Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ…
ଦୁବାଇ,୪।୩: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍ରେ ରୋହିତ ଅମ୍ପାୟାରଙ୍କ ଜୀବନକୁ ବିପଦରେ ପକାଇ ଦେଇଥିଲେ। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା। ଅଷ୍ଟ୍ରେଲିଆଠାରୁ ୨୬୫ ରନ୍ର ଟାର୍ଗେଟ ମିଳିବା ପରେ ଓପନିଂ କରିବାକୁ ଓହ୍ଲାଇଥିଲେ ରୋହିତ। ସେ ଆରମ୍ଭରୁ ଜୋରଦାର ଶଟ୍ ଖେଳିଥିଲେ। ଏମିତିରେ ସେ […] The post Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ… appeared first on Dharitri Odia News.
ଦୁବାଇ,୪।୩: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଯେବେବି ସେ ଶଟ୍ ଖେଳନ୍ତି ବିରୋଧି ଅଧିନାୟକ ଚିନ୍ତାରେ ପଡ଼ିଯାଆନ୍ତି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚ୍ରେ ରୋହିତ ଅମ୍ପାୟାରଙ୍କ ଜୀବନକୁ ବିପଦରେ ପକାଇ ଦେଇଥିଲେ। ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।
ଅଷ୍ଟ୍ରେଲିଆଠାରୁ ୨୬୫ ରନ୍ର ଟାର୍ଗେଟ ମିଳିବା ପରେ ଓପନିଂ କରିବାକୁ ଓହ୍ଲାଇଥିଲେ ରୋହିତ। ସେ ଆରମ୍ଭରୁ ଜୋରଦାର ଶଟ୍ ଖେଳିଥିଲେ। ଏମିତିରେ ସେ ଏଭଳି ଏକ ଶଟ୍ ଖେଳିଥିଲେ, ଯାହା ସମସ୍ତଙ୍କୁ ଡରାଇ ଦେଇଥିଲା। ଇନିଂସର ୬ଷ୍ଠ ଓଭରରେ ନାଥନ ଏଲିସ ବୋଲିଂ କରୁଥିବା ବେଳେ ଏଭଳି କିଛି ଘଟିଥିଲା।
ଓଭରର ଅନ୍ତିମ ବଲ୍ରେ ରୋହିତ ଆକ୍ରାମକ ବ୍ୟାଟିଂ କରି ଶଟ୍ ଖେଳିଥିଲେ। ଏହା ଦ୍ରୁତ ବେଗରେ ଅମ୍ପାୟାର କ୍ରିସ ଗାଫନିଙ୍କ ଆଡ଼କୁ ଦ୍ରୁତ ବେଗରେ ଯାଇଥିଲା। ପ୍ରତିକ୍ରିୟା ରଖିବାକୁ ଅମ୍ପାୟାରଙ୍କ ପାଖରେ ସମୟ ନ ଥିଲା। କିଛି ମାଇକ୍ରୋସେକେଣ୍ଡ ମଧ୍ୟରେ ସେ ଫୁର୍ତ୍ତି ଦେଖାଇ ତୁରନ୍ତ ତଳକୁ ନଇଁ ପଡ଼ିଥିଲେ।
Umpire
reaction to Rohit’s shot.
Will India make it to Final?#INDvsAUS #ChampionsTrophy #RohitSharma???? pic.twitter.com/bw5QoeYJz7— vyas laxminarayana(lakhan vyas) (@lakhan586) March 4, 2025
ଏହି ଶଟ୍ଟି ଅମ୍ପାୟାରଙ୍କ ବହୁତ ନିକଟରୁ ବାଉଣ୍ଡ୍ରିକୁ ଚାଲି ଯାଇଥିଲା। ସେ ଯଦି ନଇଁ ନ ଥାନ୍ତେ ତେବେ ବଲ୍ଟି ତାଙ୍କ ମୁଣ୍ଡରେ ଲାଗି ଥାନ୍ତା। ବଡ଼ ଦୁର୍ଘଟଣା ଘଟିଯାଇଥିଲା। ଏହା ଟଳି ଯିବା ପରେ ରୋହିତଙ୍କ ସହ ସେ ମଧ୍ୟ ଆଶ୍ୱସ୍ତ ହୋଇଥିଲେ। ସେ ଏଭଳି ଦୁର୍ଘଟଣାରୁ କିଭଳି ନିଜକୁ ବଞ୍ଚାଇଲେ ତାହା ଉପରେ ବିଶ୍ୱାସ କରିପାରି ନ ଥିଲେ।
The post Video: ଚାମ୍ପିଅନ୍ସ ଟ୍ରଫିରେ ଘଟିଥାନ୍ତା ବଡ଼ ଅଘଟଣ, ରୋହିତଙ୍କ ଯୋଗୁ ବିପଦରେ ପଡ଼ିଲା ଜୀବନ… appeared first on Dharitri Odia News.

reaction to Rohit’s shot.