ଖୋଲିଲା ପପୁ ଯାଦବଙ୍କୁ ହତ୍ୟା ଧମକର ରହସ୍ୟ, Z ପ୍ଲସ୍ ସୁରକ୍ଷା ପାଇଁ ଖେଳିଥିଲେ ନାଟକ

ପୂର୍ଣ୍ଣିଆ ୩।୧୨: ସାଂସଦ ପପୁ ଯାଦବ ମିଳୁଥିବା ଧମକ ମାମଲାର ରହସ୍ୟ ଉନ୍ମୋଚନ ହୋଇଛି। ପୂର୍ଣ୍ଣିଆ ଏସପି କାର୍ତ୍ତିକେୟନ କେ. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପପୁ ଯାଦବଙ୍କ ସୁରକ୍ଷା ବଢାଇବା ପାଇଁ ଧମକର ଏକ ପ୍ଲାନ ତିଆରି କରାଯାଇଥିଲା। ଯେଉଁଥିରେ ସାଂସଦଙ୍କ ନିକଟତମ ଲୋକମାନଙ୍କ ହାତ ରହିଛି। ଅଭିଯୁକ୍ତ ରାମ ବାବୁଙ୍କୁ ପଇସା ଲୋଭ ଦେଖାଇ ଏହି କାମ କରାଯାଇଛି। ନିଜେ ଅଭିଯୁକ୍ତ ତା ବୟାନରେ ଏହି ସ୍ୱୀକାରୋକ୍ତି ଦେଇଛି। ପୂର୍ଣ୍ଣିଆ ଏସପି କହିଛନ୍ତି ଯେ ପପୁ ଯାଦବଙ୍କୁ ଜୀବନରେ ମାରିବାକୁ ଧମକ ଦେବାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୌଣସି ହାତ ନାହିଁ। ଯେଉଁ ଯୁବକ ଭିଡିଓ ପଠାଇ ଡିସେମ୍ବର ୧ ତାରିଖ ରାତିରେ ଧମକ ଦେଇଥିଲା ସେ ପପୁ ଯାଦବଙ୍କ ପୁରୁଣା ପାର୍ଟିର ନେତା ଥିଲେ। ୪-୫ବର୍ଷ ପୂର୍ବେ ସାଂସଦ ତାଙ୍କ ଗ୍ରାମକୁ ମଧ୍ୟ ଯାଇଥିଲେ। ଯେଉଁଠି ପପୁ ଯାଦବ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଅଭିଯୁକ୍ତ ତାଙ୍କର ଜଣେ ସମର୍ଥକ ମଧ୍ୟ। ଏସପି କହିଛନ୍ତି ଯେ ସାଂସଦଙ୍କ ସହଯୋଗୀମାନେ ହିଁ ରାମ ବାବୁ ସହିତ ସମ୍ପର୍କ କରିଥିଲେ। ତାଙ୍କୁ ପଇସାର ଲୋଭ ମଧ୍ୟ ଦେଖାଯାଇଥିଲା ଓ କୁହାଯାଇଥିଲା ପପୁ ଯାଦବଙ୍କ ସୁରକ୍ଷା ବଢାଇବା ପାଇଁ ଏହା କରିବା ଅତ୍ୟନ୍ତ ଜରୁରି। 26 लोगों ने अबतक जान से मारने की धमकी दियामलेशिया,पाकिस्तान,नेपाल से धमकी मिली है,उस पर अबतक कार्रवाई क्यों नहींअगर किसी ने पैसा द

ଖୋଲିଲା ପପୁ ଯାଦବଙ୍କୁ ହତ୍ୟା ଧମକର ରହସ୍ୟ, Z ପ୍ଲସ୍ ସୁରକ୍ଷା ପାଇଁ ଖେଳିଥିଲେ ନାଟକ

ପୂର୍ଣ୍ଣିଆ ୩।୧୨: ସାଂସଦ ପପୁ ଯାଦବ ମିଳୁଥିବା ଧମକ ମାମଲାର ରହସ୍ୟ ଉନ୍ମୋଚନ ହୋଇଛି। ପୂର୍ଣ୍ଣିଆ ଏସପି କାର୍ତ୍ତିକେୟନ କେ. ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପପୁ ଯାଦବଙ୍କ ସୁରକ୍ଷା ବଢାଇବା ପାଇଁ ଧମକର ଏକ ପ୍ଲାନ ତିଆରି କରାଯାଇଥିଲା। ଯେଉଁଥିରେ ସାଂସଦଙ୍କ ନିକଟତମ ଲୋକମାନଙ୍କ ହାତ ରହିଛି। ଅଭିଯୁକ୍ତ ରାମ ବାବୁଙ୍କୁ ପଇସା ଲୋଭ ଦେଖାଇ ଏହି କାମ କରାଯାଇଛି। ନିଜେ ଅଭିଯୁକ୍ତ ତା ବୟାନରେ ଏହି ସ୍ୱୀକାରୋକ୍ତି ଦେଇଛି। 

ପୂର୍ଣ୍ଣିଆ ଏସପି କହିଛନ୍ତି ଯେ ପପୁ ଯାଦବଙ୍କୁ ଜୀବନରେ ମାରିବାକୁ ଧମକ ଦେବାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କୌଣସି ହାତ ନାହିଁ। ଯେଉଁ ଯୁବକ ଭିଡିଓ ପଠାଇ ଡିସେମ୍ବର ୧ ତାରିଖ ରାତିରେ ଧମକ ଦେଇଥିଲା ସେ ପପୁ ଯାଦବଙ୍କ ପୁରୁଣା ପାର୍ଟିର ନେତା ଥିଲେ। ୪-୫ବର୍ଷ ପୂର୍ବେ ସାଂସଦ ତାଙ୍କ ଗ୍ରାମକୁ ମଧ୍ୟ ଯାଇଥିଲେ। ଯେଉଁଠି ପପୁ ଯାଦବ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଅଭିଯୁକ୍ତ ତାଙ୍କର ଜଣେ ସମର୍ଥକ ମଧ୍ୟ। ଏସପି କହିଛନ୍ତି ଯେ ସାଂସଦଙ୍କ ସହଯୋଗୀମାନେ ହିଁ ରାମ ବାବୁ ସହିତ ସମ୍ପର୍କ କରିଥିଲେ। ତାଙ୍କୁ ପଇସାର ଲୋଭ ମଧ୍ୟ ଦେଖାଯାଇଥିଲା ଓ କୁହାଯାଇଥିଲା ପପୁ ଯାଦବଙ୍କ ସୁରକ୍ଷା ବଢାଇବା ପାଇଁ ଏହା କରିବା ଅତ୍ୟନ୍ତ ଜରୁରି। 


ଉଲ୍ଲେଖଯୋଗ୍ୟ ଯେ ସାଂସଦ ହୋଇଥିବାରୁ ପପୁ ଯାଦବଙ୍କୁ ୱାଇ କ୍ୟାଟଗରୀର ସୁରକ୍ଷା ଉପଲବ୍ଧ କରାଯାଇଛି। ତେବେ ଧମକ ଅଭିଯୋଗ କରି ତାଙ୍କ ଲାଗି ଜେଡ ସୁରକ୍ଷା ଯୋଗାଇ ଦେବାକୁ ଦାବି କରାଯାଉଛି। ନିକଟରେ ତାଙ୍କର ଜନୈକ ବନ୍ଧୁ ପପୁ ଯାଦବଙ୍କୁ ଏକ ବୁଲେଟ ପ୍ରୁଫ କାର ଉପହାର ଦେଇଛନ୍ତି। ପପୁ ଯାଦବଙ୍କୁ ଧମକ ମାମଲାରେ ମୋଟ ୨ଟି ଭିଡିଓ ତିଆରି କରାଯାଇଥିଲା। ପ୍ରଥମ ଭିଡିଓକୁ ୧ ଡିସେମ୍ବର ରାତିରେ ପଠାଯାଇଥିଲା। ତେବେ ଦ୍ୱିତୀୟ ଭିଡିଓଟିକୁ ସମୟ ଅନୁସାରେ ପଠା ଯାଇଥାନ୍ତା। 

ତେବେ ପୂର୍ଣ୍ଣିଆ ପୋଲିସର ଥିଓରୀ ଉପରେ ଏବେ ପପୁ ଯାଦବ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଏ ନେଇ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ଗୁଜବ ରଟାଇବା ଓ ପୋଲିସ ଅପରାଧୀର ସାଥ ଦେଉଥିବା ଅଭିଯୋଗ କରିଛନ୍ତି।