ଯେଉଁ ସବୁ ଜାଗାରେ ଜଣ୍ଡିସ୍ କିମ୍ବା ଡାଇରିଆ ହୋଇଛି, ସେହି ସ୍ଥାନକୁ ବିଶୋଧନ କରାଯାଇଛି- ବିଏମ୍ସି ମେୟର
ଭୁବନେଶ୍ୱର ୧୯।୦୬ : ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ। ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମ୍ସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମ୍ସି ମେୟର ସଲୋଚନା ଦାସ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଣ୍ଡିସ କିମ୍ବା ଡାଇରିଆ ବ୍ୟାପିଛି । ସେହିସବୁ ସ୍ଥାନମାନଙ୍କରେ ବିଏମ୍ସିର ହେଲ୍ଥ ୟୁନିଟ ନିଜ ନିଜ କାମରେ ଲାଗିଛନ୍ତି । କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିବାର କାରଣ ଜଣାପଡିଛି । ଅନେକ ସ୍ଥାନରେ ଡ୍ରେନ୍ ଭିତରେ ପାଣି ପାଇପ୍ ଯାଇଛି। ପାଇପ୍ ଲିକ୍ ହୋଇଥିବାରୁ ପାଣି ଦୂଷିତ ହୋଇଛି। ପାଣି ପାଇପ୍ ଲିକ୍ ହୋଇଥିବାର ଉତ୍ସ ଜଣାପଡିଛି । ତେଣୁ ଏହାର ମରାମତି ସହ ପାଣିକୁ ବିଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ । ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହୋଇଯିବ।
ଭୁବନେଶ୍ୱର ୧୯।୦୬ : ଭୁବନେଶ୍ୱର ମହାନଗର ନିଗମ ପୁରା ପ୍ରସ୍ତୁତ। ଲଗାତର ଭାବେ ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମ୍ସି । ଯାହା କିଛି ସମସ୍ୟା ଥିଲା, ତାହା ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଏମ୍ସି ମେୟର ସଲୋଚନା ଦାସ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ସ୍ଥାନରେ ଜଣ୍ଡିସ କିମ୍ବା ଡାଇରିଆ ବ୍ୟାପିଛି । ସେହିସବୁ ସ୍ଥାନମାନଙ୍କରେ ବିଏମ୍ସିର ହେଲ୍ଥ ୟୁନିଟ ନିଜ ନିଜ କାମରେ ଲାଗିଛନ୍ତି । କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିବାର କାରଣ ଜଣାପଡିଛି । ଅନେକ ସ୍ଥାନରେ ଡ୍ରେନ୍ ଭିତରେ ପାଣି ପାଇପ୍ ଯାଇଛି। ପାଇପ୍ ଲିକ୍ ହୋଇଥିବାରୁ ପାଣି ଦୂଷିତ ହୋଇଛି। ପାଣି ପାଇପ୍ ଲିକ୍ ହୋଇଥିବାର ଉତ୍ସ ଜଣାପଡିଛି । ତେଣୁ ଏହାର ମରାମତି ସହ ପାଣିକୁ ବିଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ । ଖୁବଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହୋଇଯିବ।