ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍: ୧୩ ଯବାନ ଆହତ
ଅନୁଗୋଳ,୨।୮: ଅନୁଗୋଳ ଜିଲା ଏନଏଚ ୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍ ଟ୍ରକ୍କୁ ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ ୧୩ ଯବାନ ଆହତ ହୋଇଛନ୍ତି। OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ଭ୍ୟାନଟି ନେଇ ଯାଉଥିଲା। ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଗୁରୁତର ଥିବା ଜଣାପଡିଛି। ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। The post ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍: ୧୩ ଯବାନ ଆହତ appeared first on Dharitri Odia News.
ଅନୁଗୋଳ,୨।୮: ଅନୁଗୋଳ ଜିଲା ଏନଏଚ ୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍ ଟ୍ରକ୍କୁ ପଛରୁ ଧକ୍କା ଦେଇଛି। ଦୁର୍ଘଟଣାରେ ୧୩ ଯବାନ ଆହତ ହୋଇଛନ୍ତି। OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ଭ୍ୟାନଟି ନେଇ ଯାଉଥିଲା। ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଗୁରୁତର ଥିବା ଜଣାପଡିଛି। ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
The post ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍: ୧୩ ଯବାନ ଆହତ appeared first on Dharitri Odia News.