେଉଛି କଳିଙ୍ଗ ପୁରସ୍କାର । କଳିଙ୍ଗ ପୁରସ୍କାର ମଧ୍ୟ ଓଡ଼ିଆ ଅସ୍ମିତାର ପ୍ରତୀକ । ଏହି ପୁରସ୍କାର ଯୋଗୁଁ ବିଦେଶରେ ଓଡିଶାର ଯଶ ବଢିଛି । ତେଣୁ ଏହି ପୁରସ୍କାରକୁ ପୁଣି ଥରେ ପ୍ରଚଳନ କରିବାକୁ ନବୀନ ଅନୁରୋଧ କରିଛନ୍ତି ।
You Can Read: