Union Budget: କାଲି ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ‘ଇକୋନମିକ ସର୍ଭେ ରିପୋର୍ଟ’, ଜଣାପଡିବ ଦେଶର ଆର୍ଥିକ ପରିସ୍ଥିତି

ନୂଆଦିଲ୍ଲୀ ୩୦।୧: ଇକୋନମିକ ସର୍ଭେ ୨୦୨୪-୨୫ର ଉଦ୍ଦେଶ୍ୟ ଗତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ପ୍ରଦର୍ଶନର ଏକ ଆକଳନ କରିବା। ଏହି ସର୍ଭେରୁ ମେନୁଫେକ୍ଚରିଂ ଓ ସର୍ଭିସେସ୍ ଭଳି ଇଣ୍ଡଷ୍ଟ୍ରିର ପରିସ୍ଥିତି କଣ ତାହା ଜଣାପଡେ। ଇକୋନମିକ ସର୍ଭେ ଏକ ଏପରି ଡକ୍ୟୁମେଣ୍ଟ ଯେଉଁଥିରେ ଦେଶର ଅର୍ଥ ବ୍ୟବସ୍ଥାର ବିସ୍ତୃତ ବିଶ୍ଲେଷଣ କରାଯାଏ। ଏଥିରେ କିଛି ଖାସ ସେକ୍ଟରଙ୍କ ଉପରେ ଫୋକସ କରାଯାଏ, ଯାହାକୁ ୨ ଭାଗରେ ବଣ୍ଟାଯାଏ। ଏହାର ପ୍ରଥମ ଭାଗରେ ଇକୋନମିକ ପରଫର୍ମାନ୍ସ ର ମୂଲ୍ୟାୟନ କରାଯାଏ। ସେହିପରି ଦ୍ୱିତୀୟ ଭାଗରେ ଶିକ୍ଷା, ଦାରିଦ୍ର୍ୟତା ଓ ଜଳବାୟୁ ପରିବର୍ତ୍ତନ ଭଳି ସାମାଜିକ, ଆର୍ଥିକ ପ୍ରସଙ୍ଗ ବିଶ୍ଲେଷଣ କରାଯାଏ। ଏଥିରେ ଜିଡିପି ଗ୍ରୋଥ, ମୁଦ୍ରାସ୍ପିତି ଓ ବ୍ୟବସାୟ ଅନୁମାନର ମଧ୍ୟ ବିଶ୍ଳେଷଣ କରାଯାଏ। ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହୁଏ ଓ ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନା କରାଯାଏ। ଇକୋନମିକ ସର୍ଭେକୁ ସାଧାରଣତଃ ବଜେଟ୍ ଅଭିଭାଷଣର ଦିନକ ପୂର୍ବରୁ ଉପସ୍ଥାପନ କରାଯାଇଥାଏ।  ଅର୍ଥାତ ଇକୋନମିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ ଉପସ୍ଥାପନ ହେବ। କିଏ ତିଆରି କରନ୍ତି ଇକୋନମିକ ସର୍ଭେ? ଡିପାର୍ଟମେଣ୍ଟ ଅଫ ଇକୋନମିକ ଆଫାୟାର୍ସର ଇକୋନମିକ ଡିଭିଜନ ଦ୍ୱାରା ଇକୋନମିକ ସର୍ଭେ ପ୍ରସ୍ତୁତ କରାଯାଏ। ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ଦେଖରେଖରେ ଏହା ପ୍ରସ୍ତୁତ ହୋଇଥାଏ, ଯାହାକୁ ବଜେଟ ପୂର୍ବରୁ ଅର୍ଥମନ୍

Union Budget: କାଲି ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ‘ଇକୋନମିକ ସର୍ଭେ ରିପୋର୍ଟ’, ଜଣାପଡିବ ଦେଶର ଆର୍ଥିକ ପରିସ୍ଥିତି

ନୂଆଦିଲ୍ଲୀ ୩୦।୧: ଇକୋନମିକ ସର୍ଭେ ୨୦୨୪-୨୫ର ଉଦ୍ଦେଶ୍ୟ ଗତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ପ୍ରଦର୍ଶନର ଏକ ଆକଳନ କରିବା। ଏହି ସର୍ଭେରୁ ମେନୁଫେକ୍ଚରିଂ ଓ ସର୍ଭିସେସ୍ ଭଳି ଇଣ୍ଡଷ୍ଟ୍ରିର ପରିସ୍ଥିତି କଣ ତାହା ଜଣାପଡେ। ଇକୋନମିକ ସର୍ଭେ ଏକ ଏପରି ଡକ୍ୟୁମେଣ୍ଟ ଯେଉଁଥିରେ ଦେଶର ଅର୍ଥ ବ୍ୟବସ୍ଥାର ବିସ୍ତୃତ ବିଶ୍ଲେଷଣ କରାଯାଏ। ଏଥିରେ କିଛି ଖାସ ସେକ୍ଟରଙ୍କ ଉପରେ ଫୋକସ କରାଯାଏ, ଯାହାକୁ ୨ ଭାଗରେ ବଣ୍ଟାଯାଏ। ଏହାର ପ୍ରଥମ ଭାଗରେ ଇକୋନମିକ ପରଫର୍ମାନ୍ସ ର ମୂଲ୍ୟାୟନ କରାଯାଏ। 

ସେହିପରି ଦ୍ୱିତୀୟ ଭାଗରେ ଶିକ୍ଷା, ଦାରିଦ୍ର୍ୟତା ଓ ଜଳବାୟୁ ପରିବର୍ତ୍ତନ ଭଳି ସାମାଜିକ, ଆର୍ଥିକ ପ୍ରସଙ୍ଗ ବିଶ୍ଲେଷଣ କରାଯାଏ। ଏଥିରେ ଜିଡିପି ଗ୍ରୋଥ, ମୁଦ୍ରାସ୍ପିତି ଓ ବ୍ୟବସାୟ ଅନୁମାନର ମଧ୍ୟ ବିଶ୍ଳେଷଣ କରାଯାଏ। ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହୁଏ ଓ ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନା କରାଯାଏ। ଇକୋନମିକ ସର୍ଭେକୁ ସାଧାରଣତଃ ବଜେଟ୍ ଅଭିଭାଷଣର ଦିନକ ପୂର୍ବରୁ ଉପସ୍ଥାପନ କରାଯାଇଥାଏ।  ଅର୍ଥାତ ଇକୋନମିକ ସର୍ଭେ ରିପୋର୍ଟ ଜାନୁୟାରୀ ୩୧ରେ ଉପସ୍ଥାପନ ହେବ। 

କିଏ ତିଆରି କରନ୍ତି ଇକୋନମିକ ସର୍ଭେ?

 ଡିପାର୍ଟମେଣ୍ଟ ଅଫ ଇକୋନମିକ ଆଫାୟାର୍ସର ଇକୋନମିକ ଡିଭିଜନ ଦ୍ୱାରା ଇକୋନମିକ ସର୍ଭେ ପ୍ରସ୍ତୁତ କରାଯାଏ। ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ଦେଖରେଖରେ ଏହା ପ୍ରସ୍ତୁତ ହୋଇଥାଏ, ଯାହାକୁ ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପନ କରନ୍ତି। ଇକୋନମିକ ସର୍ଭେର ଉଭୟ ଭାଗରେ ଏଗ୍ରିକଲଚର ଓ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ ସହିତ ଇନଫ୍ରାଷ୍ଟ୍ରକ୍ଚର, ରୋଜଗାର, ମୁଦ୍ରାଯୋଗାଣ, ମୂଲ୍ୟ, ଆମଦାନୀ-ରପ୍ତାନୀ ଓ ବୈଦେଶିକ ମୁଦ୍ରାଭଣ୍ଡାର ଭଳି ଆର୍ଥିକ ସଂକେତର ଉଲ୍ଲେଖ ଥାଏ। ଏଥିରେ ଅର୍ଥନୀତିକୁ କଣ ପ୍ରଭାବିତ କରୁଛି ତାହା ଜଣାପଡିଥାଏ। ଏଥିରୁ ସରକାରଙ୍କ ରୋଜକୋଷ ରଣନୀତି ଉପରେ ପ୍ରଭାବ କଣ ତାର  ମଧ୍ୟ ସଂକେତ ମିଳିଥାଏ।