UNESCO ମେମୋରି ଅଫ ଦି ୱାର୍ଲଡ ରେଜିଷ୍ଟରରେ ସାମିଲ ହେଲା ଭାରତର ‘ଭଗବତ ଗୀତା’ ଓ ‘ନାଟ୍ୟଶାସ୍ତ୍ର’

ନୂଆଦିଲ୍ଲୀ ୧୮।୪: ଭଗବତ ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ଜାତିସଂଘ ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ର ମେମୋରୀ ଅଫ ଦି ୱାର୍ଲଡ ରେଜିଷ୍ଟରର ସାମିଲ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ସେ ଏହାକୁ ସାରା ବିଶ୍ୱରେ ପ୍ରତ୍ୟେକ ଭାରତୀୟ ନିମନ୍ତେ ଗର୍ବର କ୍ଷଣ ବୋଲି କହିଛନ୍ତି। ଏହା ଛଡା କେନ୍ଦ୍ର ସାଂସ୍କୃତିକ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ମଧ୍ୟ ଏହି ଖବରରେ ଖୁସି ବ୍ୟକ୍ତ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ୟୁନେସ୍କୋର ମେମୋରୀ ଅଫ ଦି ୱାର୍ଲଡ ରେଜିଷ୍ଟରରେ ଗୀତା ଓ ନାଟ୍ୟ ଶାସ୍ତ୍ରକୁ ସାମିଲ କରାଯିବା ଆମର ଶାଶ୍ୱତ ବୁଦ୍ଧିମତା ଓ ସମୃଦ୍ଧି ସଂସ୍କୃତିକୁ ବୈଶ୍ୱିକ ମାନ୍ୟତା’। ଗୀତା ଓ ନାଟ୍ୟଶାସ୍ତ୍ର ଶହଶହ ବର୍ଷ ଧରି ଆମ ସଭ୍ୟତା ଓ ଚେତନାକୁ ପୋଷଣ ଦେଇ ଆସିଛି। ଏହାର ଅନ୍ତର୍ଦୁଷ୍ଟି ବିଶ୍ୱକୁ ପ୍ରେରିତ କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦି ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏକ୍ସ ପୋଷ୍ଟକୁ ସେୟାର କରିଛନ୍ତି। A proud moment for every Indian across the world!The inclusion of the Gita and Natyashastra in UNESCO’s Memory of the World Register is a global recognition of our timeles

UNESCO ମେମୋରି ଅଫ ଦି ୱାର୍ଲଡ ରେଜିଷ୍ଟରରେ ସାମିଲ ହେଲା ଭାରତର ‘ଭଗବତ ଗୀତା’ ଓ ‘ନାଟ୍ୟଶାସ୍ତ୍ର’

ନୂଆଦିଲ୍ଲୀ ୧୮।୪: ଭଗବତ ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ଜାତିସଂଘ ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ର ମେମୋରୀ ଅଫ ଦି ୱାର୍ଲଡ ରେଜିଷ୍ଟରର ସାମିଲ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ସେ ଏହାକୁ ସାରା ବିଶ୍ୱରେ ପ୍ରତ୍ୟେକ ଭାରତୀୟ ନିମନ୍ତେ ଗର୍ବର କ୍ଷଣ ବୋଲି କହିଛନ୍ତି। ଏହା ଛଡା କେନ୍ଦ୍ର ସାଂସ୍କୃତିକ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ମଧ୍ୟ ଏହି ଖବରରେ ଖୁସି ବ୍ୟକ୍ତ କରିଛନ୍ତି। 

ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ୟୁନେସ୍କୋର ମେମୋରୀ ଅଫ ଦି ୱାର୍ଲଡ ରେଜିଷ୍ଟରରେ ଗୀତା ଓ ନାଟ୍ୟ ଶାସ୍ତ୍ରକୁ ସାମିଲ କରାଯିବା ଆମର ଶାଶ୍ୱତ ବୁଦ୍ଧିମତା ଓ ସମୃଦ୍ଧି ସଂସ୍କୃତିକୁ ବୈଶ୍ୱିକ ମାନ୍ୟତା’। ଗୀତା ଓ ନାଟ୍ୟଶାସ୍ତ୍ର ଶହଶହ ବର୍ଷ ଧରି ଆମ ସଭ୍ୟତା ଓ ଚେତନାକୁ ପୋଷଣ ଦେଇ ଆସିଛି। ଏହାର ଅନ୍ତର୍ଦୁଷ୍ଟି ବିଶ୍ୱକୁ ପ୍ରେରିତ କରିଆସୁଛି। ପ୍ରଧାନମନ୍ତ୍ରୀ ମୋଦି ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏକ୍ସ ପୋଷ୍ଟକୁ ସେୟାର କରିଛନ୍ତି। 


କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସ ରେ ଉଲ୍ଲେଖ କରିଛନ୍ତି ଯେ ଭାରତର ସଭ୍ୟତାଗତ ଐତିହ୍ୟ ଲାଗି ଏହା ଏକ ଐତିହାସିକ କ୍ଷଣ। ଶ୍ରୀମଦଭଗବତ ଗୀତା ଓ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ ଦି ୱାର୍ଲଡ ରେଜିଷ୍ଟରରେ ସାମିଲ କରାଯାଇଛି। ଏହି ବୈଶ୍ୱିକ ସମ୍ମାନ ଭାରତର ଶାଶ୍ୱତ ଜ୍ଞାନ ଓ କଳାତ୍ମକ ପ୍ରତିଭାର ଉତ୍ସବ। ଭଗବତ ଗୀତା ଏକ ପ୍ରତିଷ୍ଠିତ ଧର୍ମଗ୍ରନ୍ଥ ଓ ଆଧ୍ୟାତ୍ମିକ ମାର୍ଗଦର୍ଶକ। ନାଟ୍ୟଶାସ୍ତ୍ର ପ୍ରଦର୍ଶନକଳା ଉପରେ ଏକ ପ୍ରାଚୀନ ଗ୍ରନ୍ଥ। ଏହା ଦୀର୍ଘ ସମୟରୁ ଭାରତର ବୌଦ୍ଧିକ ଓ ସାଂସ୍କୃତିକ ପରିଚୟର ଏକ ମୁଖ୍ୟ ସ୍ତମ୍ବ। 


ସେ କହିଛନ୍ତି ଯେ ଏହି କାଳାତୀତ ରଚନାଗୁଡିକ ଦାର୍ଶନିକ ଓ ସୌନ୍ଧର୍ଯ୍ୟବାଦୀ ଆଧାର ଯାହା ଭାରତର ବିଶ୍ୱ ଦୃଷ୍ଟିକୋଣ ଓ ଆମର ବିଚାର କରିବା, ଅନୁଭବ କରିବା, ବଞ୍ଚିବା ଓ ଅଭିବ୍ୟକ୍ତ କରିବାର ଉପାୟକୁ ଆକାର ଦେଇଛି। ଏହା ସହିତ ଏବେ ଆମର ଦେଶର ୧୪ଅଭିଲେଖ ଏହି ଅନ୍ତର୍ଜାତୀୟ ରେଜିଷ୍ଟରରେ ସାମିଲ ହୋଇଯାଇଛି। ୟୁନେସ୍କୋ ଏପ୍ରିଲ ୧୭ ତାରିଖ ଦିନ ତାଙ୍କର ମେମୋରୀ ଅଫ ଦି ୱାର୍ଲଡ ରେଜିଷ୍ଟରରେ ୭୪ଟି ନୂଆ ଐତିହ୍ୟ ଡକ୍ୟୁମେଣ୍ଟରୁ ସଂଯୁକ୍ତ କରିଛନ୍ତି। ଏହି ରେଜିଷ୍ଟରରେ ୭୨ଦେଶ ଓ ୪ ଅନ୍ତର୍ଜାତୀୟ ସଙ୍ଗଠନଙ୍କ ବୈଜ୍ଞାନିକ କ୍ରାନ୍ତି, ଇତିହାସରେ ମହିଳାଙ୍କ ଯୋଗଦାନ ଓ ବହୁପକ୍ଷବାଦର ମୁଖ୍ୟ ଉପଲବ୍ଧି ଉପରେ ପ୍ରବିଷ୍ଟ ସାମିଲ କରାଯାଇଛି।