Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…
ବସ୍ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ ମିଡିଆରେ ଏହି ବସ୍ ଯାତ୍ରାକୁ ନେଇ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ନହସି ରହିପାରିବେ ନାହିଁ। ସାମ୍ନାକୁ ଆସିଥିବା କିଛି ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ବସ୍ରେ […] The post Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ… appeared first on Dharitri Odia News.
ବସ୍ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ ମିଡିଆରେ ଏହି ବସ୍ ଯାତ୍ରାକୁ ନେଇ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ନହସି ରହିପାରିବେ ନାହିଁ।
ସାମ୍ନାକୁ ଆସିଥିବା କିଛି ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ବସ୍ରେ ଯାତ୍ରା କରୁଛନ୍ତି। ଲୋକମାନଙ୍କ ଗହଳି ଯୋଗୁ ତାଙ୍କୁ ଅଣନିଃଶ୍ୱାସୀ ଲାଗୁଛି। ଏଣୁ ସେ ତାଜା ପବନ ଖାଇବାକୁ ବସ୍ ଝରକା ବାହାରକୁ ବେକ ବାହାର କରିଦେଉଛନ୍ତି। ଏହା ତାଙ୍କୁ ଅଡ଼ୁଆରେ ପକାଇଛି। କାରଣ ସେ ବେକକୁ ଆଉ ବସ୍ ଭିତରକୁ ଆଣିପାରିନାହାନ୍ତି। ଅନେକ ଚେଷ୍ଟା ସତ୍ତ୍ୱେ ଏହା ଅଟକି ଯାଉଛି।
ଆନ୍ଧ୍ରପ୍ରଦେଶର ସାନ୍ତାlବୋମାଲିର ଏହି ଘଟଣା। ଏଠାରେ ସୁନ୍ଦର ରାଓ ନାମକ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ପ୍ରାୟ ୧୫ ମିନିଟ୍ ଧରି ବସ୍ ଝରକାରେ ଫସି ରହିଥିଲା। ଏନେଇ ଜାଣିବା ପରେ ଡ୍ରାଇଭର ତୁରନ୍ତ ବସ୍ ରୋକିଥିଲା। କିଛି ଲୋକ ସୁନ୍ଦରଙ୍କ ସହାୟତା ଲାଗି ଆଗକୁ ଆସିଥିଲେ। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏବେ ଏହାର ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି।
The post Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ… appeared first on Dharitri Odia News.