UP ଦେବରିୟା ଜିଲ୍ଲାରେ ଅପୂର୍ବ ସଂଯୋଗ, ସାଂସଦଙ୍କଠୁ ଆରମ୍ଭ କରି ଡିଏମ, ଏସପି ଓ ସିଡିଓ ସମସ୍ତେ IIT ଛାତ୍ର
ଦେବରିୟା ୧୭।୭: କେବେ କେବେ ସଂଯୋଗ ଏପରି ହୋଇଥାଏ ଯେ ଏହାର ଚର୍ଚ୍ଚା ସବୁଆଡେ ହୁଏ। ଉତ୍ତରପ୍ରଦେଶ ଦେବରିୟାରେ କିଛି ଏପରି ହୋଇଛି, ଏବେ ଏହି ଜିଲ୍ଲାର ଦାୟିତ୍ୱରେ ଅଛନ୍ତି ୪ ଆଇଆଇଟିଆନ। ଏହାକୁ ସଂଯୋଗ ହିଁ କୁହାଯାଇ ପାରେ ଯେ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ସାଂସଦ ନିର୍ବାଚିତ ହୋଇଥିବା ଶଶାଙ୍କ ମଣି ତ୍ରିପାଠୀ ଏକଦା ଆଇଆଇଟି ଛାତ୍ର ଥିଲେ। କେବଳ ଏତିକି ନୁହେଁ ଏଠାକାର ଜିଲ୍ଲା ପୋଲିସ ଅଧିକ୍ଷକ (ଏସପି), ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ) ଓ ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ମଧ୍ୟ ଆଇଆଇଟି ପାସ୍ ଆଉଟ୍। କେବଳ ୟୁପି ନୁହେଁ ଦେଶର ଦେବରିୟା ଏକମାତ୍ର ଜିଲ୍ଲା ଯାହାର ଭାଗ୍ୟଡୋରୀ ଆଇଆଇଟିଆନଙ୍କ ହାତରେ। ଏଠାକାର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ) ଦିବ୍ୟା ମିତ୍ତଲ ଅଛନ୍ତି। ନିକଟରେ ତାଙ୍କୁ ଦେବରିୟାରେ ପୋଷ୍ଟିଂ କରାଯାଇଛି। ଏହା ପୂର୍ବରୁ ସେ ମିର୍ଜା ପୁରରେ ଅବସ୍ଥାପିତ ଥିଲେ। ସେଠାକାର ଡିଏମ ଥିବା ବେଳେ ଲୌରିଆ ଦାହ ଗ୍ରାମର ଲୋକେ ସ୍ୱାଧୀନତାର ୭୫ ବର୍ଷ ପରେ ପାଇପ ପାଣି ପାଇପାରିଥିଲେ। ଏହି ଗାଁଟି ପାହାଡ ଉପରେ ଅବସ୍ଥିତ ଡିଏମଙ୍କ ବୈଷୟିକ ପାଠ ଏଠାରେ କାମରେ ଆସିଥିଲା। ପାହାଡ ଉପରକୁ ପାଇପ ଜଳ ପହଞ୍ଚି ପାରିଥିଲା। ସେହିପରି ଏଠାକାର ପୋଲିସ ଅଧିକ୍ଷକ (ଏସପି) ସଂକଳ୍ପ ଶର୍ମା ଅଛନ୍ତି। ଏହି ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ପ୍ରତ୍ୟୁଷ ପାଣ୍ଡେ ଅଛନ୍ତି। ଜିଲ୍ଲା ପ୍ରଶାସନର ଏହି ୩ ମୁଖ୍ୟ ଦେଶର ପ୍ରତିଷ୍ଠ
ଦେବରିୟା ୧୭।୭: କେବେ କେବେ ସଂଯୋଗ ଏପରି ହୋଇଥାଏ ଯେ ଏହାର ଚର୍ଚ୍ଚା ସବୁଆଡେ ହୁଏ। ଉତ୍ତରପ୍ରଦେଶ ଦେବରିୟାରେ କିଛି ଏପରି ହୋଇଛି, ଏବେ ଏହି ଜିଲ୍ଲାର ଦାୟିତ୍ୱରେ ଅଛନ୍ତି ୪ ଆଇଆଇଟିଆନ। ଏହାକୁ ସଂଯୋଗ ହିଁ କୁହାଯାଇ ପାରେ ଯେ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ସାଂସଦ ନିର୍ବାଚିତ ହୋଇଥିବା ଶଶାଙ୍କ ମଣି ତ୍ରିପାଠୀ ଏକଦା ଆଇଆଇଟି ଛାତ୍ର ଥିଲେ। କେବଳ ଏତିକି ନୁହେଁ ଏଠାକାର ଜିଲ୍ଲା ପୋଲିସ ଅଧିକ୍ଷକ (ଏସପି), ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ) ଓ ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ମଧ୍ୟ ଆଇଆଇଟି ପାସ୍ ଆଉଟ୍। କେବଳ ୟୁପି ନୁହେଁ ଦେଶର ଦେବରିୟା ଏକମାତ୍ର ଜିଲ୍ଲା ଯାହାର ଭାଗ୍ୟଡୋରୀ ଆଇଆଇଟିଆନଙ୍କ ହାତରେ।
ଏଠାକାର ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ) ଦିବ୍ୟା ମିତ୍ତଲ ଅଛନ୍ତି। ନିକଟରେ ତାଙ୍କୁ ଦେବରିୟାରେ ପୋଷ୍ଟିଂ କରାଯାଇଛି। ଏହା ପୂର୍ବରୁ ସେ ମିର୍ଜା ପୁରରେ ଅବସ୍ଥାପିତ ଥିଲେ। ସେଠାକାର ଡିଏମ ଥିବା ବେଳେ ଲୌରିଆ ଦାହ ଗ୍ରାମର ଲୋକେ ସ୍ୱାଧୀନତାର ୭୫ ବର୍ଷ ପରେ ପାଇପ ପାଣି ପାଇପାରିଥିଲେ। ଏହି ଗାଁଟି ପାହାଡ ଉପରେ ଅବସ୍ଥିତ ଡିଏମଙ୍କ ବୈଷୟିକ ପାଠ ଏଠାରେ କାମରେ ଆସିଥିଲା। ପାହାଡ ଉପରକୁ ପାଇପ ଜଳ ପହଞ୍ଚି ପାରିଥିଲା।
ସେହିପରି ଏଠାକାର ପୋଲିସ ଅଧିକ୍ଷକ (ଏସପି) ସଂକଳ୍ପ ଶର୍ମା ଅଛନ୍ତି। ଏହି ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ପ୍ରତ୍ୟୁଷ ପାଣ୍ଡେ ଅଛନ୍ତି। ଜିଲ୍ଲା ପ୍ରଶାସନର ଏହି ୩ ମୁଖ୍ୟ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି ଉତିର୍ଣ୍ଣ ହେବା ପରେ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ଦେଇ ଭାରତୀୟ ପ୍ରଶାସନିକ ଓ ପୋଲିସ ସେବାରେ ଯୋଗ ଦେଇଛନ୍ତି। ଏଥିରେ ସଂଯୋଗକୁ ଦେବରିୟା ସାଂସଦ ଶଶାଙ୍କ ମଣି ତ୍ରିପାଠୀ ମଧ୍ୟ ଦିଲ୍ଲୀ ଆଇଆଇଟିରୁ ଉତୀର୍ଣ୍ଣ ହୋଇଛନ୍ତି। ସେଏଠାରୁ ବିଟେକ୍ କରିଛନ୍ତି। ପରେ ସେ ଅନେକ ବର୍ଷ ବିଦେଶରେ ବି ଚାକିରୀ କରିଥିଲେ।
ସେହିପରି ପୋଲିସ ଅଧିକ୍ଷକ ସଂକଳ୍ପ ଶର୍ମା ଆଇଆଇଟି ରୁଡକିରୁ କେମିକାଲ ଇଞ୍ଜିନିୟରିଂ କରିଛନ୍ତି। ମୁଖ୍ୟ ବିକାଶ ଅଧିକାରୀ (ସିଡିଓ) ପ୍ରତ୍ୟୁଷ ପାଣ୍ଡେ ଆଆଇଟି କାନପୁରର ଛାତ୍ର ଥିଲେ। ଏଣୁ ଜିଲ୍ଲାବାସୀଙ୍କର ଏବେ ଆଶା ଢେର ବଢି ଯାଇଛି। ଟେକ୍ନୋକ୍ରାଟମାନେ ଜିଲ୍ଲା ଶାସନ ଓ ପ୍ରଶାସନରେ ଥିବାରୁ ଜିଲ୍ଲାବାସୀ ଆଶାୟୀ ହେବା ମଧ୍ୟ ସ୍ୱଭାବିକ। ଏଣୁ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ହେବା ସହ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ବୋଲି ଲୋକେ ଆଶା କରୁଛନ୍ତି।
ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଏହି ଚାରି ଆଇଆଇଟିଆନଙ୍କ ବିଚାର ସକରାତ୍ମକ ହୋଇଥିବା ବେଳେ ସମସ୍ତଙ୍କର ଗୋଟିଏ ଲକ୍ଷ ଜିଲ୍ଲାର ବିକାଶ କରିବା। ଦେବରିୟା ଜିଲ୍ଲା ଇତିହାସରେ ବୁଧହୁଏ ଏହା ପ୍ରଥମ ଶୁଭ ସଂଯୋଗ, ଯେବେ ଜିଲ୍ଲାର ଶୀର୍ଷ ପଦପଦବୀରେ ଆଇଆଇଟିଆନ ଅବସ୍ଥାପିତ ହୋଇଛନ୍ତି। ଏଣୁ ଦୀର୍ଘ ସମୟରୁ ବିକାଶର ସ୍ୱପ୍ନ ଦେଖୁଥିବା ଜିଲ୍ଲାବାସୀଙ୍କ ଆଶା ବେଶ ବଢି ଯାଇଛି।